ରାଜ୍ୟରେ ୫ ହଜାର ମୁହାଁ ଆକ୍ଟିଭ କେସ୍, ୨୪ ଘଣ୍ଟାରେ ବାହାରିଲେ ୧୦୪୩ ଆକ୍ରାନ୍ତ ଚିହ୍ନଟ


କରୋନା ମିଟର ଏବେ ଉପରମୁହାଁ । ହଜାର ଡେଇଁଲା ଦୈନିକ ସଂକ୍ରମିତ। ଲୋକେ ଯେତେ କରୋନାକୁ ନିୟମକୁ ଅଣଦେଖା କରୁଛନ୍ତି, ଭୂତାଣୁ ସେତେ ମାତ୍ରାରେ ମାଡ଼ିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟ ରାଜ୍ୟରୁ ୧୦୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ସଙ୍ଗରୋଧରୁ ୬୦୯ ଓ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୪୩୪ । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୧୦୦ ଆକ୍ରାନ୍ତ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୭୧୭୫ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
୨୮ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୩୫ ଜଣ, କଟକ ୨୦୫ ଜଣ, ସୁନ୍ଦରଗଡ଼ରୁ ୧୦୬ ଜଣ,ସୋନପୁରରୁ ୩୨ ଜଣ, ସମ୍ବଲପୁରରୁ ୩୧ ଜଣ, ମୟୂରଭଞ୍ଜରୁ ୨୮ ଜଣ, ଜଗତସିଂହପୁରରୁ ୨୨ ଜଣ, ବାଲେଶ୍ବରରୁ ୨୦ ଜଣ, ନୟାଗଡ଼ରୁ ୧୯ ଜଣ, ଯାଜପୁରରୁ ୧୮ ଜଣ, କେନ୍ଦ୍ରାପଡ଼ାରୁ ୧୫ ଜଣ,ବୌଦ୍ଧରୁ ୧୩ ଜଣ, ଝାରସୁଗୁଡ଼ାରୁ ୧୨ ଜଣ, ଗଜପତି ଓ କଳାହାଣ୍ଡିରୁ ୧୦ ଜଣ ଲେଖାଁଏ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରୁ ୯ ଜଣ ଲେଖାଁଏ, ଭଦ୍ରକ ଓ ବଲାଙ୍ଗୀର ଜିଲ୍ଲାରୁ ୭ ଜଣ ଲେଖାଁଏ, ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲାରୁ ୬ ଜଣ ଲେଖାଁଏ, ଦେବଗଡ଼ ଓ କୋରାପୁଟ ଜିଲ୍ଲାରୁ ୪ ଜଣ ଲେଖାଁଏ, ଢ଼େଙ୍କାନାଳରୁ ୩ ଜଣ, ବରଗଡ଼ ଓ କନ୍ଧମାଳ ଜିଲ୍ଲାରୁ ୨ ଜଣ ଲେଖାଁଏ, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍‌ରୁ ୭୯ ଜଣ ଆକ୍ରାନ୍ତ ରହିଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୯୭୧୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୮୨୫ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୮୩୧୬୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୨୩୧୪୧୦୨ ସାମ୍ପୁଲ ଟେଷ୍ଟ୍ ହୋଇଛି


Share It

Comments are closed.