ଅନର୍ ୯ଏନ୍ ସ୍ମାର୍ଟଫୋନ୍ କେବଳ ଫ୍ଲିପକାର୍ଟରେ ଉପଲବ୍ଧ


ହୁୱାଇର ସବ୍-ବ୍ରାଣ୍ଡ ଅନର୍ ତାହାର ପରବର୍ତ୍ତୀ ସ୍ମାର୍ଟଫୋନ୍- ଅନର୍ ୯ଏନର ଘୋଷଣା କରିଛି, ଯାହାକି କେବଳ ସ୍ୱତନ୍ତ୍ରଭାବେ ଫ୍ଲିପକାର୍ଟରେ ଉପଲବ୍ଧ ହେବାକୁ ଯାଉଛି । ‘ନୋ ଅର୍ଡିନାରୀ ବିୟୁଟି’ ସ୍ଲୋଗାନକୁ ସାମିଲ କରି ଅନର୍ ୯ଏନର ଶୁଭାରମ୍ଭ ଭାରତରେ ୨୪ ଜୁଲାଇ ୨୦୧୮ରେ ହେବାକୁ ଯାଉଛି । ଉକ୍ତ ସ୍ମାର୍ଟଫୋନ୍ ନ୍ୟାରୋ ନଚ୍ ଡିସପ୍ଲେ ଡିଜାଇନ୍ ସହିତ ଆସୁଛି, ଯାହା ବ୍ୟବହାରକାରୀଙ୍କୁ ଆକର୍ଷଣୀୟ ଅନୁଭୂତି ପ୍ରଦାନ କରିବ । ସ୍ୱତନ୍ତ୍ର ନ୍ୟାରୋ ନଚ୍ ଫୁଲ୍ ଭ୍ୟୁ ଡିସପ୍ଲେ ଡିଜାଇନ୍ ଅଧିକ ସ୍କ୍ରିନ୍ ସାଇଜ୍ ପ୍ରଦାନ କରୁଛି, ଯାହା ଆହୁରି ଅଧିକ ତଥ୍ୟ ଯେପରିକି – ତାରିଖ, ସମୟ, ବ୍ୟାଟେରୀ ଷ୍ଟାଟିକସ ଓ ଅନ୍ୟାନ୍ୟ ଆପ୍ ନୋଟିଫିକେସନ୍ ଦେଖିବା ନିମନ୍ତେ ବ୍ୟବହାର କରିହେଉଛି । ୱାଟର ଡ୍ରପ୍ଲେଟ ଡଜାଇନରେ ଅନୁପ୍ରାଣିତ ଅନର୍ ୯ଏନ୍ ଆଉ ମଧ୍ୟ ଏକ ୨.୫ଡି ଗ୍ଲାସ୍ ଡିଜାଇନ୍, ୧୨ ସ୍ତରର ପ୍ରିମିୟମ୍ ଗ୍ଲାସ୍ ଓ ଦର୍ପଣର ପ୍ରଭାବଭଳି ନାନୋ କୋଟିଂ ଫିନିସ୍ ସହିତ ଆସୁଛି, ଯାହା ଫୋନକୁ ଆହୁରି ଆକର୍ଷଣୀୟ କରୁଛି ।
ଏହି ଅବସରରେ ପି ସଞ୍ଜୀବ, ଉପ-ସଭାପତି ସେଲ୍ସ, ହୁଆଇ ଇଣ୍ଡିଆ – କଞ୍ଜ୍ୟୁମର ବିଜନେସ୍ ଗ୍ରୁପ୍ ପ୍ରକାଶ କହିଛନ୍ତିଯେ, “ଆମ୍ଭେମାନେ ଭାରତ ବଜାରରେ ଆମର କିଛି ଉତ୍ତମ ବିକ୍ରି ହେଉଥିବା ସ୍ମାର୍ଟଫୋନ୍ ଗୁଡ଼ିକର ଶୁଭାରମ୍ଭ କରିବା ପାଇଁ ଫ୍ଲିପକାର୍ଟ ସହିତ ଦୀର୍ଘ ସ୍ଥାୟୀ ଓ ବିଶ୍ୱସନୀୟ ସହବନ୍ଧିତା କରିଛୁ । ଆମେ ଏହା ଘୋଷଣା କରି ଆନନ୍ଦିତ ଯେ, ଆମର ନୂତନ ସ୍ମାର୍ଟଫୋନ୍ ଅନର୍ ୯ଏନ୍ ପାଇଁ ଫ୍ଲିପକାର୍ଟ ଆମର ଏକମାତ୍ର ଅନଲାଇନ୍ ସେଲ୍ ପାର୍ଟନର୍ ହୋଇଛି ।”
ଏହି ପରିପ୍ରେକ୍ଷୀରେ ଫ୍ଲିପକାର୍ଟର ମୋବାଇଲ ବିଭାଗର ବରିଷ୍ଠ ନିର୍ଦ୍ଦେଶକ, ଆୟାପାନ୍ ରାଜଗୋପାଲ କହିଛନ୍ତି ଯେ, “ଆମ୍ଭେମାନେ ଅନର ସହିତ ପୁଣିଥରେ ସହବନ୍ଧିତାକରି ଭାରତରେ ଏହାର ଅତ୍ୟାଧୁନିକ ଅନର ୯ଏନର ଶୁଭାରମ୍ଭ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ । ଆମ୍ଭେମାନେ ଫ୍ଲିପକାର୍ଟରେ ବିଶ୍ୱାସ କରୁକି ଭାରତ ହେଉଛି ଏକ ବଡ଼ ବଜାର ଯାହାକି ସୌନ୍ଦର୍ଯ୍ୟ ଏବଂ ଡ଼ିଜାଇନକୁ ଗୁରୁତ୍ୱ ଦେଇଥାଏ ।”

ଆଜିର ଏହି ଆଧୁନିକ ଯୁଗରେ, ଅନର୍ ୨୦୧୮ ଆର୍ଥିକ ବର୍ଷରେ ଅଗ୍ରଣୀ ୫ଟି ସ୍ଥାନ ମଧ୍ୟରେ ରହି ଭାରତରେ ଏକ ଦୃତ ଅଭିବୃଦ୍ଧିଶୀଳ ସ୍ମାର୍ଟଫୋନ୍ ବ୍ରାଣ୍ଡ ହୋଇପାରିଛି । ଇଣ୍ଡିଆ ଫାଷ୍ଟ ଦୃଷ୍ଟିକୋଣ ସହିତ ଉକ୍ତ ବ୍ରାଣ୍ଡ ନିକଟରେ ଶୁଭାରମ୍ଭ କରିଥିବା ସ୍ମାର୍ଟଫୋନ୍ର ଉକ୍ତୃଷ୍ଟ ପ୍ରଦର୍ଶନ ହେତୁ ୧୪୬ ପ୍ରତିଶତ ଅଭିବୃଦ୍ଧି କରିପାରିଛି । ଏଥିସହିତ ଏହା ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ୩ ପ୍ରତିଶତ ବଜାର ଅଂଶ ଅଧିଗ୍ରହଣ ସହିତ ପଞ୍ଚମ ସ୍ଥାନରେ ରହିଛି । ଯୁବ ପିଢି ମାନଙ୍କ ପାଇଁ ବିକଶିତ ବ୍ରାଣ୍ଡ ରୁପରେ ଅନର ଗ୍ରାହକ ମାନଙ୍କୁ ନିଜସ୍ୱ ଦୃଷ୍ଟିରେ ଦୁନିଆକୁ ଦେଖିବା ପାଇଁ ପ୍ରୋତ୍ସାହିତ କରିଥାଏ । ବିକଳ୍ପର ପ୍ରତିଶୃତି ସହିତ, ଅନର ପକ୍ଷରୁ ଡ଼ିଜିଟାଲ ନେଟିଭସର ସମ୍ଭାବନାମାନ ପ୍ରଦାନ କରୁଛି, ଯାହାଫଳରେ ସେମାନେ ବିନା ସୀମାରେ ସେମାନଙ୍କର ରାସ୍ତା ବାଛିପାରିବେ ।


Share It

Comments are closed.