ସ୍ୱଳ୍ପ ଜାଗା ମଧ୍ୟରେ କିଚେନ୍ ଗାର୍ଡେନ୍ କିପରି ପ୍ରସ୍ତୁତ କରିବେ


ଅନେକ ଭାବନ୍ତି କିଚେନ୍ ଗାର୍ଡେନ୍ କେବଳ ସଉକିଆ ଲୋକଙ୍କ କାମ । ଆଉ କେହି କେହି ଭାବନ୍ତି ଯେ ଏହା ସମୟ ସାପେକ୍ଷ । ଅଳ୍ପ ଜାଗାରେ ଏହାକୁ ତିଆରି କରିବା ସମ୍ଭବପର ନୁହେଁ । ଏହି ଧାରଣା ସମ୍ପୂର୍ଣ୍ଣ ଭାବେ ଭୁଲ୍ । ଅଳ୍ପ ଜାଗାରେ ମଧ୍ୟ ଆପଣ କିଚେନ୍ ଜାର୍ଡେନ୍ ପ୍ରସ୍ତୁତ କରିପାରିବେ ।

• କିଚେନ୍ ଗାର୍ଡେନ୍ କେଉଁଠି କରିବେ ପ୍ରଥମେ ସେଥିପାଇଁ ସ୍ଥାନ ବାଛନ୍ତୁ । ଯଦି ଆପଣଙ୍କ ଘର ଆଗରେ କିମ୍ବା ପଛରେ ଅଳ୍ପ ଜାଗା ଅଛି ତାହେଲେ ଆପଣ କିଚେନ୍ ଗାର୍ଡେନ୍ କରିପାରିବେ । ଏହି ଜାଗାରେ ଆପଣ ଶାଗ, ବାଇଗଣ, ଟମାଟୋ, ଲଙ୍କା, ଛୋଟ ଲେମ୍ବୁ, ଧନିଆ, ପୁଦିନା ଭଳି ଗଛ ଲଗାଇପାରିବେ ।
• ଏଭଳି ଗଛ ଲଗାଇବା ପାଇଁ ପ୍ରଥମେ ଆପଣ ଚୟନ କରିଥିବା ଜାଗାକୁ ପରିଷ୍କାର କରି ମାଟିକୁ ଭଲ ଭାବରେ ଶୁଖାଇ ଦିଅନ୍ତୁ । ଏହାପରେ ସେହି ଜାଗାରେ ପାଣି ଛିଞ୍ôଚ ମାଟିକୁ ଓଦା କରନ୍ତୁ । ଏହା ପରେ ଆପଣଙ୍କ ମନ ପସନ୍ଦର ଚାରା ରୋପଣ କରନ୍ତୁ । ଶାଗ କିମ୍ବା ଧନିଆ ଳି ଗଛ ପାଇଁ ପ୍ରଥମେ ମଞ୍ଜିକୁ ବତୁରାଇ ବୁଣନ୍ତୁ ।
• ଘର ବାହାରେ କୌଣସି ଜାଗା ନ ଥିଲେ ଛାତ କିମ୍ବା ବାଲ୍କୋନୀରେ କୁଣ୍ଡ ବ୍ୟବହାର କରି କିଚେନ୍ ଗାର୍ଡେନ୍ ପ୍ରସ୍ତୁତ କରିପାରିବେ । ଏଥିରେ ଆପଣ ଲଙ୍କା, ପୁଦିନା, ଟମାଟୋ, ବାଇଗଣ ଭଳି ଗଛ ଲଗାଇପାରିବେ ।
• ପାଣି ନିଷ୍କାସନ ପାଇଁ କୁଣ୍ଡର ତଳପଟେ ଛୋଟ ଫୁଟା କରି ସେଥିରେ ଏକ ଛୋଟ ଗୋଡ଼ି ଭର୍ତ୍ତି କରନ୍ତୁ । ତା’ପରେ ଦୋରସା କିମ୍ବା ବାଲି ମିଶା ମାଟି ପକାନ୍ତୁ୍ୱ । ମାଟିରେ ପାଣି ଦେଇ ଦିନେ ଦୁଇ ଦିନ ପରେ ନରମ ହେବା ପରେ ସେଥିରେ ଚାରା ରୋପଣ କରନ୍ତୁ ।
• ଅତ୍ୟ ଧିକ ପାଣି ଦିଅନ୍ତୁ ନାହିଁ । ଏହାଦ୍ୱାରା ଗଛର ଚେର ପଚିଯିବାର ସମ୍ଭାବନା ଥାଏ ।
• ସ୍ୱଳ୍ପ ଗାଜା ମଧ୍ୟରେ ଆପଣ କଲରା, ଶିମ୍ବ, ଝୁଡ଼ଙ୍ଗ, କାକୁଡ଼ି ପରି ଲଟା ଜାତୀୟ ପରିବା ଗଛ ଲଗାଇପାରିବେ, ଯାହାକି ଅଧିକ ମାଟି ଭାଗ ଆବଶ୍ୟକ କରି ନ ଥାଏ । ଚାରା ଲଗାଇସାରିବା ପରେ ବାଡ଼ି କିମ୍ବା ବାଉଁଶ କଣି ସେହି ସ୍ଥାନରେ ରଖି ଛାତକୁ ଡେରି ଦିଅନ୍ତୁ ।

Share It

Comments are closed.