ଆରମ୍ଭ ହେଇଛି ମଳ ମାସ: ଆସନ୍ତୁ ଜାଣିବା କ’ଣ ରହିଛି ଏହାର ମାହାତ୍ମ୍ୟ


ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ତିନି ବର୍ଷ ପର୍ଯ୍ୟନ୍ତ ତିଥି ମାନଙ୍କର କ୍ଷୟ ହୋଇଥାଏ । ଯାହା ଅନୁଯାୟି ପ୍ରତି ତିନି ବର୍ଷରେ ଥରେ ଗୋଟେ ମାସ ହୋଇଯାଏ, ଯାହାକୁ ମଳ ମାସ କିମ୍ବା ପୁରୁଷତ୍ତୋମ ମାସ ବୋଲି କୁହାଯାଏ । ଏହି ମାସରେ କିଛିବି ଶୁଭ କାର୍ଯ୍ୟ କରାଯାଇନଥାଏ । କିନ୍ତୁ ଏହି ସମୟରେ ଧର୍ମ କାର୍ଯ୍ୟାଦି କଲେ ଅନେକ ପୁଣ୍ୟ ମିଳିଥାଏ ବୋଲି ପୌରାଣିକ ତଥ୍ୟ ରହିଛି । ଚଳିତ ବର୍ଷ ୨୦୧୮ରେ ମେ ୧୬ ରୁ ୧୩ ଜୁନ୍ ପର୍ଯ୍ୟନ୍ତ ଏହି ମଳ ମାସ ରହିବ । ତେଣୁ ଓଡ଼ିଆ କ୍ୟାଲେଣ୍ଡର ଅନୁଯାୟି ଏଥରର ଜ୍ୟେଷ୍ଠ ମାସ ୩୦ ଏପ୍ରିଲରୁ ଆରମ୍ଭହୋଇ ୨୭ ଜୁନ୍ ପର୍ଯ୍ୟନ୍ତ ରହିବ ।
ଏକ ଚନ୍ଦ୍ର ବର୍ଷରେ ୧୨ଟି ମାସ ରହିଥିବାବେଳେ ସୋଲାର କ୍ୟାଲେଣ୍ଡରରେ ଏହାକୁ ଋଷି ମୁନିମାନେ ଋତୁ ଅନୁଯାୟି ଗଣନା କରିବା ସମୟରେ ଏହି ଅଧିକ ମାସକୁ ମଳ ମାସ ବା ପୁରୁଷତ୍ତମ ମାସବୋଲି ଆଖ୍ୟା କରିଛନ୍ତି । ଏହି ମାସ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଥିବାରୁ ଏହାକୁ ଅଧିକ ପୁଣ୍ୟବୋଲି ବିବେଚନା କରାଯାଇଥାଏ । ମଳ ମାସର ଏକ ପୌରାଣିକ କାହାଣୀ ରହିଛି, କାହାଣୀ ଅନୁଯାୟି, ଏକଦା ଲକ୍ଷ୍ମୀ ଦେବୀ ଭଗବାନ ବିଷ୍ଣୁଙ୍କୁ ମଳ ମାସ କିପରି ପାଳନ କରାଯିବବୋଲି ପଚାରିଲେ । ଶ୍ରୀହରି ଏହାର ଉତ୍ତରରେ କହିଲେଯେ ସେ ସ୍ୱୟଁ ହେଉଛନ୍ତି ମଳ ମାସର ଅଧିଷ୍ଠାତା ଭଗବାନ ଏବଂ ପୁରୁଷତ୍ତମ ନାମରେ ପରିଚିତ । ଏହି ମାସରେ କେତେକ ପୁଣ୍ୟ କାର୍ଯ୍ୟ ଯେପରି ସ୍ନାନ, ଜପ, ହୋମଆଦି ଅକ୍ଷୟ ଫଳ ପ୍ରଦାନ କରିବ । ସେ ଆହୁରି ମଧ୍ୟ ମା’ ଲକ୍ଷ୍ମୀଙ୍କୁ ସୂଚାଇଥିଲେଯେ, ଯେଉଁମାନେ ମଳ ମାସରେ ଏହିସବୁ ପୁଣ୍ୟ କାର୍ଯ୍ୟ କରିବେ ନାହିଁ ସେମାନେ ସର୍ବଦା ଦାରିଦ୍ର୍ୟ ଏବଂ ସନ୍ତାନ ଶୋକ ଇତ୍ୟାଦି ଭୋଗିବେ । ଯେଉଁମାନେ ଏହିସବୁ ପୁଣ୍ୟ କାର୍ଯ୍ୟ ସମ୍ପୁର୍ଣ୍ଣ ମାସସାରା କରିପାରିବେ ନାହିଁ ସେମାନେ କିଛି ପ୍ରମୁଖ ଦିବସ ଯେପରିକି କୃଷ୍ଣ ପକ୍ଷ ଅଷ୍ଟମୀ, ନବମୀ, ଚର୍ତୁଦଶୀ, ଦ୍ୱାଦଶୀ ଏବଂ ପୁର୍ଣ୍ଣମୀ ଆଦିରେ କିଛି ସତକର୍ମ କରିବା ଉଚିତ୍ ।

ଏହି ମାସରେ ଉପାସ ବା ବ୍ରତ ଧାରଣ କଲେ ଏହା ୧୦୦ ଜଜ୍ଞ ସହିତ ସମାନବୋଲି ପ୍ରବାଦ ରହିଛି । ତେଣୁ ଏ ମାସରେ ଉପାସ ବ୍ରତ ଆଦି କରିବା ଆବଶ୍ୟକ, ଯାହାକି ପୁଣ୍ୟ ଫଳ ପ୍ରଦାନ କରିବା ସହିତ ମାନସିକ ଶାନ୍ତି ମଧ୍ୟ ପ୍ରଦାନ କରିଥାଏ । ପୌରାଣିକ ତଥ୍ୟ ଅନୁଯାୟି ଏହି ସମୟ ମଧ୍ୟରେ ବିଭିନ୍ନ ସତକର୍ମ କରିବା ଦ୍ୱାରା ପୁର୍ନଜନ୍ମରୁ ରକ୍ଷା ମିଳିଥାଏ । ଏହି ସମୟରେ ଅନେକ ସାଧୁମାନେ ମୁଖ୍ୟତଃ ବିଭିନ୍ନ ପୂରାଣ ଯେପରିକି, ଶ୍ରୀମଦ୍ ଭାଗବତ ପୂରାଣ, ଭବିଷ୍ୟତର ପୂରାଣ, ଶ୍ରୀମଦ୍ଦେବୀ ଭାଗବତମ୍, ଶ୍ରୀ ବିଷ୍ଣୁ ପୂରାଣ ଇତ୍ୟାଦିରେ ବର୍ଣ୍ଣିତ ଜୀବନଶୈଳୀକୁ ଅନୁକରଣ କରିଥାନ୍ତି । ଯେହେତୁ ମଳ ମାସ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ତେଣୁ ଏହି ମାସରେ ବିଷ୍ଣୁ ସହସ୍ରନାମ ଏବଂ ସୂକ୍ତ ଆଦିର ପବିତ୍ର ଶ୍ଳୋକକୁ ଗାୟନ କଲେ ଅନେକ ପୁଣ୍ୟ ମିଳିଥାଏବୋଲି କଥିତ ରହିଛି । ଉକ୍ତ ମାସରେ ଭଗବାନଙ୍କର କୃପା ପାଇବାକୁହେଲେ ଜଣକୁ ପ୍ରାତଃ ତଥା ବ୍ରାହ୍ମ ମୁହୂର୍ତ୍ତ ୪ରୁ ୬ଟା ମଧ୍ୟରେ ଉଠି ନିତ୍ୟକର୍ମ ଶାରି ଭଗବାନ ରାଧା କୃଷ୍ଣ କିମ୍ବା ଲକ୍ଷ୍ମୀ ନାରାୟଣଙ୍କର ଷୋଡ଼ଶଉପଚାର ବିଧି କରିବା ଶୁଭପ୍ରଦ ହୋଇଥାଏ ।

 


Share It

Comments are closed.