ଆଠଗଡରୁ ଉଦ୍ଧାର ହେଲା ବିରଳ ବଜ୍ରକାପ୍ତା


ଖୋର୍ଦ୍ଦା ଗାଁ ନିକଟସ୍ଥ ତାଳଚନ୍ଦ୍ରଗିରି ଅଭାୟରଣ୍ୟରେ ଜଣଙ୍କ ଘରୁ ଜଙ୍ଗଲ ବିଭାଗ ପକ୍ଷରୁ ଏକ ବିରଳ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ଗତ ଶୁକ୍ରବାର ଦିନ ଏହି ସ୍ତନ୍ୟପାୟୀ ପ୍ରାଣୀଟିକୁ ବଡମ୍ବା ରେଞ୍ଜସ୍ଥିତ ଆଠଗଡ ଜଙ୍ଗଲ ବିଭାଗ ପକ୍ଷରୁ ଏହି ପ୍ରାଣୀଟିକୁ ଉଦ୍ଧାର କରାଯାଇଛି । ଏହି ସ୍ତନ୍ୟପ୍ରାଣୀ ସଂପର୍କରେ ଆଠଗଡ ଡିଭିଜନର ଜଙ୍ଗଲ ବିଭାଗ ଅଧିକାରୀ (ଡିଏଫଓ) ସସ୍ମିତା ଲେଙ୍କା କହିଛନ୍ତି ଯେ, “ଉଦ୍ଧାର ହୋଇଥିବା ଏହି ବଜ୍ରକାପ୍ତାଟିକୁ ବର୍ତ୍ତମାନ ସ୍ଥିତିରେ ବଡମ୍ବା ଫରେଷ୍ଟ ରେଞ୍ଜରେ ରଖାଯିବ ଏବଂ ପରବର୍ତ୍ତୀ ଏହାକୁ ନନ୍ଦନକାନନକୁ ସ୍ଥାନାନ୍ତରିତ କରାଯିବ ।”ପ୍ରକାଶ ଥାଉକି, ବଜ୍ରକାପ୍ତା ବିଶ୍ୱର ବିଲୁପ୍ତାପ୍ରାୟ ପ୍ରାଣୀ ହୋଇଥିବାବେଳେ ତା’ ଶରୀର ବାହ୍ୟ ଅଂଶ ମନୁଷ୍ୟ ଶରୀରର ନଖ ଏବଂ କେଶରେ ଦେଖିବାକୁ ମିଳୁଥିବା କେରାଟିନରେ ପ୍ରସ୍ତୁତ, ଯାହାର ମୂଲ୍ୟ ଏବେ ନାହିଁ ବି ଅକଳନ କରାଯାଇ ପାରି ନାହିଁ ।


Share It

Comments are closed.