ଭୁବନେଶ୍ୱରରେ ଇଣ୍ଡିଆନ ଆଇଡଲ ସିଜିନ୍ ୧୩ ଅଡିସନ


ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ରିୟାଲିଟି ସୋ’ ଇଣ୍ଡିଆନ ଆଇଡଲ, ସୋନି ଏଂଟରଟେନମେଂଟ ଟେଲିଭିଜନରେ ଖୁବ ଶୀଘ୍ର ପ୍ରସାରିତ ହେବାକୁ ଯାଉଛି । ଆଜି ଏହାର ଅଡିସନ ଭୁବନେଶ୍ୱର ଏମସ ନିକଟସ୍ଥ ଲୋକପ୍ରିୟ ସ୍କୁଲ, ଡୁନ ଇଂଟରନ୍ୟାସନାଲ ସ୍କୁଲ, ସିଜୁଆ ଠାରେ ଆୟୋଜିତ ହୋଇଯାଇଛି । ଏହାର ପ୍ରବେଶ ପଞ୍ଜିକରଣ ସକାଳ ୮ରୁ ପ୍ରାରମ୍ଭ ହୋଇ ପାଖାପଖି ୫୭୫ ଜଣ ପ୍ରତିଯୋଗୀଙ୍କୁ ପ୍ରବେଶ କରିବାର ସୁଯୋଗ ମିଳିଛି ।
ଇଣ୍ଡିଆନ ଆଇଡଲ ଏକ ବୈପ୍ଲବିକ ପ୍ରଦର୍ଶନ ଅଟେ ଯାହା ନୂତନ ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଏକ ଜାତୀୟ ପ୍ଲାଟଫର୍ମ ମାଧ୍ୟମରେ ଷ୍ଟାର କରିଥାଏ । ୨୦୦୪ରୁ ପ୍ରଦର୍ଶିତ ହେଉଥିବା ଏହି ସୋ, ସଲମାନ ଅଲି (ସିଜନ ୧୦ର ବିଜେତା), ସନ୍ନି ହିନ୍ଦୁସ୍ତାନୀ (ସିଜନ ୧୧ର ବିଜେତା) ଏବଂ ପଦନଦୀପ ରାଜନ (ସିଜନ ୧୨ର ବିଜେତା) ପରି ସୁମଧୁର କଣ୍ଠ ଦେଶକୁ ପ୍ରଦାନ କରିଛି । ବର୍ତମାନ ଏହାର ସିଜିନ ୧୩ ଯାହାକି ସୋନି ଏଂଟରଟେନମେଂଟ ଚ୍ୟାନେଲରେ ପ୍ରଦର୍ଶିତ ହେବ ।


Share It

Comments are closed.