ଘରୋଇ ଉପାୟରେ କିପରି କରିବେ ଭାତୁଡିର ଚିକିତ୍ସା, ଆସନ୍ତୁ ଜାଣିବା


ସମସ୍ତଙ୍କ ଶରୀରରେ କୌଣସି ନା କୌଣସି ସ୍ଥାନରେ ଭାତୁଡି ହୋଇଥାଏ । ଏହା ଶରୀରରେ ବିଭିନ୍ନ ପ୍ରକାରର ଅସୁବିଧା ସୃଷ୍ଟି କରିବା ସହିତ କିଛି ଭାତୁଡି ମଧ୍ୟ ଧିରେ ଧିରେ ବଢିଥାଏ । କୋଣସି ଡାକ୍ତରୀ ଔଷଧ ଖାଇ ଏହାର ଉପଚାର କରିବା ଖୁବ କଷ୍ଟକର । ଏହାର ଉପଚାର ଖୁବ ଧିର ଧିରେ ହେବା ସହ ଏହାର ବହୁ ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ରହିଛି । ତେବେ ଆମେ ଏହାର ଉପାଚାର ପାଇଁ ଯେଉଁ ଭଳି ଭାବରେ ବ୍ୟତି ବ୍ୟସ୍ତ ହୋଇ ଡାକ୍ତରୀ ଔଷଧ ଖାଇଥାଉ, ତାହାର କୌଣସି ଆବଶ୍ୟକତା ନାହିଁ । ଆପଣ ଘରୋଇ ଉପାୟରେ ମଧ୍ୟ ଖୁବ ସହଜରେ ଏହାର ଉପାଚର କରିପାରିବେ । ତେଣୁ ଏହି ଭାତୁଡିରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ଜାଣିବା ଏହାର କିଛି ଘରୋଇ ଉପାୟ ସଂପର୍କରେ ।

୧. ଆଲୋଭେରା ବା ଘି କୁଆଁରୀ – ଘି କୁଆଁରୀ ‘ମାଲିକ’ ଏସିଡରେ ପରିପୂର୍ଣ୍ଣ ଯାହା ଭାତୁଡିର ନିରାକରଣ କରିବାରେ ସାହାଯ୍ୟ କରିଥାଏ । ଏଥିରେ ମଧ୍ୟ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି ଯାହାର କିଛି ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ନାହିଁ । ଆପଣ ଘି କୁଆଁରୀକୁ କାଟି ସିଧାସଳଖ ଭାବେ ମଧ୍ୟ ଭାତୁଡି ହୋଇଥିବା ସ୍ଥାନରେ ଲଗାଇପାରିବେ । ଏହା କରିବା ଦ୍ୱାରା, ଘି କୁଆଁରୀ ଔଷଧୀୟ ଗୁଣ ଭାତୁଡିକୁ ଶୁଖାଇବା ସହ ମୂଳରୁ ବିନାଶ ମଧ୍ୟ କରିଥାଏ ।

୨. ବେକିଙ୍ଗ ପାଉଡର – ବେକିଙ୍ଗ ପାଉଡର ଖାଇବାରେ ବ୍ୟବହାର ହେବା ସହିତ ବହୁ ବ୍ୟୁଟି ହ୍ୟାକରେ ମଧ୍ୟ ବ୍ୟବହାର ହୋଇଥାଏ । ଏହା ମଧ୍ୟ ଶରୀରରୁ ଭାତୁଡି ବିନାଶ କରିବାରେ ସହାୟକ ହୋଇପାରିବ । ପ୍ରଥମେ ଆପଣ ବେକିଙ୍ଗ ପାଉଡର ଏବଂ କ୍ୟାଷ୍ଟର ତେଲର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବଂ ଏହାକୁ ସମ୍ପୂର୍ଣ୍ଣ ରାତି ଏକ କପଡାରେ ବାନ୍ଧି ଭାତୁଡି ସ୍ଥାନରେ ରଖନ୍ତୁ । ଏହା ଏକ ଧିର ପ୍ରକିୟା କିନ୍ତୁ ଏହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନାହିଁ ଏବଂ ସହଜରେ ଭାତୁଡି ଦୂର ହୋଇଥାଏ ।

୩. ଆପଲ ସାଇଡ ଭିନେଗାର – ତ୍ୱଚାରେ ସ୍କିନ ସେଲକୁ ପ୍ରାକୃତିକ ଉପାୟରେ ଦୂର କରିବା ପାଇଁ ଆପଲ ସାଇଡ ଭିନେଗାର ଶ୍ରେଷ୍ଠ । ଏଥିରେ ଥିବା ଏସିଡିକ ଗୁଣ ଭାତୁଡିର ମୂଳକୁ ନରମ କରି ତାହାକୁ ବିନାଶ କରିଥାଏ । ଏକ ତୁଳାରେ କିଛି ଭିନେଗାର ନେଇ ସମ୍ପୂର୍ଣ୍ଣ ରାତି ରଖନ୍ତୁ ଏବଂ କିଛି ଦିନ ଲଗାତାର କରିବା ପରେ ଦେଖନ୍ତୁ ଏହା କିପରି କାମ କରୁଛି ।

୪. କଦଳୀ ଚୋପା – ପାଚିଲା କଦଳୀ ଚୋପା ସମସ୍ତେ ଫୋପାଡି ଦେଇଥାନ୍ତି କିନ୍ତୁ ଏଥିରେ ଥିବା ଏନଜାଇମ ତ୍ୱଚା ଏବଂ ଡ୍ରାଏ ତ୍ୱଚା ପାଇଁ ଖୁବ ଭଲ । ଏହାର ବ୍ୟବହାର କରିବା ଖୁବ ସହଜ । ପ୍ରତିଦିନ କଦଳୀ ଚୋପାକୁ ଭାତୁଡି ହୋଇଥିବା ସ୍ଥାନରେ ମସାଜ କରନ୍ତୁ ଏହା ଦ୍ୱାରା ଧିରେ ଧିରେ ଭାତୁଡି ଦୂର ହୋଇଥାଏ ।

୫. ରସୁଣ – ରସୁଣ ଏପରି ମସଲା ଯାହା ତରକାରୀର ସ୍ୱାଦ ବଢାଇଥାଏ । ଏହାର ବ୍ୟାକ୍ଟେରିଆ, ବିଜାଣୁ, ଜୀବାଣୁୁ ଏବଂ ବିଭିନ୍ନ ପରଜିବୀଙ୍କ ସହିତ ଲଢେଇ କରିବାର କ୍ଷମତା ମଧ୍ୟ ରହିଛି । ଏହାକୁ ଚୋପା ଛଡାଇ ଭାତୁଡି ହୋଇଥିବା ସ୍ଥାନରେ ଧିରେ ଧିରେ ଘଷନ୍ତୁ । ଏହା ପ୍ରତିଦିନ କିଛି କିଛି ସମୟ କରିବା ଦ୍ୱାରା ଭାତୁଡିର ବିନାଶ ହୋଇଥାଏ ।


Share It

Comments are closed.