ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପକ୍ଷରୁ ନୂଆ ଗୋଲ୍ଡ ୱିଙ୍ଗ ଟୁର୍‌ର ବୁକିଂ ଆରମ୍ଭ

Share It

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଗୋଲ୍ଡ ୱିଙ୍ଗ୍ ଟୁର୍‌ର ବୁକିଂ ଆରମ୍ଭ କରାଯାଇଛି । ଏହାର ମୂଲ୍ୟ ୩୯,୨୦,୦୦୦(ଏକ୍ସ-ସୋ\’ରୁମ୍‌, ଗୁରୁଗ୍ରାମ) ଟଙ୍କା ରହିଛି । ନୂଆ ହୋଣ୍ଡା ଗୋଲ୍ଡ ୱିଙ୍ଗ ଟୁର ସିବିୟୁ ମାର୍ଗ ଦେଇ ଭାରତ ଆସିବ ଏବଂ ପ୍ରିମିୟମ ବିଗ୍ ୱିଙ୍ଗ ଟପ୍ ଲାଇନ୍ ଡିଲରସିପ୍ ମାଧ୍ୟମରେ ସ୍ୱତନ୍ତ୍ର ଭାବରେ ବିକ୍ରି ହେବ ।
ହୋଣ୍ଡାର ଫ୍ଲାଗସିପ୍ ଅଫର ବିଷୟରେ ସୂଚନା ଦେଇ ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଏବଂ ସିଇଓ ସୁସୁମୁ ଓଟାନି କହିଛନ୍ତି ଯେ, “ଭାରତରେ ନୂଆ ଗୋଲ୍ଡ ୱିଙ୍ଗ ଟୁରର ଶୁଭାରମ୍ଭ କରି ଆମେ ଆନନ୍ଦିତ । ବର୍ଷ ବର୍ଷ ଧରି ହୋଣ୍ଡା ଗୋଲ୍ଡ ୱିଙ୍ଗ ଦୁଇ ଚକିଆରେ ବିଳାସପୂର୍ଣ୍ଣ ଯାତାୟାତର ଧାରଣାକୁ ପୁନଃନିର୍ଦ୍ଧାରଣ କରିଛି । ଏହାର ହାଇ-ଟେକ୍ ବୈଶିଷ୍ଟ୍ୟ ଏବଂ ଆରାମଦାୟକ ଗାଡ଼ିଚାଳନା ଅଭିଜ୍ଞତା ସହିତ ଏଚ୍‌ଏମ୍‌ଏସ୍‌ଆଇ ନିଶ୍ଚିତ ଯେ ନୂତନ ଗୋଲ୍ଡ ୱିଙ୍ଗ ଟୁର ଭ୍ରମଣ ପ୍ରେମୀମାନଙ୍କୁ ଉତ୍ସାହିତ କରିବ ଏବଂ ସେମାନଙ୍କ ଭ୍ରମଣ ଅଭିଜ୍ଞତାର ସ୍ତରରେ ଉନ୍ନତି ଆଣିବ ।’’
ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆର ସେଲ୍ସ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ ଯୋଗେଶ ମାଥୁର କହିଛନ୍ତି ଯେ, “ହୋଣ୍ଡାର କିମ୍ବଦନ୍ତୀ ଗୋଲ୍ଡ ୱିଙ୍ଗ ଟୁର ଆଧୁନିକ ଭ୍ରମଣ ବର୍ଗରେ ଶ୍ରେଣୀରେ ଅଗ୍ରଣୀ ବିଳାସପୂର୍ଣ୍ଣତା, ଆରାମ ସହିତ କାର୍ଯ୍ୟଦକ୍ଷତା ଏବଂ ନିରପତାରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରିବା ଜାରି ରଖିଛି । ଆମେ ଖୁସିର ସହ ଘୋଷଣା କରୁଛୁ ଯେ ନୂଆ ଗୋଲ୍ଡ ୱିଙ୍ଗ ଟୁର ପାଇଁ ବୁକିଂ ଆରମ୍ଭ ହୋଇଛି ଏବଂ ଅକ୍ଟୋବର ୨୦୨୩ରୁ ଭାରତରେ ଏହି ବିଳାସପୂର୍ଣ୍ଣ ବାଇକର ଡେଲିଭରି ଆରମ୍ଭ ହେବ ।’’
ହୋଣ୍ଡାର ଆଇକନିକ୍ ଗୋଲ୍ଡ ୱିଙ୍ଗ ଟୁର୍ ବେଶ ଷ୍ଟାଇଲିସ୍ ହୋଇଥିବା ବେଳେ ଏରୋଡାଇନାମିକ୍ ଓ ସୁୁନ୍ଦର ରୂପ ଏହାକୁ ସଡ଼କରେ ବେଶ ଆକର୍ଷଣୀୟ କରିପାରିଛି । ଗୋଲ୍ଡ ୱିଙ୍ଗ ଟୁର୍ ବାସ୍ତବରେ ଟୁରିଂ ବର୍ଗ ସୃଷ୍ଟି କରିଛି । ଏଥିରେ ପୂର୍ଣ୍ଣ ଏଲ୍‌ଇଡି ଲାଇଟ୍ ବ୍ୟବସ୍ଥା ଥିବା ବେଳେ ଆଣ୍ଡ୍ରଏଡ୍ ଅଟୋ ଓ ଆପଲ୍ କାର୍‌କୁ ସମର୍ଥନ କରିବା ସୁବିଧା, ୭.୦ ଇଂଚ୍ ସମ୍ପୂର୍ଣ୍ଣ ରଙ୍ଗିନ୍ ଟିଏଫ୍‌ଟି ଡିସ୍‌ପ୍ଲେ, ଇଲେକ୍ଟ୍ରିକ୍ ସ୍କ୍ରିନ୍‌, ବ୍ଲୁ ଟୁଥ୍ ସଂଯୋଗ, ଦୁଇଟି ୟୁଏସ୍‌ବି ସି-ଟାଇପ୍ ସକେଟ୍‌, ଟାୟାର ପ୍ରେସର ନିରୀକ୍ଷଣ ବ୍ୟବସ୍ଥା ଓ ଏୟାରବ୍ୟାଗ୍ ରହିଛି ।
ହୋଣ୍ଡା ଗୋଲ୍ଡ ୱିଙ୍ଗ ଟୁର୍‌ରେ ଶକ୍ତିଶାଳୀ ୧୮୩୩ ସିସି ଲିକ୍ୱିଡ୍ କୁଲ୍‌ଡ, ୪-ଷ୍ଟ୍ରୋକ୍‌, ୨୪ ଭାଲ୍‌ଭ, ଫ୍ଲାଟ୍ ସିକ୍ସ-ସିଲିଣ୍ଡର ଇଞ୍ଜିନ ରହିଛି ଯାହା ୯୩ କିଲୋୱାଟ୍ ଶକ୍ତି ଓ ୧୭୦ ଏନଏମ୍ ଟର୍କ ଉତ୍ପନ୍ନ କରୁଛି । ଏଥିରେ ୭ ସ୍ପିଡ୍ ଡୁଆଲ୍ କ୍ଲଚ୍


ଟ୍ରାନ୍ସମିସନ ରହିଛି । ଏହାର ସିଙ୍ଗଲ ଡିଟିସି ଭାରିଆଂଟ୍ ଗନମେଟାଲ୍ ବ୍ଲାକ୍ ମେଟାଲିକ୍ ରଙ୍ଗରେ ୩୯,୨୦,୦୦୦ ଟଙ୍କା ମୂଲ୍ୟ (ଏକ୍ସ ସୋ’ରୁମ୍‌, ଗୁରୁଗ୍ରାମ)ରେ ଉପଲବ୍ଧ ହୋଇଛି ।


Share It

Comments are closed.