ରିଷଭଙ୍କ ଦ୍ୱାରା ଷ୍ଟମ୍ପିଙ୍ଗ ହୋଇ ମଧ୍ୟ କାହିଁକି ଆଉଟ ହେଲେ ନାହିଁ ଲିଟନ ଦାସ, ଜାଣନ୍ତୁ


ବାଙ୍ଗଲାଦେଶ କ୍ରିକେଟ ଟିମ୍ ବର୍ତ୍ତମାନ ଭାରତ ଗସ୍ତରେ ଥିବାବେଳେ ଉଭୟ ଦଳ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଚାଲିଛି । ଭାରତ ଦ୍ୱିତୀୟ ଟି-୨୦ ମ୍ୟାଚକୁ ୮ ୱିକେଟରେ ବିଜୟ ହାସଲ କରି ନେଇଥିବାବେଳେ ଏହି ସିରିଜରେ ଦଳର ୧-୧ରେ ସମାନ୍ତର କରି ନେଇଛି । ସିରିଜର ତୃତୀୟ ଏବଂ ଶେଷ ଦିନିକିଆ ୧୦ ନଭେମ୍ବରରେ ଇନ୍ଦୋରରେ ଖେଳାଯିବାକୁ ଥିବାବେଳେ ଦ୍ୱିତୀୟ ମ୍ୟାଚରେ ଏକ ଅଦ୍ଭୁତପୂର୍ବ ଘଟଣା ଦେଖିବାକୁ ମିଳିଥିଲା । ଚହଲଙ୍କ ବଲରେ ରିଷଭ ବାଙ୍ଗଲାଦେଶୀ ଅଲରାଉଣ୍ଡର ଲିଟନ ଦାସଙ୍କୁ ଷ୍ଟମ୍ପିଙ୍ଗ କରିଥିବାବେଳେ କିନ୍ତୁ ଥାର୍ଡ ଅମ୍ପାୟର ଏହାକୁ ନଟ ଆଉଟ ଦେଇଥିଲେ ।

ଖେଳର ନିୟମ ଅନୁଯାୟୀ କୌଣସି ବି ୱିକେଟକିପର ଷ୍ଟମ ଆଗରୁ ବଲ ଧରି ବ୍ୟାଟ୍ସମ୍ୟାନଙ୍କୁ ଷ୍ଟମ୍ପିଙ୍ଗ କରିପାରିବେ ନାହିଁ କିନ୍ତୁ ରିଷଭ, ଲିଟନ ଦାସଙ୍କୁ ଷ୍ଟମ୍ପିଙ୍ଗ କରିବା ସମୟରେ ଏହି ବଡ ଭୁଲ କରିବସିଥିଲେ । ଏଥିପାଇଁ ଥାର୍ଡ ଅମ୍ପାୟର ତାଙ୍କୁ ନଟ ଆଉଟ ସାବ୍ୟସ୍ତ କରିଥିଲେ । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେଉଥିବାବେଳେ ଖେଳ ବିଶେଷଜ୍ଞଙ୍କ ମହଲରେ ଏହା ବେଶ ଚର୍ଚ୍ଚା ମଧ୍ୟ ସୃଷ୍ଟି କରୁଛି ।


Share It

Comments are closed.