କିପରି କଟିବ ଆଜି ଆପଣଙ୍କ ଦିନ, ପଢନ୍ତୁ ରାଶିଫଳ


ମେଷ–ସତ୍‌କର୍ମରେ ବ୍ୟୟ କରି ଆତ୍ମସନ୍ତୋଷ କରିବେ । ଚଞ୍ଚଳ ସ୍ୱଭାବ ପାଇଁ ବିପଦରେ ପଡି ପାରନ୍ତି । ଥଣ୍ଡା-କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିବେ ।କୋମଳ ଭାଷା ପ୍ରୟୋଗ କରି ଶ୍ରୋତାମାନଙ୍କ ମନ କିଣିପାରନ୍ତି ।ଶୁଭରଙ୍ଗ ଲାଲ୍ ।ଶୁଭଅଙ୍କ ୨ ।
ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ବୃଷ– ଦେବ ଦର୍ଶନ ଶୁଭପ୍ରଦ ହେବ । ଧନ ସହିତ ଦ୍ରବ୍ୟଲାଭର ସୂଚନା ମିଳୁଛି ।ଲୋକପ୍ରିୟ ହେବେ ।ସରକାରୀ ସ୍ତରରେ ସମ୍ମାନିତ ହେବେ ।କାର୍ଯ୍ୟର ସଫଳ ରୂପାୟନ କରିପାରନ୍ତି ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୮ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ସଫଳତା ମିଳିବ ।
ଗୃହିଣୀ- ସୁଖଭାରା ଦିନଟି ।

ମିଥୁନ – ସୁଯୋଗର ସଦୁପଯୋଗକରିପାରନ୍ତି । ପରିବାରର ମୁଖ୍ୟଭାବେ ବହୁ ସମ୍ମାନର ଅଧିକାରୀ ହେବେ । ମନ ପ୍ରସନ୍ନ ରହିବ ।ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ଓ ପାରିବାରିକ ସ୍ନେହ ରହିବ ।ଶୁଭରଙ୍ଗ ଗ୍ରୀନ୍ ।ଶୁଭ ଅଙ୍କ ୩ ।
ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
କର୍ମଜୀବି- ସହଯୋଗ ମିଳିବ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
ଗୃହିଣୀ- ସୁଖ ଅନୁଭବ କରିବେ ।

କର୍କଟ– ଉପୁଜିଥିବା ସମସ୍ୟାର ସମାଧାନ ହେବ । ଭ୍ରମଣ ସୁଖଦାୟକ ହେବ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ-ବିଳାସରେ ଅତିବାହିତ ହେବ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଶୁଭରଙ୍ଗ ଧୂସର । ଶୁଭ ଅଙ୍କ ୪ ।
ଚାଷୀ- ଶ୍ରମ ସାର୍ଥକ ହେବ ।
ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ସିଂହ – ସାବଧାନ ନ ରହିଲେ ସୁଯୋଗ ଦୁର୍ଯୋଗରେ ପରିଗଣିତ ହୋଇପାରେ । ସାମୟିକ ଭାବେ ଭୟାତୁର ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଜଳଯାତ୍ରା ଶୁଭ ଦାୟକ ନୁହେଁ । ଯୁଗ୍ମ ବ୍ୟବସାୟ ଲାଭ ଜନକ ହେବ । ଶୁଭରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ- ସତର୍କତାର ଦିନ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

କନ୍ୟା– ଜଟିଳ ସମସ୍ୟାର ସମାଧାନ ହେବ । ହୀତକାର ମିତ୍ରମାନଙ୍କ ସାନ୍ନିଧ୍ୟ ମିଳିବ । ବ୍ୟବସାୟ ଲାଭଜନକ ହେବ । ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି । ମନରେ ଅହଂଭାବ ଜାଗ୍ରତ ହୋଇପାରେ । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୨ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଚକ୍ଷୁ ପୀଡା ହେବ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ତୁଳା– ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଈର୍ଷା ପରାୟଣ ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ମାନସିକ ଶାନ୍ତିଫେରି ପାଇବେ । ଚାକିରିରେ ସୁନାମ ଅର୍ଜନ କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ସୁଖଭାରା ଦିନଟି ।

ବିଛା– କୌଣସି ପରିସ୍ଥିତିରେ ଧୈର୍ଯ୍ୟହରା ହେବେ ନାହିଁ । ମନରେ ଜାତ ଉଦ୍‌ବେଗକୁ ଚାପ ିରଖିବାକୁ ପଡିବ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରୁ ପ୍ରଚୁର ଧନଭାବ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।
ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

ଧନୁ – ସ୍ଥିର ସ୍ୱଭାବ ଯୋଗୁଁ କଳହରେ ଜଡିତ ନ ହୋଇ ପାରନ୍ତି । ଉଦାର ପ୍ରକୃତିର ହେବେ । ଦାନ-ଧର୍ମକୁଶ୍ରେଷ୍ଠ ଧର୍ମଭାବେ ବିବେଚିତ କରିବେ ।ସୁଖୀ ଓ ଶୋଭନ ବ୍ୟକ୍ତିତ୍ୱର ନିଦର୍ଶନ ହୋଇପାରନ୍ତି । ଶୁଭରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
କର୍ମଜୀବି- ଜଳଯାତ୍ରା ମନା ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ମକର– ଦେବୀ ଦର୍ଶନ କରିସୁଖୀ ହେବେ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନ ପ୍ରସନ୍ନ ରହିବ । ଥଣ୍ଡା କଫ ଜନିତ ସମସ୍ୟା ଦୂରହେବ । ସାନ ଭାଇଙ୍କଠାରୁ ଆଦର ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ସୁଖୀ ହେବେ ।

କୁମ୍ଭ – ଦେବୀ ଦର୍ଶନର ସୌଭାଗ୍ୟ ଅଛି । ଆଳସ୍ୟ ଅନୁଭବ କରିବେ । ଭାଗ୍ୟଶାଳୀ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ଧନାଗମ ହେବ । ଶୁଭ ରଙ୍ଗ କ୍ରୀମ୍ ।ଶୁଭ ଅଙ୍କ ୨ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ଥଣ୍ଡା କାଷ ହୋଇପାରେ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ମୀନ – ଶୁକ୍ରଗ୍ରହଙ୍କ ଆର୍ଶୀବାଦରୁ ସୌଭାଗ୍ୟ ବୃଦ୍ଧି ହେବ । ଶ୍ରୀଚନ୍ଦ୍ରଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ସୈନିକମାନଙ୍କ ମନୋବଳ ବୃଦ୍ଧି ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।
ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।


Share It

Comments are closed.