୨୦୨୦ରେ କିଭଳି ରହିବ ଆପଣଙ୍କ ସ୍ୱାସ୍ଥ୍ୟ, ଜାଣନ୍ତୁ ଆପଣଙ୍କ ରାଶିର ସ୍ଥିତି


ନୂତନ ବର୍ଷରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ କି ନାହିଁ, ନାଁ ଏଥିପାଇଁ ଆପଣଙ୍କୁ କିଛି ସାବଧାନତା ଆପଣାଇବାକୁ ହେବ? ନୂତନ ବର୍ଷରେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସମସ୍ତ ୧୨ଟି ରାଶି ପାଇଁ କିଭଳି ରହିବ ସେ ସମ୍ପର୍କରେ ପଣ୍ଡିତ ଶୈଳେନ୍ଦ୍ର ପାଣ୍ଡେୟଙ୍କ ଠାରୁ ଆସନ୍ତୁ କିଛି ଜାଣିବା ।
ମେଷ: ଚଳିତ ବର୍ଷ ଏହି ରାଶିର ଲୋକେ ହାଡ ତଥା ଶ୍ୱାସକ୍ରିୟା ସମ୍ପର୍କିତ ସମସ୍ୟାରେ ପଡିପାରନ୍ତି । ଯାନବାହନ ଚଳାଇବା ସମୟରେ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରନ୍ତୁ । ଜାନୁଆରୀ, ଫେବୃଆରୀ ତଥା ମେ’ ମାସରେ ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ ।
ବୃଷ: ଚଳିତ ବର୍ଷ ଆପଣଙ୍କୁ ସ୍ୱାସ୍ଥ୍ୟର ସ୍ୱତନ୍ତ୍ର ଯତ୍ନ ନେବାକୁ ହେବ । ଆପଣ ମାନସିକ ସ୍ଥିତି ଉପରେ ଧ୍ୟାନ ଦିଅନ୍ତୁ । ନୂତନ ବର୍ଷରେ ଏହି ରାଶିର ଲୋକେ ହାଡଜନିତ ରୋଗର ଶିକାର ହୋଇପାରନ୍ତି । ଜୁଲାଇ, ଅଗଷ୍ଟ ମାସରେ ଅଧିକ ସାବଧାନ ରହିବାକୁ ହେବ ।
ମିଥୁନ: ଏହି ରାଶିର ଲୋକଙ୍କୁ ଆଘାତ ଲାଗିବା ତଥା ଦୁର୍ଘଟଣା ଆଦିରୁ ସାବଧାନ ରହିବାକୁ ହେବ । ମୁଣ୍ଡ ବ୍ୟଥା ଓ ତ୍ୱଚା ସମସ୍ୟାରୁ ସାବଧାନ ରହିବାକୁ ହେବ । ମେ’ରୁ ଅକ୍ଟୋବର ପର୍ଯ୍ୟନ୍ତ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନିଅନ୍ତୁ ।
କର୍କଟ: ବର୍ଷର ଆରମ୍ଭ ଅନାବଶ୍ୟକ ଚିନ୍ତା ସହ ହେବ । ଥାଇରଏଡ, ପେଟ ଓ ମେଦବହୁଳତା ଭଳି ସମସ୍ୟାକୁ ନେଇ ଆପଣ ଚିନ୍ତିତ ହୋଇପାରନ୍ତି । ଜାନୁଆରୀ, ଫେବୃଆରୀ ଓ ଅକ୍ଟୋବର ମାସରେ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନିଅନ୍ତୁ ।
ସିଂହ: ଏହି ବର୍ଷ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟମ ରହିଛି । ଆପଣଙ୍କୁ ଆଖି, ହାଡ ତଥା ରକ୍ତଚାପ ଉପରେ ଅଧିକ ଧ୍ୟାନ ଦେବାକୁ ହେବ । ଯଦି ମଧୁମେହରେ ପୀଡିତ ଥାନ୍ତି ତେବେ ସାମାନ୍ୟ ଅବହେଳା ଆପଣଙ୍କ ପାଇଁ ଘାତକ ହୋଇପାରେ ।
କନ୍ୟା: ସ୍ୱାସ୍ଥ୍ୟ ମାମଲାରେ ଏହି ବର୍ଷଟି ଆପଣଙ୍କ ପାଇଁ ଭଲ ରହିବ । ମାର୍ଚ୍ଚ ପରଠାରୁ ଚିନ୍ତା ଦୂର ହେବା ସହ ଆପଣ ସୁସ୍ଥ ଓ ଭଲ ଅନୁଭବ କରିବେ । ଅଳ୍ପବହୁତ ମୁଣ୍ଡ ବ୍ୟଥାର ସମ୍ମୁଖୀନ ହୋଇପାରନ୍ତି ।
ତୁଳା: ଶାରିରୀକ ସ୍ୱାସ୍ଥ୍ୟ ତୁଳନାରେ ଆପଣ ମାନସିକ ସମସ୍ୟା ଅଧିକ ଭୋଗିପାରନ୍ତି । ନିଶାଦ୍ରବ୍ୟ ସେବନ ଓ ଖରାପ ଖାଦ୍ୟପେୟ ଅଭ୍ୟାସ ଆପଣକୁ ଅସୁବିଧାରେ ପକାଇପାରେ । ଯାନବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ ।
ବିଛା: ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ବର୍ଷ ପୂର୍ବ ତୁଳନାରେ ଅଧିକ ଭଲ ରହିବ । ଚଳିତ ବର୍ଷ ସେଭଳି କୌଣସି ବଡ ସମସ୍ୟା ଦେଖାଦେବ ନାହିଁ । ତଥାପି ଆପଣଙ୍କୁ ପେଟ ଓ ବଢୁଥିବା ମୋଟାପଣ ଉପରେ ଧ୍ୟାନ ଦେବାକୁ ହେବ ।
ଧନୁ: ଚଳିତ ବର୍ଷ ଆପଣଙ୍କ ସ୍ୱାସ୍ଥ୍ୟ ମୋଟାମୋଟି ଭାବେ ଭଲ ରହିବ । ମଧୁମେହ ଓ ପେଟର ସମସ୍ୟା ଭୋଗୁଥିବା ଲୋକେ ଅଧିକ ଯତ୍ନବାନ ହୁଅନ୍ତୁ । ନିଶାସେବନ ଓ କ୍ରୋଧରୁ ଦୂରେଇ ରୁହନ୍ତୁ ।
ମକର: ଚଳିତ ବର୍ଷ ଏହି ରାଶିର ଲୋକେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇପାରନ୍ତି । ଯଦି କୌଣସି ସର୍ଜରୀ କରାଇବାକୁ ଚାହୁଁଛନ୍ତି ତେବେ ମେ’ରୁ ଅକ୍ଟୋବର ମଧ୍ୟରେ କରାନ୍ତୁ ।
କୁମ୍ଭ: ଚଳିତ ବର୍ଷ ଏହି ରାଶିର ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟମ ରହିବ । ମାନସିକ ସମସ୍ୟା ଓ ଚିନ୍ତାର ଯୋଗ ରହିଛି । ଆଖି ଓ ଲିଭର ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ ।
ମୀନ: ଏହି ବର୍ଷ ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବ ତୁଳନାରେ ଉନ୍ନତ ରହିବ । ରକ୍ତଚାପ ଓ ପେଟ ସମ୍ବନ୍ଧିତ ସମସ୍ୟା ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଜୁଲାଇ, ଅଗଷ୍ଟ ମାସରେ ଅଧିକ ଯତ୍ନବାନ ରୁହନ୍ତୁ ।


Share It

Comments are closed.