ରାଜଧାନୀରେ ଆଇଏଏସ ଅଧିକାରୀଙ୍କୁ ଗୋଷ୍ଠୀବଦ୍ଧ ଭାବେ ଆକ୍ରମଣ କଲେ ଦୁର୍ବୃତ୍ତ


ପୁଣି ଥରେ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ଗତ କାଲି ରାତିରେ କିଛି ଦୁର୍ବୃତ୍ତମାନେ କାର୍ଯ୍ୟରତ ଜଣେ ଆଇଏଏସ ଅଧିକାରୀଙ୍କୁ ଗୋଷ୍ଠୀବଦ୍ଧ ଭାବେ ଆକମ୍ରଣ କରିଥିଲେ ।ଆକ୍ରମଣର ଶିକାର ହେବା ପରେ ଏବେ ସୁରକ୍ଷା ମାଗିଛନ୍ତି ଆଇଏଏସ ଅଧିକାରୀ । ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ବଟକୃଷ୍ଣ ଦେଉରି ଗତକାଲି ରାତିରେ ଭୁବନେଶ୍ୱରସ୍ଥିତ ନିଜ ଘରକୁ ଫେରିବା ବେଳେ ଦୁଇଜଣ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣକାରୀମାନେ ଏକ କଳା ବାଇକରେ ଆସିଥିଲେ ଓ ମୁହଁରେ ମୁଖା ପିନ୍ଧିଥିଲେ । ଆକ୍ରମଣ କରିବା ପରେ ପରେ ଅଭିଯୁକ୍ତମାନେ ବାଇକରେ ଫେରାର ହୋଇଯାଇଥିଲେ ।
କିଏ ଓ କାହିଁକି ଏଭଳି ଆକ୍ରମଣ କରିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ ଏହା ପ୍ରୟୋଜିତ ବୋଲି କହିବା ସହ ଅଫିସ କଡା ସୁରକ୍ଷା ବଳୟରେ ଥିବାରୁ ସେଠାରେ ଆକ୍ରମଣ କରିବା ସମ୍ଭବ ନ ଥିଲା । ତେଣୁ ଦୁର୍ବୃତମାନେ ଆସି ଘରେ ଆକ୍ରମଣ କରିଛନ୍ତି ବୋଲି କହିଛନ୍ତି ବଟକୃଷ୍ଣ । ଅଭିଯୋଗ ପରେ ପୁଲିସ ଆସି ତନାଘନା କରିଛି । ଏଭଳି ଅନେକ ସରକାରୀ କର୍ମଚାରୀ ଅଛନ୍ତି, ତେଣୁ ସେମାନେ ସୁରକ୍ଷିତ ନ ରହିଲେ କାମ କିଭଳି କରିବେ ବୋଲି ଅଧିକାରୀ ପ୍ରଶ୍ନ କରିଛନ୍ତି ।


Share It

Comments are closed.