ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ଚତୁର୍ଥ ପର୍ଯ୍ୟାୟ ପାଇଁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ପ୍ରସ୍ତୁତ

Share It

ଭୁବନେଶ୍ୱର: ଚେନ୍ନାଇର ମାଡ୍ରାସ ଇଟଂରନ୍ୟାସନାଲ୍ ସର୍କିଟ୍ (ଏମ୍‌ଆଇସି)ରେ ଅନୁଷ୍ଠିତ ହେବାକୁ ଥିବା ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ୨୦୨୩ ସଂସ୍କରଣର ଚତୁର୍ଥ ପର୍ଯ୍ୟାୟ ପାଇଁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ଆସି ଚେନ୍ନାଇରେ ପହଂଚିଛି ଓ ରେସ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।
ଚଳିତ ସପ୍ତାହ ଶେଷ ଆଡ଼କୁ ଅନୁଷ୍ଠିତ ହେବାକୁ ଥିବା ଏହି ଚମ୍ପିଆନ୍‌ସିପ୍‌ରେ ୧୪ ଜଣ ଯୁବ ଚାଳକ ଅଂଶଗ୍ରହଣ କରି ରେସ୍ ପାଇଁ ପ୍ରସ୍ତୁତ ଏନ୍‌ଏସ୍‌ଏଫ୍‌୨୫୦ଆର୍ ମୋଟରସାଇକଲ୍‌ରେ ରେସ୍‌ରେ ଭାଗ ନେବେ । ମୋଟୋ୩ ରେସିଂ ଭଳି ଉଚ୍ଚ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ପ୍ରତିଯୋଗିତା ପାଇଁ ଏହି ମୋଟରସାଇକଲ୍‌ଗୁଡ଼ିକୁ ପ୍ରସ୍ତୁତ କରାଯାଇଛି ।
ଭାରତୀୟ ଜାତୀୟ ମୋଟରସାଇକଲ୍ ରେସିଂ ଚମ୍ପିଆନ୍‌ସିପ୍‌ର ତୃତୀୟ ପର୍ଯ୍ୟାୟ ଏକ ଦୁର୍ଭାଗ୍ୟଜନକ ଘଟଣାକୁ ସାମ୍ନା କରି ସାମୟିକ ଭାବେ ପ୍ରତିଯୋଗିତା ଅଟକି ଯାଇଥିଲା । ମାତ୍ର ଦ୍ୱିତୀୟ ପର୍ଯ୍ୟାୟର ଚୂଡ଼ାନ୍ତ ରେସ୍‌ରେ ଚେନ୍ନାଇର ଶ୍ୟାମ ସୁନ୍ଦର ଏକ ନମ୍ବର ସ୍ଥାନରେ ରହି ଗୌରବ ଆଣିଥିଲେ ।
ରେସ୍‌ର ଚତୁର୍ଥ ପର୍ଯ୍ୟାୟ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସେଲ୍‌ସ ଆଣ୍ଡ୍ ମାର୍କେଟିଂ ନିର୍ଦ୍ଦେଶକ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ମାଡ୍ରାସ୍ ଇଂଟରନ୍ୟାସନାଲ୍ ସର୍କିଟ୍‌ରେ ଅନୁଷ୍ଠିତ ହେବାକୁ ଥିବା ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ର ଚତୁର୍ଥ ପର୍ଯ୍ୟାୟ ପାଇଁ ଆମେ ପ୍ରସ୍ତୁତ ରହିଥିବା ବେଳେ ଆମେ ୨୦୨୩ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟୟର ନିକଟତର ହୋଇଛୁ । ଆମ ଯୁବ ଚାଳକମାନଙ୍କ ଅଭିଳା ଓ ଅସଲି ବେଗ ଦେଖିବାକୁ ଆମେ ଉତ୍ସାହିତ ଅଛୁ । ସେମାନେ ନିଜ ଦକ୍ଷତାକୁ ଶାଣିତ କରିଛନ୍ତି ଏବଂ ଚଳିତ ସପ୍ତାହର ଶେଷ ଆଡ଼କୁ ନିଜ ଅତୁଟ ସଂକଳ୍ପ ଓ ଗାଡ଼ି ଚାଳନା ଦକ୍ଷତା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ରହିଛନ୍ତି । ଏହି ପର୍ଯ୍ୟାୟରେ ଆମ ଚାଳକଙ୍କ ଦକ୍ଷତା ଉପରେ ଆମ ଗଭୀର ବିଶ୍ୱାସ ରହିଛି ଏବଂ ଆମେ ଏକ ଶକ୍ତିଶାଳୀ ପ୍ରଦର୍ଶନକୁ ଅପେକ୍ଷା କରିଛୁ ।’’
ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ର ଦ୍ୱିତୀୟ ପର୍ଯ୍ୟାୟରେ ୮ ଲ୍ୟାପ୍ ବିଶିଷ୍ଟ ରେସ୍ ହୋଇଥିଲା ଯେଉଁଥିରେ ଶ୍ୟାମ ସୁନ୍ଦର, ଏଜେ ଜେମ୍‌ସ ଓ ରାହିଶ ଖତ୍ରି ଶ୍ରେଷ୍ଠ ସ୍ଥାନ ଲାଗି ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଅସାଧାରଣ ଦକ୍ଷତା ଓ ସମୟର ସଦୁପଯୋଗ ପାଇଁ ଶ୍ୟାମ ସୁନ୍ଦର ପ୍ରଥମ ସ୍ଥାନରେ ରହି ଗୌରବମୟ ବିଜୟ ହାସଲ କରିବା ସହ ରେସ୍ ଶେଷ କରିଥିଲେ । ଏଜେ ଜେମ୍‌ସ ତାଙ୍କୁ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଇଥିଲେ ମଧ୍ୟ ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ମୁମ୍ବାଇର ରାହିଶ ଖତ୍ରି ପ୍ରଥମ ଥର ପାଇଁ ପୋଡିୟମ୍ ଉପରେ ଚଢ଼ିବାର ସୁଯୋଗ ପାଇବା ସହ ତୃତୀୟ ସ୍ଥାନରେ ରହି ରେସ୍ ଶେଷ କରିଥିଲେ ।


Share It

Comments are closed.