ହୋଲି ଖେଳିବା ପୂର୍ବରୁ ଏବଂ ପରେ କିପରି ନେବେ ସ୍କିନର ଯତ୍ନ? ଜାଣନ୍ତୁ


ହୋଲି ରଙ୍ଗ ଏବଂ ଉତ୍ସାହର ପର୍ବ | କିନ୍ତୁ ଏହି ସୁଖ ଏବଂ ଉଲ୍ଲାସ ମଧ୍ୟରେ ଆମେ ସ୍କିନ ବିଷୟରେ ସମ୍ପୂର୍ଣ୍ଣ ଭୁଲିଯାଉଛୁ । ଯାହାର ଆପଣ ବର୍ଷସାରା ଯତ୍ନ ନେଇଥାନ୍ତି? ବଜାରରେ ବିକ୍ରି ହେଉଥିବା ରଙ୍ଗ ଆମ ସ୍କିନ ପାଇଁ ବହୁତ କ୍ଷତି ପହଂଚାଇପାରେ । ଅବଶ୍ୟ, ଆପଣ ମଧ୍ୟ ପର୍ବର ଆନନ୍ଦ ମଧ୍ୟରେ ଆପଣଙ୍କ ତ୍ୱଚାକୁ କୌଣସି କ୍ଷତି କରିବାକୁ ଚାହୁଁନଥିବେ | ଆପଣଙ୍କୁ ଏ ବିଷୟରେ ଆଦୌ ଚିନ୍ତା କରିବାକୁ ପଡିବ ନାହିଁ | ଆମେ ଏହିପରି କିଛି ଟିପ୍ସ କହୁଛୁ, ସେଗୁଡିକ ବ୍ୟବହାର କରି ଆପଣ ସ୍କିନକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିପାରିବେ |

ବିଶେଷଜ୍ଞମାନେ କ’ଣ କୁହନ୍ତି?

ବିଶେଷଜ୍ଞମାନେ କହିଛନ୍ତି ଯେ ଆମେ ହୋଲି ପାଇଁ ସପ୍ତାହ ପୂର୍ବରୁ ଖାଦ୍ୟ ପ୍ରସ୍ତୁତ କରିବା ଆରମ୍ଭ କରିଥାଉ, ତେବେ ଆମ ସ୍କିନ ପ୍ରତି ଏତେ ବେପରୁଆ କାହିଁକି? ବଜାରରେ ମିଳୁଥିବା ରଙ୍ଗରେ ଅନେକ ପ୍ରକାରର ରାସାୟନିକ ପଦାର୍ଥ ମିଶ୍ରିତ ହୋଇଥାଏ, ତେଣୁ ହୋଲିରେ କେବଳ ପ୍ରାକୃତିକ ରଙ୍ଗ ବ୍ୟବହାର କରନ୍ତୁ | ହୋଲି ପୂର୍ବରୁ ଏବଂ ପରେ କିପରି ସ୍କିନର ଯତ୍ନ ନେବେ ସେ ସମ୍ପର୍କର୍ ବିଶେଷଜ୍ଞମାନେ କ’ଣ ପରାମର୍ଶ ଦିଅନ୍ତି ଆସନ୍ତୁ ଜାଣିବା |

ହୋଲି ଖେଳିବା ପୂର୍ବରୁ କଣ କରିବେ?

ହୋଲି ଖେଳିବାକୁ ଯିବା ପୂର୍ବରୁ ସ୍କିନରେ କ୍ରିମ୍ କିମ୍ବା ଲୋସନ ଲଗାନ୍ତୁ, ଯାହାଫଳରେ ରଙ୍ଗ ଆପଣଙ୍କ ସ୍କିନ ସହିତ ସିଧାସଳଖ ଯୋଗାଯୋଗ କରିବ ନାହିଁ | ବଜାରରେ ମିଳୁଥିବା ରଙ୍ଗରେ ଅନେକ ପ୍ରକାରର ରାସାୟନିକ ପଦାର୍ଥ ମିଳିଥାଏ, ତେଣୁ କେବଳ ହର୍ବାଲ ରଙ୍ଗ ବ୍ୟବହାର କରାଯିବା ଉଚିତ | ସ୍କିନ ସହିତ କେଶର ଯତ୍ନ ନେବା ମଧ୍ୟ ଜରୁରୀ ଅଟେ | ରଙ୍ଗରେ ଥିବା ରାସାୟନିକ ପଦାର୍ଥ କେଶ ମୂଳକୁ ନଷ୍ଟ କରିପାରେ, ତେଣୁ ରାତିରେ କେଶରେ ତେଲକୁ ଭଲ ଭାବରେ ମାଲିସ୍ କରନ୍ତୁ |

ହୋଲି ପୂର୍ବରୁ କଣ କରିବେ ନାହିଁ

ହୋଲି ପୂର୍ବରୁ ମୁହଁକୁ ବ୍ଲିଚ୍ କିମ୍ବା ୱାକ୍ସିଙ୍ଗ କରନ୍ତୁ ନାହିଁ | ଫେସିଆଲ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ | ହାପ ସ୍ଲିଭ କିମ୍ବା କଟ ସ୍ଲିଭ ପରି ଆପଣଙ୍କ ସ୍କିନକୁ ଏକ୍ସପୋଜ କରୁଥିବା ପୋଷାକ ପିନ୍ଧିବା ଠାରୁ ଦୂରେଇ ରୁହନ୍ତୁ | ଓଠ, ନାଭି ଏବଂ କାନ ପଛରେ ପେଟ୍ରୋଲିୟମ ଜେଲି ଲଗାଇବାକୁ ଭୁଲନ୍ତୁ ନାହିଁ |

ହୋଲି ପରେ କଣ କରିବେ?

ହୋଲି ପରେ ୧୦୦ ପ୍ରତିଶତ ପ୍ରାକୃତିକ ଗୋଲାପ ଜଳକୁ ସ୍କିନକୁ ରଙ୍ଗ ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରାଯାଇପାରିବ | ଏହା ସ୍କିନର ଉତ୍ତେଜନାକୁ ଶାନ୍ତ କରିଥାଏ ଏବଂ ଏହାକୁ ରଙ୍ଗ ପ୍ରଭାବରୁ ରକ୍ଷା କରିଥାଏ | ଏହା ବ୍ୟତୀତ, ଯଦି ସ୍କିନରେ ଦାନା ହୋଇଛି, ତେବେ ପ୍ରାକୃତିକ ଫେସମାସ୍କ ବ୍ୟବହାର କରନ୍ତୁ | ଆପଣ କାକୁଡି, ଟମାଟୋ ଏବଂ ଦହି ପରି ପ୍ରାକୃତିକ ଉପାଦାନ ସହିତ ଘରେ ଏହି ମାସ୍କ ତିଆରି କରିପାରିବେ | ଏହି ପ୍ୟାକ୍ ଗୁଡିକ କେବଳ ଆପଣଙ୍କ ସ୍କିନକୁ ଉଜ୍ଜ୍ୱଳ କରିବ ନାହିଁ ବରଂ ସ୍କିନ ସମସ୍ୟାକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରିବ |ଆପଣଙ୍କ ସ୍କିନ ଏବଂ ଚେହେରାରେ ଉଷୁମ ପାଣି ବ୍ୟବହାର କରନ୍ତୁ | ରଙ୍ଗ ହଟାଇବା ପାଇଁ ଗ୍ଲିସେରିନ୍, ସମୁଦ୍ର ଲୁଣ ଏବଂ ସୁଗନ୍ଧିତ ତେଲ ମିଶାନ୍ତୁ |ହୋଲି ଖେଳିବା ପରେ ଆପଣଙ୍କ କେଶକୁ ସାମ୍ପୁ କରିବା ଏବଂ ପରେ କଣ୍ଡିସନର ନିଶ୍ଚିତ କରନ୍ତୁ | ସ୍ନାନ ପରେ ପୁରା ଶରୀରରେ ମଶ୍ଚରାଇଜର ଲଗାନ୍ତୁ |

ହୋଲି ପରେ କଣ କରିବେ ନାହିଁ

ରଙ୍ଗ ସହିତ ଖେଳିବା ପରେ ସିଧାସଳଖ ସାବୁନ ବ୍ୟବହାର କରନ୍ତୁ ନାହିଁ | ଉପରୋକ୍ତ ପରି ପ୍ରଥମେ ଉବଟନ ବ୍ୟବହାର କରନ୍ତୁ | ଏହାକୁ ସ୍କ୍ରବ କରି ଛଡ଼ାନ୍ତୁ ନାହିଁ । ବରଂ ଓଦା ହୋଇଯିବା ପରେ ଏହାକୁ ହାଲକା ହାତରେ ମୁହଁରୁ ଛଡ଼ାନ୍ତୁ ।


Share It

Comments are closed.