ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ବିକ୍ରି ହେଲା ଶେଷ


ବିଶ୍ୱକପରେ ଆସନ୍ତା ରବିବାର ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବାକୁ ଅଛି । ଇଂଲଣ୍ଡର ‘ଓଲ୍ଡ ଟ୍ରାଫୋର୍ଡ’ରେ ଖେଳାଯିବାକୁ ଥିବା ଏହି ମ୍ୟାଚର ୭୦ ପ୍ରତିଶତ ଟିକେଟ ଭାରତୀୟମାନେ କିଣି ସାରିଥିବାବେଳେ ୧୮ ପ୍ରତିଶତ ଟିକେଟ ପାକିସ୍ତାନୀ କିଣିଛନ୍ତି । ବିଶ୍ୱକପ ଭଳି ବଡ ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମ୍ୟାଚ ଦେଖିବା ପାଇଁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅନେକ ଉଦୀପନା ଭରି ରହିଥିବାବେଳେ ଏହି ମ୍ୟାଚର ସମସ୍ତ ଟିକେଟ ପୂର୍ବରୁ ବିକ୍ରି ସରିଛି ।
ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ୨୨ ହଜାର କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ୧୫ ହଜାରରୁ ଅଧିକ ଭାରତୀୟ ମହଜୁଦ ରହିବେ । ସେହିଭଳି ଏହି ମ୍ୟାଚକୁ ଦେଖିବା ପାଇଁ କାନପୁରରେ କେବଳ ୪୦୦ ଲୋକ ଇଂଲଣ୍ଡ ଗସ୍ତରେ ଆସିଥିବାବେଳେ ବିଭିନ୍ନ ପ୍ରାନ୍ତରୁ ଏହି ମ୍ୟାଚକୁ ଦେଖିବା ପାଇଁ ଅନେକ କ୍ରିକେଟ ପ୍ରେମୀ ସୁଅ ବର୍ତ୍ତମାନ ଠାରୁ ମଧ୍ୟ ଛୁଟିଲାଣି ।


Share It

Comments are closed.