ଅଣ୍ଡର -୧୯ ବିଶ୍ୱକପ ପାଇଁ ଭାରତୀୟ ଦଳର ଘୋଷଣା


ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଣ୍ଡର -୧୯ ବିଶ୍ୱକପ ପାଇଁ ଭାରତୀୟ ଦଳର ଘୋଷଣା କରିଛି । ଦଳର ଅଧିନାୟକତ୍ୱ ଦାୟିତ୍ୱ ପ୍ରିୟମ ଗର୍ଗକୁ ଦିଆଯାଇଥିବାବେଳେ, ତାଙ୍କ ଅଧିନାୟକତ୍ୱରେ ଦଳ ଅନେକ ଉପଲବ୍ଧି ହାସଲ କରିଛି ।

ଭାରତୀୟ ଦଳ ୧୯ ଜାନୁଆରୀରୁ ୭ ଫେବୃଆରୀ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ଅଣ୍ଡର-୧୯ ବିଶ୍ୱକପ ଟାଇଟେଲକୁ ହାସଲ କରିବା ପାଇଁ ମଇଦାନକୁ ଓହ୍ଲାଇବ । ଅଣ୍ଡର ୧୯ ବିଶ୍ୱକପ ପାଇଁ ଭାରତୀୟ ଦଳରେ ଚୟନ ହୋଇଥିବା ଖେଳାଳୀମାନେ ହେଲେ, ପ୍ରିୟମ ଗର୍ଗ (ଅଧିନାୟକ), ଦ୍ରୁବ ଚନ୍ଦ ଜୁରେଲ (ଉପ-ଅଧିନାୟକ, ୱିକେଟକିପର), ୟଶାଭି ଜୟଶ୍ୱାଲ, ତିଲକ ବର୍ମା, ଦିବ୍ୟାଂସ ସକସେନା, ଶାଶ୍ୱତ ରାୱତ, ଦିବ୍ୟାଂସ ଜୋଶୀ, ରବି ବିଶ୍ୱନୋଇ, ଶୁଭାଙ୍ଗ ହେଗଡେ, ରବି ବିଶ୍ୱନୋଇ, ଆକାଶ ସିଂହ, କାର୍ତ୍ତିକ ତ୍ୟାଗୀ, ଅର୍ଥବ ଆଙ୍କୋଲକର, କୁମାର କୁଶାଗ୍ର, ସୁଶାନ୍ତ ମିଶ୍ରା, ବିଦ୍ୟାଧର ପାଟିଲ ।


Share It

Comments are closed.