ଟି-୨୦ ବିଶ୍ୱକପରେ ବଡ ପରିବର୍ତ୍ତନ କରିପାରେ ଆଇସିସି, ୧୬ରୁ ୨୦କୁ ବଢିପାରେ ଦଳମାନଙ୍କ ସଂଖ୍ୟା


ଆଗାମୀ ଟି-୨୦ ବିଶ୍ୱକପ୍ ଅଷ୍ଟ୍ରେଲିଆରେ ହେବାକୁ ଥିବାବେଳେ ଏଥିପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଚଳିତ ବର୍ଷ ହେବାକୁ ଥିବା କ୍ରିକେଟର ଏହି ମହାକୁମ୍ଭ ୧୮ ଅକ୍ଟୋବରରୁ ୧୫ ନଭେମ୍ବର ମଧ୍ୟରେ ଖେଳାଯିବ । ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ଟି-୨୦ ବିଶ୍ୱକପରେ ୧୬ଟି ଟିମ ଅଂଶ ଗ୍ରହଣ କରିବାକୁ ଥିବାବେଳେ ବର୍ତ୍ତମାନ ଅଷ୍ଟ୍ରେଲିଆ କ୍ରିକେଟ ପରିଷଦ ପକ୍ଷରୁ ଏହି ଟିମକୁ ନେଇ ଏକ ବଡ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରୁଛି ।
ଯଦି ସବୁ ଠିକଠାକ ରୁହେ ଏବଂ ଆଇସିସି ଯୋଜନା ଲାଗୁ ହୁଏ ତେବେ ଫୁଣି ୨୦୨୩ରୁ ନେଇ ୨୦୩୧ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଦଳ ମାନଙ୍କର ସଂଖ୍ୟା ବଢିଯିବ । ପ୍ରକାଶ ଥାଉକି, ଆଇସିସି ୨୦୨୩-୩୧ ମଧ୍ୟରେ ଟି-୨୦ ବିଶ୍ୱକପରେ ଦଳମାନଙ୍କ ସଂଖ୍ୟା ୧୬ରୁ ୨୦ ପର୍ଯ୍ୟନ୍ତ ବଢାଇବା ପାଇଁ ଯୋଜନା କରୁଛି ।
ସମ୍ବାଦ ପତ୍ରରୁ ମିଳିଥିବା ସୂଚନା ମୁତାବକ, ଉକ୍ତ ପ୍ରସ୍ତାବଟି ଆନ୍ତର୍ଜାତିକ କ୍ରିକେଟ କ୍ୟାଲେଣ୍ଡର ୨୦୨୩-୩୧ ପାଇଁ ହୋଇଥିବା ଏକ ବିସ୍ତୃତ ଆଲୋଚନାର ଏକ ଅଂଶ । ଏହି କ୍ରମରେ ପ୍ରଥମ ଟି-୨୦ ବିଶ୍ୱକପ ୨୦୨୪ରେ ଖେଳାଯିବାକୁ ସ୍ଥିରିକୃତ ହୋଇଛି । ଟି-୨୦ ବିଶ୍ୱକପରେ ଦର୍ଶକଙ୍କ ସଂଖ୍ୟାକୁ ବଢାଇବା ପାଇଁ ଆଇସିସି ପୂର୍ବରୁ ପ୍ରତ୍ୟେକ ବର୍ଷ ଏକ ବିଶ୍ୱ ସ୍ତରୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବାର ପ୍ରସ୍ତାବ ରଖିଛି ।
ା ଏକ ବଡ ଟୁର୍ଣ୍ଣାମେଣ୍ଟ ଦ୍ୱାରା ଆମେରିକାରର ଏଥିରେ ପ୍ରତିନିଧିତ୍ୱ ସମ୍ଭାବନା ଅନେକ ବଢିବ । ଆମେରିକାକୁ ଏକ ବଡ ବଜାର ଦୃଷ୍ଟି କୋଣରୁ ଦେଖେ ଏବଂ ସେଠାରେ ଖେଳକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ସେ ଅନେକ ପୂର୍ବରୁ ପ୍ରୟାସ କରିଛି । କାନାଡା, ଜର୍ମାନ, ନେପାଲ ଏବଂ ନାଇଜେରିଆ ଦଳମାନଙ୍କୁ ମଧ୍ୟ ଅଂଶ ଗ୍ରହଣ କରିବାକୁ ସୁଯୋଗ ମିଳିବ ।


Share It

Comments are closed.