ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବେ ଏହି ବିରଳ କୀର୍ତ୍ତିମାନ ହାସଲ କଲେ ସାମି


ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ନାଁରେ ଆଉ ଏକ ରେକର୍ଡ । ନିଜ ଦିନିକିଆ କ୍ୟାରିୟରରେ ୧୫୦ ୱିକେଟ୍‌ ନେବାର ରେକର୍ଡ କରିଛନ୍ତି ଅଭିଜ୍ଞ ପେସ୍‌ ବୋଲର ମହମ୍ମଦ ସାମି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ସେ ଅଧିନାୟକ ଜୋସ୍‌ ବଟଲରଙ୍କୁ ଆଉଟ୍‌ କରି ଏହି ମାଇଲଖୁଣ୍ଟ ଛୁଇଁଥିଲେ । ପ୍ରଥମ ଦିନିକିଆରେ ୭ ଓଭର ବୋଲିଂ କରି ୩୧ରନ୍‌ ଦେଇ ୩ଟି ୱିକେଟ୍‌ ଅକ୍ତିଆର କରିଛନ୍ତି ସାମି। ଏଥିସହ ସାମି ଭାରତର ଦ୍ରୁତତମ ବୋଲର ଭାବେ ୧୫୦ ୱିକେଟ୍‌ ପୂରଣ କରିଛନ୍ତି । ସେ ୮୦ଟି ମ୍ୟାଚ୍‌ ଖେଳି ଏହି ରେକର୍ଡ଼ ସ୍ଥାପନ କରିଛନ୍ତି । ପୂର୍ବରୁ ଏହି ରେକର୍ଡ଼ ପେସ୍‌ ବୋଲର ଅଜିତ ଅଗରକରଙ୍କ ନାମରେ ଥିଲା । ସେ ୯୭ଟି ମ୍ୟାଚ୍‌ ଖେଳି ଏହି ସଫଳତା ହାସଲ କରିଥିଲେ । ଅନ୍ୟ ପଟେ ସାମି ବିଶ୍ୱର ଯୁଗ୍ମ ତୃତୀୟ ଦ୍ରୁତତମ ବୋଲର ଭାବେ ୧୫୦ ୱିକେଟ୍‌ ପୂରଣ କରିଛନ୍ତି । ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ୭୭ଟି ମ୍ୟାଚ୍‌ ସହ ପ୍ରଥମ, ପାକିସ୍ତାନର ପୂର୍ବତନ ବୋଲର ସାକଲିନ୍‌ ମୁସ୍ତାକ ୭୮ଟି ମ୍ୟାଚ୍‌ ସହ ଦ୍ୱିତୀୟ ଏବଂ ଆଫଗାନିସ୍ତାନର ରସିଦ ଖାନ ୮୦ ମ୍ୟାଚ୍‌ ସହ ତୃତୀୟ ସ୍ଥାନରେ ରହିଛନ୍ତି ।


Share It

Comments are closed.