ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି


ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରୁ କରାଯାଇଥିବା ତାଜା ସୂଚନା ମୁତାବକ ଦେଶରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫ରେ ପହଞ୍ଚିଯାଇଥିବାବେଳେ ସେପଟେ ଏହି ଭାଇରସରେ ୭ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଜଣା ପଡିଛି । ଦିଲ୍ଲୀରେ ଏହି ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ୩୦ରେ ପହଞ୍ଚି ଯାଇଥିବାବେଳେ ଅନ୍ୟପଟେ ଓଡିଶାରେ ମାତ୍ର ୨ ଜଣ ଏହି ଭାଇରସରେ ସଂକ୍ରମିତ ହୋଇଥିବାର ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିଛି । ଦିଲ୍ଲୀରେ ସଂକ୍ରମିତଙ୍କ ମଧ୍ୟରୁ ୨୩ ଜଣ ବିଦେଶରୁ ଆସୁଥିବାବେଳେ ବାକି ୭ ଜଣ ତାଙ୍କ ପରିବାର ସଦସ୍ୟ ଅଟନ୍ତି ।
ସେପଟେ କେନ୍ଦ୍ର ସରକାର ସମସ୍ତ ରାଜ୍ୟରେ ଲକଡାଉନକୁ କଡାକଡି ପାଳନ କରିବା ପାଇଁ ଆଦେଶ ଦେଇଥିବାବେଳେ ଏହାର ଅବମାନନାକାରୀଙ୍କୁ ଶକ୍ତରୁ ଶକ୍ତ ଦଣ୍ଡରେ ଦଣ୍ଡିତ କରିବା ପାଇଁ ଆଦେଶ ଦେଇଛନ୍ତି ।


Share It

Comments are closed.