ଘରୋଇ ଉପାୟରେ ଓଜନ କମାନ୍ତୁ


ବ୍ୟସ୍ତବହୁଳ ଜୀବନରେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଆମେ ଅନେକ ସମୟରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ନ ଥାଉ । ଯାହା ସ୍ୱାସ୍ଥ୍ୟ ସମ୍ବନ୍ଧିତ ଆମକୁ ଅନେକ ସମସ୍ୟା ଉପୁଜିବା ସହ ଖାଇବାରେ ବ୍ୟତିକ୍ରମ ଘଟେ । ଏହା ପ୍ରଭାବରେ ଆମେ ନାନଦି ରୋଗର ଶୀକାର ହେବ ସହ ମେଦବହୁଳତାର ଶିକାର ମଧ୍ୟ ହୋଇଥାଉ । ଦେଖାଯାଇଛି ଯେ, ପ୍ରତି ୨୦ରୁ୧୮ ଜଣ ମେଦବହୁଳତାର ଶିକାର ହେଉଛନ୍ତି । ଯାହାର ପ୍ରମୁଖ କାରଣ ହେଉଛି ଶରୀରର ଓଜନ ବଢିବା । ଏହା ଶରୀର ଓଜନ ବଢିଇବା ସାଙ୍ଗେ ସାଙ୍ଗେ ମେଦବହୁଳତାର ବାହାକ ମଧ୍ୟ ହୋଇଥାଏ ।

ତେବେ ଏହା ଯେତେ ଜଟିଳ ସମସ୍ୟା ବୋଲି ଜଣାଯାଏ ତାହା ସେତେ ଜଟିଳ ନୁହେଁ । ବରଂ ଖାଦ୍ୟପେୟରେ ନିୟନ୍ତ୍ରଣ ଏବଂ ଶରୀରର ସଠିକ ଭାବରେ ଘରୋଇ ଉପଚାର ଦ୍ୱାରା ଏହା ନିଶ୍ଚିତ ନିୟନ୍ତ୍ରଣ କରାଯାଇପାରିବ । ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଏହାର ଘରୋଇ ଉପଚାର ସଂପର୍କରେ ଜାଣିବା ।
୮ ଗ୍ଲାସ୍ ପାଣି, ଗୋଟିଏ ଚାମଚ ଅଦା, ଗୋଟିଏ ଚାମଚ ଶୁଖିଲା ପୋଦିନା ପତ୍ର, କଟାଯାଇଥିବା କାକୁଡ଼ି ଓ ଲେମ୍ବୁକୁ ଏକ ବଡ଼ ପାତ୍ରରେ ଏକାଠି ମିଶାଇ ଦିଅନ୍ତୁ । ରାତିସାରା ଏହାକୁ ଫ୍ରିଜ୍ରେ ରଖନ୍ତୁ ଓ ଦିନ ମଧ୍ୟରେ ୪ରୁ ୫ ଥର ଏହାକୁ ପିଅନ୍ତୁ । ସକାଳ ଜଳଖିଆ ପୂର୍ବରୁ ଏହି ପାଣି ପିଇବା ଲାଭଦାୟକ । ଏହାକୁ ୪ ଦିନ ପିଇବା ପରେ ୧ ସପ୍ତାହ ପାଇଁ ବନ୍ଦ କରିଦିଅନ୍ତୁ । ତା’ପରେ ପୁଣି ଆରମ୍ଭ କରନ୍ତୁ । ଏହିଭଳି ୧ ମାସ ପର୍ଯ୍ୟନ୍ତ କଲେ ଓଜନ ନିଶ୍ଚିତ ଭାବରେ ହ୍ରାସ ପାଇବ । ଏହାଛଡ଼ା ଆଉ ଏକ ଅତି ସାଧାରଣ ଉପାୟ ମଧ୍ୟ ଆପଣ ଆପଣାଇପାରିବେ । ଦୈନିକ ସକାଳେ ଉଷୁମ ପାଣିରେ ୩-୪ ବୁନ୍ଦା ଲେମ୍ବୁ ପକାଇ ପିଅନ୍ତୁ । ଏହାଦ୍ୱାରା ଆପଣଙ୍କ ମେଦର ହ୍ରାସ ପାଇବ । ନିୟମିତ ବ୍ୟାୟାମ ଓଜନ କମାଇବା ତଥା ଶରୀରକୁ ସୁସ୍ଥ ରଖିବାରେ ବେଶ୍ ସହାୟକ ହୋଇଥାଏ ।


Share It

Comments are closed.