ଭୁବନେଶ୍ୱର : ପାର୍ବଣ ଋତୁ ପାଇଁ ଆଇଡିବିଆଇ ବ୍ୟାଙ୍କ, ଅକ୍ଟୋବର ୧୬ ଓ ୧୭ ତାରିଖ ୨୦୨୩ରେ ‘ରିଟେଲ୍ ଲୋନ୍ ଫେଷ୍ଟ୍’ର ଶୁଭାରମ୍ଭ କରିବାକୁ ଯାଉଛି । ବ୍ୟାଙ୍କର ବ୍ରାଣ୍ଡ ଫିଲୋସୋଫି ‘ବ୍ୟାଙ୍କ ଏସା ଦୋସ୍ତ ଜୈସା’କୁ ବିସ୍ତାର କରି ଏହି ଲୋନ୍ ଫେଷ୍ଟରେ ବ୍ୟାଙ୍କର ଗ୍ରାହକ କୈନ୍ଦ୍ରିକ ଆଭିମୁଖ୍ୟ ଏବଂ ହାଉସିଂ ଲୋନ୍, ଅଟୋ ଲୋନ୍, ଏଜୁକେଶନ ଲୋନ୍, ଲୋନ୍ ଏଗେନ୍ଷ୍ଟ ପ୍ରପର୍ଟି, ପର୍ସନାଲ ଲୋନ୍ ଓ ଲୋନ୍ ଏଗେନ୍ଷ୍ଟ ସିକ୍ୟୁରିଟିଜ୍ ସମେତ ରିଟେଲ୍ ଲୋନ୍ଗୁଡିକର ଏକ ବିସ୍ତୃତ ଶୃଙ୍ଖଳାରେ ସ୍ୱତନ୍ତ୍ର ସୁବିଧା ସାମିଲ ରହିଛି । ବ୍ୟାଙ୍କ ପକ୍ଷରୁ ରିଟେଲ୍ ଲୋନ୍ ଫେଷ୍ଟକୁ ପରିଚାଳନା କରିବା ପାଇଁ ୧୨୫ରୁ ଉର୍ଦ୍ଧ୍ୱ ନିର୍ଦ୍ଧିଷ୍ଟ ଶାଖା ଚିହ୍ନଟ କରାଯାଇଛି ଯାହା ଭାରତବ୍ୟାପୀ ୮୧ଟି ଜିଲ୍ଲା, ୮୮ଟି ସେଂଟର୍ ଓ ୨୨ଟି ରାଜ୍ୟର ଭୂଭାଗକୁ ଅନ୍ତର୍ଭୁକତ କରିବ ।
ଏସମ୍ପର୍କରେ ଆଇଡିବିଆଇ ବ୍ୟାଙ୍କର ଡିଏମ୍ଡି ଶ୍ରୀ ସୁରେଶ ଖାତାନ୍ହାର କହିଛନ୍ତି, ‘ଏହି ରିଟେଲ୍ ଲୋନ୍ ଫେଷ୍ଟ ହେଉଛି ପାର୍ବଣ ଋତୁ ସମୟରେ ଗ୍ରାହକଙ୍କ ଆକାଂକ୍ଷା ସହ ମେଳ ଖାଉଥିବା ଉତ୍ପାଦଗୁଡିକର ଏକ ଶୃଙ୍ଖଳା ସହ ସେମାନଙ୍କ ନିକଟରେ ପହଂଚିବା ପାଇଁ ଆଇଡିବିଆଇ ବ୍ୟାଙ୍କର ଏକ ପ୍ରୟାସ । ତତ୍କାଳ ପ୍ରୋସେସିଂ ସହ ଜଡିତ ଫେଷ୍ଟ ସମୟରେ ପ୍ରଦାନ କରାଯାଉଥିବା କଷ୍ଟମାଇଜ୍ଡ ଫିଚର ଓ ଆକର୍ଷଣୀୟ ଅବଧି ଗ୍ରାହକଙ୍କ ପାଇଁ ଏକ ଆନନ୍ଦଦାୟକ ଅନୁଭୂତି ସୁନିଶ୍ଚିତ କରିବ ।’
Comments are closed.