ଆଗାମୀ ପ୍ରଧାନମନ୍ତ୍ରୀ ୟପିରୁ ହିଁ ହେବେ – ଅଖିଳେଶ


ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ସିଂହ ଯାଦବ କହିଛନ୍ତି ଯେ, ବର୍ତ୍ତମାନ ଦେଶର ଜନତା ପରିବର୍ତ୍ତନ ଚାହୁଁଛନ୍ତି । ଅଖିଳେଶ କହିଛନ୍ତି ସେ ପ୍ରଧାନମନ୍ତ୍ରୀ ପାଇଁ ସେ ଯୋଗ୍ୟ ପ୍ରାର୍ଥୀ ନୁହନ୍ତି କିନ୍ତୁ ଆଗାମୀ ଦିନରେ ୟୁପିରୁ ହିଁ ଜଣେ ବ୍ୟକ୍ତି ଦେଶର ପ୍ରଧାନମନ୍ତ୍ରୀ ହେବେ ।
ବୁଧବାର ଏକ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମ ମାଧ୍ୟମରେ ସେ କହିଛନ୍ତି ଯେ, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ନିର୍ବାଚନ ଦେଇଥିବା ପ୍ରତିଶୃତିକୁ ପୂରଣ କରିବାରେ ଅସମର୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶକୁ ଜଣେ ନୂଆ ପ୍ରଧାନମନ୍ତ୍ରୀର ଆବଶ୍ୟକତା ରହିଛି । ଆଗାମୀ ଲୋକସଭା ନିର୍ବାଚନ ସାମାଜିକ ନ୍ୟାୟ, ବିକାଶ ଏବଂ କୃଷକ ଓ ଯୁବକଙ୍କ ଅଧିକାର ଉପରେ ହେବ ।
ଏକ ଟିଭି ସାକ୍ଷାତକାର କାର୍ଯ୍ୟକ୍ରମରେ ସାମ୍ବାଦିକ ଦ୍ୱାରା ପଚାରଯାଇଥିବା ପ୍ରଶ୍ନର ଉତ୍ତରରେ ସହ କହିଥିଲେ , ମୁଁ ପ୍ରସ୍ତୁତ କରିଥିବା ରଣନୀତିକୁ ସମସ୍ତଙ୍କ ସାମନାରେ ପ୍ରଘଟ କରିବାକୁ ଚାହୁଁନାହିଁ କିନ୍ତୁ ଆଗାମୀ ନିର୍ବାଚନରେ ବିଜେପି ବିରୋଧି ସମସ୍ତ ବିପକ୍ଷ ଦଳ ଏକାଠି ହୋଇ ବିଜେପିକୁ ହରାଇବା ସହ ଦେଶର ନୂତନ ପ୍ରଧାନମନ୍ତ୍ରୀ ଚୟନ ମଧ୍ୟ କରାଯିବ ।

 ଆପଣ ନିଜକୁ ଏମପି ପାଇଁ ଦାବିବାର ଭାବୁଛନ୍ତି କି ?
ଏହାର ଉତ୍ତର ରଖି ସେ କହିଥିଲେ ଯେ, ମୁଁ ବଡ ବଡ ସ୍ୱପ୍ନ ଦେଖେ ନାହିଁ । ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହେଁ, ପ୍ରଧାନମନ୍ତ୍ରୀ ନୁହେଁ ।

ଆପଣ ମହାଗଠବନ୍ଧରେ ସାମିଲ ହେବେ କି ?
ବର୍ତ୍ତମାନ ସମସ୍ତ ରାଜନୈତିକ ଦଳ ପରିପକ୍ୱ ହୋଇଗଲେଣି । ବର୍ତ୍ତମାନ ବିଜେପି ୪୭ଟି ଦଳ ସହ ମିଶି ସରକାର ଗଢିଛି ।

ଆପଣ ବିଏସପି ସହ ଆସନ ବଣ୍ଟନ କରିବେ କି ?
ଏହି ପ୍ରଶ୍ନର ପ୍ରତିଉତ୍ତରରେ ସେ କହିଥିଲେ ଉତ୍ତରପ୍ରଦେଶରେ ସୋସିଆଲ ଇଞ୍ଜିନିୟରିଂ ଏବଂ ସମ୍ମାନର ମେଣ୍ଟ ହେବ । ଏଥର ବିପକ୍ଷୀ ଦଳ ସମସ୍ତେ ମିଶି କରି ବିଜେପିକୁ ହରାଇବେ ।

ଅଖିଳେଶ ଅତିରିକ୍ତ ଭାବରେ ଆହୁରୀ ମଧ୍ୟ କହିଥିଲେ, ବିଜେପି ଦେଶ ଏବଂ କାଶ୍ମରୀକୁ ସମ୍ଭାଳିବାରେ ସମ୍ପୂର୍ଣ୍ଣ ଅସମର୍ଥ । ଏହା ବିଜେପିର ରଣନୀତି କି ସେ ଏହି ପ୍ରଶ୍ନର ସହିତ ଆଗକୁ ବଢିବ । ସାମ୍ବାଦିକଙ୍କ ଦ୍ୱାରା ଭ୍ରଷ୍ଟାଚାର ସମ୍ବନ୍ଧିୟ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ୟୁପିରେ ବିଧାନସଭା ନିର୍ବାଚନ ସମୟରେ ଯାଦବ ହେଉଛନ୍ତି ଯାଦବଙ୍କ ଭାଇ ବୋଲି ପ୍ରଚାର କରୁଥିଲା କିନ୍ତୁ ଏବେ ବିଜେପି କହିପାରିବେ କି ବ୍ୟାଙ୍କରୁ ଟଙ୍କା ନେଇ ଫେରାର ହୋଇଯାଇଥିବା ଲଳିତ ମୋଦି ଏବଂ ନିରବ ମୋଦି କେଉଁ ମୋଦିଙ୍କ ସଂପର୍କୀୟ ଭାଇ ?


Share It

Comments are closed.