ଅଷ୍ଟ୍ରେଲିଆ ସହ ସିରିଜ ଖେଳିବା ପୂର୍ବରୁ ଭାରତକୁ ଲାଗିଲା ବଡ ଝଟକା


ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୨୪ ପେବୃଆରୀରୁ ଆରମ୍ଭ ହେବାକୁ ଯାଉଥିବା ଟି-୨୦ ଏବଂ ଦିନିକିଆ ସିରିଜ ପୂର୍ବରୁ ଭାରତକୁ ପ୍ରଥମ ଝଟକା ଲାଗିଛି । କାରଣ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ରୂପେ ଦାବିଦାର ଥିବା ‘ହାର୍ଦିକ ପାଣ୍ଡିଆ’ଙ୍କ ପିଠିରେ ଯନ୍ତ୍ରଣା ଉପୁଜିବାରୁ ତାଙ୍କୁ ଦଳରୁ ବାଦ ଦିଆଯାଇଛି । ପାଣ୍ଡିଆଙ୍କ ପିଠିରେ ଯନ୍ତ୍ରଣା ଉପୁଜିବାରୁ ତାଙ୍କୁ ୨ଟି ଟି-୨୦ ଏବଂ ୫ଟି ଦିନିକିଆ ବିଶିଷ୍ଟ ସିରିଜରୁ ବାଦ ଦିଆଯାଇଛି ।
ତାଙ୍କ ପିଠିର ତଳ ଭାଗରେ ଖୁବ ଜୋରସେ ଯନ୍ତ୍ରଣା ଅନୁଭବ ହେଉଛି, ଯେଉଁଥିପାଇଁ ତାଙ୍କୁ ଦଳର ମେଡିକାଲ ଟିମ ମ୍ୟାଚ ନ ଖେଳି ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି ।
ପାଣ୍ଡିଆଙ୍କ ବଦଳରେ ଦଳର ବାମହାତୀ ସ୍ପିନର ତଥା ଅଲରାଉଣ୍ଡର ରବିନ୍ଦ୍ର ଯାଡେଜାଙ୍କୁ ସୁଯୋଗ ଦିଆଯାଇଛି । ପ୍ରକାଶ ଥାଉକି ହାର୍ଦିକ ଗତ ବର୍ଷ ଏସିଆ କପରେ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବାବେଳେ ଆହାତ ହୋଇଥିଲେ । ଯେଉଁଥିପାଇଁ ଦୀର୍ଘ ସମୟ ପରେ ଅଷ୍ଟ୍ରେଲିଆ ଗସ୍ତରେ ତାଙ୍କର ଦଳକୁ ପୁଣିଥରେ ପ୍ରତ୍ୟାବର୍ତ୍ତନ ହୋଇଥିଲା ।


Share It

Comments are closed.