ଇନଡ଼ୋକୋ ପକ୍ଷରୁ ଓରାଲ କ୍ୟାନସର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ


ଇଣ୍ଡୋକୋ ରିମେଡ଼ିଜ୍ ଲିଃ, ପକ୍ଷରୁ ୨୭ ଜୁଲାଇ ୨୦୧୭ରେ ମୁମ୍ବାଇରେ ୱାଲ୍ଡ ହେଡ଼୍ ଏବଂ ନେକ୍ କ୍ୟାନସର ଦିବସ ଅବସରରେ ‘ଓରାଲ କ୍ୟାନସରର ତୁରନ୍ତ ଚିହ୍ନଟ ଅଭିଯାନ’ ଆରମ୍ଭ କରିଥିଲା । ଉକ୍ତ ଅଭିଯାନ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହାୟତାରେ ସମ୍ପୁର୍ଣ୍ଣ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି । ଉକ୍ତ ପଦକ୍ଷେପ ଅଧିନରେ ଏକ ସାମ୍ବାଦିକ ସମ୍ମିଳନୀ ୨୬ ଜୁଲାଇ ୨୦୧୮ରେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଠାରେ ଡ଼ା. ଲଲାଟେନ୍ଦୁ ଷଢଙ୍ଗୀ, ନିର୍ଦ୍ଦେଶକ, ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନସର ସେଣ୍ଟର (ଏଏଚଆରସିସି), କଟକ ଏବଂ ଇଣ୍ଡୋକୋ ପକ୍ଷରୁ ଏହାର ମାର୍କେଟିଂ ବିଭାଗର ଉପସଭାପତି, ଶ୍ରୀଯୁକ୍ତ ଅମୂଲ୍ୟ ନାୟକ ଉପସ୍ଥିତ ସମୂହଙ୍କୁ ଓରାଲ କ୍ୟାନସରର ତୁରନ୍ତ ଚିହ୍ନଟ ଏବଂ ନିରାକରଣର ଗୁରୁତ୍ୱ ସର୍ମ୍ପରେ ଉଦବୋଧନ ଦେଇଛନ୍ତି ।
ଏହି ଅବସରରେ ଡ଼ା. ଲଲାଟେନ୍ଦୁ ଷଢଙ୍ଗୀ ପରାମର୍ଶଦେଇ କହିଛନ୍ତିଯେ, “ଯଦି ଓରାଲ କ୍ୟାନସର ପ୍ରାଥମିକ ସ୍ତରରେ (ଷ୍ଟେଜ୍ ୧ ଏବଂ ୨) ଚିହ୍ନଟ କରାଯାଇପାରେ ତେବେ ଏହାର ଉପଶମ ପାଖାପାଖି ୯୦ ପ୍ରତିଶତ ହୋଇପାରେ । ଯେବେକି ଏହାକୁ ଅନ୍ତିମ ଷ୍ଟେଜରେ (ଷ୍ଟେଜ୍ ୩ ଏବଂ ୪) ଚିହ୍ନଟ କରାଗଲେ ଯେତେବି ଉନ୍ନତ ଚିକିତ୍ସା ପ୍ରଦାନ କରାଗଲେ ମଧ୍ୟ ଏଥିରୁ ଉପଶମ ମିଳିବାର ହାର ୩୦ ପ୍ରତିଶତକୁ ହ୍ରାସ ପାଇଥାଏ । ଦୁଃଖର ବିଷୟଯେ ୮୦% କେସରେ ଏହାର ଚିକିତ୍ସା ଅନ୍ତିମ ଷ୍ଟେଜରେ ହିଁ ହୋଇଥାଏ । ଓରାଲ କ୍ୟାନସର ମୁଖ୍ୟତଃ ପାଟିରେ ବୃଦ୍ଧି ହୋଇଥାଏ ଏବଂ ଯନ୍ତ୍ରଣାରୁ ଆରମ୍ଭ ହୋଇଥାଏ, ଯାହାକି କେବେ ନୂରହୋଇନଥାଏ । ଏଥିରେ ଓଠ, ଜିଭ, ଗାଲ କିମ୍ବା ପାଟି ମଧ୍ୟରେ ଅନ୍ୟ ସ୍ଥାନରେ ହୋଇପାରେ ଏବଂ ଯଦି ଏହାକୁ ଶିଘ୍ର ଚିକିତ୍ସା କରାନଯାଏ ତେବେ ଏହା ଜୀବନଘାତୀ ମଧ୍ୟ ହୋଇପାରେ । କ୍ୟନସରରେ ଭଲ ଫଳ ସେତେବେଳେ ମିଳିଥାଏ ଯେତେବେଳେକି ଏହାର ଚିକିତ୍ସା ଶିଘ୍ର ଆରମ୍ଭ କରାଯାଏ, କେବଳ ଜୀବିତ ରହିବା ପାଇଁ ନୁହେଁ ବରଂ ଆହୁରି ମଧ୍ୟ କାର୍ଯ୍ୟ କରିବାଭଳି ଥଇଥାନ ପାଇଁ ମଧ୍ୟ ଏହା ଆବଶ୍ୟକ ହୋଇଥାଏ ।”

ଓରାଲ କ୍ୟାନସରର ଶିଘ୍ର ଚିହ୍ନଟ ପାଇଁ ସଚେତନତା ବୃଦ୍ଧି ନିମନ୍ତେ, ଇଣ୍ଡୋକୋ ରିମେଡ଼ିଜ୍ ଏହାର ଉପବିଭାଗ, ୱାରେନ୍ ଏନଏକ୍ସଜେନ୍ ମାଧ୍ୟମରେ ସ୍ୱାସ୍ଥ୍ୟ ଚିକିତ୍ସକଙ୍କ ନିମନ୍ତେ ସ୍ୱତନ୍ତ୍ର ଆଲୋଚନାଚକ୍ରମାନ ଆୟୋଜନ କରୁଛି । ଆଗକୁ ଏହିସବୁ ସ୍ୱାସ୍ଥ୍ୟ ଚିକିତ୍ସକମାନେ ଓରାଲ କ୍ୟାନସରର ତୁରନ୍ତ ଚିହ୍ନଟ ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ରୋଗୀ ମାନଙ୍କୁ କ୍ୟାନସରର ପୂର୍ବାବସ୍ଥାର ନିଦାନ ପାଇଁ ପରାମର୍ଶ ଦେଉଛନ୍ତି । ଏଥି ପାଇଁ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତଥିବା ଅଧିକ ସଂଖ୍ୟାର ଲୋକମାନେ ବସବାସ କରୁଥିବା ସହର ଗୁଡ଼ିକୁ ଚିହ୍ନଟ କରାଯାଇ ଏହିସବୁ କାର୍ଯ୍ୟକଳାପ ଗୁଡ଼ିକ ଅନୁଷ୍ଠିତ କରାଯାଉଛି । ରୋଗୀ ମାନଙ୍କ ମଧ୍ୟରେ ଓରାଲ କ୍ୟାନସରକୁ ନିଜେ ଚିହ୍ନଟ କରିବା ପାଇଁ ଏଥି ସମ୍ପର୍କିତ ତଥ୍ୟ ଗୁଡ଼ିକ ଅଧିକ ମାତ୍ରାରେ ସମ୍ପ୍ରସାରଣ କରାଯାଉଛି, ଯାହାକି ସମୂହ ଲୋକ ମାନଙ୍କ ମଧ୍ୟରେ ବିଭିନ୍ନ ମାଧ୍ୟମରେ ପ୍ରସାରିତ କରାଯାଉଛି । ଏହି ଅବସରରେ ଇଣ୍ଡୋକୋ ରିମେଡ଼ିଜ୍ ଲିଃ. ପକ୍ଷରୁ ଏହାର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, କୁମାରୀ ଆଦିତି କାରେ ପନନ୍ଦିକାର କହିଛନ୍ତିଯେ, “ରୋଗୀ , ଅନୁଷ୍ଠାନ ଏବଂ ସ୍ୱାସ୍ଥ୍ୟ ୍କର୍ମି ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଇଣ୍ଡୋକୋ ପ୍ରତିଶୃତିବଦ୍ଧ ଏବଂ ଓରାଲ କ୍ୟାନସରର ଆରମ୍ଭ ଚିହ୍ନଟ ପାଇଁ ବିଭିନ୍ନ ପ୍ଲାଟଫର୍ମରେ ପ୍ରଚେଷ୍ଟା ଜାରି ରହିବ ।”


Share It

Comments are closed.