ପୁଣି ଥରେ ଖେଳାଯିବ ସେମିଫାଇନାଲର ଅବଶିଷ୍ଟ ମ୍ୟାଚ


ଚଳିତ ବିଶ୍ୱକପରେ ଏହା ଦ୍ୱିତୀୟ ଥର ଘଟିଛି, ଯେଉଁଥିରେ ଭାରତ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବର୍ଷା ପୁଣି ଥରେ ପ୍ରତିବନ୍ଧକ ସାଜିଛି । ବିଶ୍ୱକପରେ ଗତ ୯ ତାରିଖ ଦିନ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯାଇଥିବାବେଳେ ଖେଳ ମଝିରେ ବର୍ଷା ବାଧକ ସାଜିବା ହେତୁ ମ୍ୟାଚଟିକୁ ଅଧାରୁ ବନ୍ଦ କରାଇ ଦିଆଯାଇଥିଲା । ଖେଳ ବନ୍ଦ ହେବା ବେଳକୁ ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୨୧୧ ରନ ସଂଗ୍ରହ କରିଥିଲା ।
ଇଂଲଣ୍ଡରେ ଏହିଭଳି ପରିସ୍ଥିତକୁ ଆଖିଆଗରେ ରଖି ଆଇସିସି ପକ୍ଷରୁ ଫାଇନାଲ ଏବଂ ସେମିଫାଇନାଲ ପାଇଁ ରେଜର୍ଭ ଡେ ରଖାଯାଇଥିବାବେଳେ ଅନ୍ୟପଟେ ବର୍ଷା ଯୋଗୁଁ ଅଧାରୁ ବାତିଲ ହୋଇଥିବା ଏହି ମ୍ୟାଚଟି ପୁଣିଥରେ ୧୦ ଜୁଲାଇରୁ ଆରମ୍ଭ କରାଯିବ ।
ସର୍ତ୍ତ ଅନୁଯାୟୀ ମ୍ୟାଚ ସେହି ଠାରୁ ଯେଉଁଠାରୁ ଖେଳ ବନ୍ଦ ହୋଇଥିଲା । ଅର୍ଥାତ ନ୍ୟୁଜିଲାଣ୍ଡ ୪୬.୧ ଓଭରରୁ ନିଜ ଖେଳ ଆରମ୍ଭ କରି ନିଜର ୫୦ ଓଭର ପୂରଣ କରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଇଂଲଣ୍ଡରେ ବର୍ଷାର ଯୋଗୁଁ ପିଚ ଉପରେ ଏହାର ପ୍ରଭାବ ପଡୁଥିବାବେଳେ ଧିରେ ଧିରେ ପିଚଟି ସ୍ଲୋଅର ହୋଇ ଯାଉଛି ।


Share It

Comments are closed.