ଆତଙ୍କବାଦର ସ୍ୱର୍ଗ ପାକିସ୍ଥାନବୋଲି ପ୍ରମାଣିତ କଲେ ଇମରାନ୍


ନିକଟରେ ପାକିସ୍ଥାନ ପ୍ରଧାନମନ୍ତ୍ରୀ, ଇମରାନ୍ ଖାନ ଦେଇଥିବା ମନ୍ତବ୍ୟ ପାଇଁ ସମ୍ପୁର୍ଣ୍ଣ ପାକିସ୍ଥାନର ବାତାବରଣ ଖୁବ୍ ସରଗରମ ରହିଛି । ଘଟଣା ଅନୁଯାୟି ଇମରାନ୍ ଖାନ୍ ନିକଟରେ ଇରାନର ରାଷ୍ଟ୍ରପତି, ହସନ ଋହାନିଙ୍କ ସହିତ ସାକ୍ଷାତ ଆଲୋଚୋନା କରିଥିଲେ । ଯେଉଁ ବୈଠକରେ ବିଭିନ୍ନ ଘଟଣା ଉପରେ ଚର୍ଚ୍ଚା ହୋଇଥିବାବେଳେ ଆତଙ୍କବାଦ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଯେଉଁ ଚର୍ଚ୍ଚାରେକି ପାକିସ୍ଥାନ ପ୍ରଧାନମନ୍ତ୍ରୀ ଆତଙ୍କବାଦ ଉପରେ ଏକ ବଡ଼ ସତ୍ୟକୁ ସ୍ୱିକାର କରିଥିଲେ । ସେ କହିଥିଲେକି ପୂର୍ବ ପାକିସ୍ଥାନ କେବଳ ଇରାନରେ ଆତଙ୍କବାଦୀ ଆକ୍ରମଣ ପାଇଁ ବ୍ୟବହାର କରାଯାଉଛି । ଉକ୍ତ ବୟାନକୁନେଇ ପାକିସ୍ଥାନର ନ୍ୟାସନାଲ ଆସେମ୍ବଲିରେ ଇମରାନ୍ ଖାନଙ୍କୁ ଭର୍ସନା କରାଯାଇଛି । ସୂତ୍ରରୁ ପ୍ରକାଶ ପାକିସ୍ଥାନର ବିରୋଧିମାନେ ଏହାକୁ ପ୍ରଧାନମନ୍ତ୍ରୀଙ୍କର ଦାୟିତ୍ୱହୀନ ମନ୍ତବ୍ୟ କହିବା ସହ ଉକ୍ତ ଘଟଣା ପାକିସ୍ଥାନକୁ ବିଶ୍ୱ ଦରବାରରେ ନିନ୍ଦିତ କରାଇଛିବୋଲି ମତବ୍ୟକ୍ତ କରିଛନ୍ତି ।
ଏହିପରି ଘଟଣା ପାକିସ୍ଥାନରେ ପ୍ରଥମ ଥର ହୋଇନାହିଁ ବରଂ ଆଗରୁ ପାକିସ୍ଥାନର ପୂର୍ବ ରାଷ୍ଟ୍ରପତି, ପରବେଜ୍ ମୁଶାରଫ୍ ମଧ୍ୟ ଏପରି କିଛି ମନ୍ତବ୍ୟଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ । ଏକଦା ଏକ ସାକ୍ଷାତକାର ଅବସରରେ ମୁଶାରଫ୍ କହିଥିଲେଯେ, ଆତଙ୍କବାଦୀ ସହାୟତାରେ ମୁଁ କାରଗିଲ ଯୁଦ୍ଧ କରାଇଥିଲି ଏବଂ ଆତଙ୍କବାଦୀଙ୍କ ସହାୟତାରେ ମୁଁ ଭାରତରେ ଆକ୍ରମଣ ମଧ୍ୟ କରିଥିଲି । ଏହିସବୁ ମନ୍ତବ୍ୟରୁ ସ୍ପଷ୍ଟ ଅନୁମାନ କରାଯାଉଛିକି ଆତଙ୍କବାଦ ପରିପ୍ରେକ୍ଷୀରେ ପାକିସ୍ଥାନର ଭାବମୂର୍ତ୍ତି କେତେ ନିର୍ମଳ ।


Share It

Comments are closed.