ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ “ଆକ୍ଟିଭା ଲିମିଟେଡ୍ ଏଡିସନ୍‌’ ଉନ୍ମୋଚିତ

Share It

ଭୁବନେଶ୍ୱର: ଦେଶର ସର୍ବବୃହତ ଦୁଇଚକିଆ ଯାନ ନିର୍ମାତା ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଆକ୍ଟିଭା ଲିମିଟେଡ୍ ଏଡିସନ୍‌କୁ ଉନ୍ମୋଚନ କରାଯାଇଛି । ଏହାର ମୂଲ୍ୟ ୮୦,୭୩୪ ଟଙ୍କା (ଏକ୍ସ ସୋ’ରୁମ୍‌, ଦିଲ୍ଲୀ) ରହିଛି । ଡିଜାଇନ୍ ଓ ଉତ୍କୃଷ୍ଟ ଗାଡ଼ିଚାଳନା ଦୃଷ୍ଟିରୁ ହୋଣ୍ଡା ଆକ୍ଟିଭା ଲିମିଟେଡ୍ ଏଡିସନ୍ ହେଉଛି ଏକ ଅତୁଳନୀୟ ପ୍ୟାକେଜ୍ । ଏହାର ବୁକିଂ ଆରମ୍ଭ ହୋଇଛି ଏବଂ ଦେଶରେ ଥିବା ହୋଣ୍ଡା ରେଡ୍ ୱିଙ୍ଗ ଡିଲର୍‌ସିପ୍‌ଗୁଡ଼ିକରେ ସୀମିତ ସମୟ ପାଇଁ ଏହା ଉପଲବ୍ଧ ହେବ ।
ନୂଆ ହୋଣ୍ଡା ଆକ୍ଟିଭା ଲିମିଟେଡ୍ ଏଡିସନ୍‌ର ଶୁଭାରମ୍ଭ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁସୁମୁ ଓଟାନି କହିଛନ୍ତି ଯେ “ଭାରତୀୟ ଦୁଇଚକିଆ ଯାନ ଶିଳ୍ପରେ ଆକ୍ଟିଭା ବିପ୍ଳବ ଆଣିଛି ଏବଂ ଗତ ଦୁଇ ଦଶନ୍ଧିରେ ନିୟୁତାଧିକ ଲୋକଙ୍କୁ ଉଲ୍ଲସିତ କରିଛି । ସବୁ ବୟସ ବର୍ଗର ଗ୍ରାହକଙ୍କ ନିକଟରେ ଏହାର ଲୋକପ୍ରିୟତା ଥିବା ବେଳେ ଏହା ହେଉଛି ଭାରତରେ ସବୁଠୁ ଅଧିକ ପସନ୍ଦ କରାଯାଉଥିବା ସ୍କୁଟର । ଆମର ବିଶ୍ୱାସ ରହିଛି ଯେ ନୂଆ ଲିମିଟେଡ୍ ଏଡିସନ୍ ଆକ୍ଟିଭା ଉନ୍ମୋଚନ ହେବା ପରେ ଆମ ଗ୍ରାହକ ବିଶେଷ କରି ଯୁବବର୍ଗର ଗ୍ରାହକମାନଙ୍କୁ ତାହା ଉଲ୍ଲସିତ କରିବ ।’’
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସେଲ୍‌ସ ଓ ମାର୍କେଟିଂ ନିର୍ଦ୍ଦେଶକ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ଆକର୍ଷଣୀୟ ଲୁକ୍‌, ସ୍ମାର୍ଟ ଉନ୍ନତ ସୁବିଧାସୁଯୋଗ ଓ ଭରସାଯୋଗ୍ୟ ଇଞ୍ଜିନ ସହିତ ପାର୍ବଣ ଋତୁ ପୂର୍ବରୁ ଆକ୍ଟିଭା ଲିମିଟେଡ୍ ଏଡିସନ୍‌ର ଶୁଭାରମ୍ଭ ବିଷୟରେ ଘୋଷଣା କରି ବେଶ ଆନନ୍ଦିତ । ଗ୍ରାହକଙ୍କ ଉଦୀୟମାନ ଅଭିଳାଷ ପୂରଣ କରିବାକୁ ଆମେ ଉଦ୍ୟମ କରୁଥିବା ବେଳେ ଏଚ୍‌ଏମ୍‌ଏସ୍‌ଆଇ ନିଜ ସ୍ତରରେ ଉନ୍ନତି ଆଣିବା ଓ ଅତୁଳନୀୟ ମାଲିକାନା ଅନୁଭୂତି ପ୍ରଦାନ କରିବା ପାଇଁ ନୂଆ ପିଢ଼ିର ସୁବିଧା ପ୍ରଦାନ କରିବା ଜାରି ରଖିବ ।’’

ଡାର୍କ ରଙ୍ଗ ଥିମ୍ ଓ କଳା କ୍ରୋମ୍ ଏଲିମେଂଟ୍ ସହିତ ଭାରତର ସବୁଠୁ ପସନ୍ଦ କରାଯାଉଥିବା ସ୍କୁଟର ଆକ୍ଟିଭା ଲିମିଟେଡ୍ ଏଡିସନ୍ ଉପଲବ୍ଧ ହେବ । ଆକ୍ଟିଭାର ୩ଡି ଏମ୍ବେଲେମ୍‌ରେ ପ୍ରିମିୟମ୍ ବ୍ଳାକ୍ କ୍ରୋମ୍ ଗାର୍ନିସ୍ ରହିଥିବା ବେଳେ ପଛ ଗ୍ରାମ୍ ରେଲ୍‌ରେ ବଡି ରଙ୍ଗ ଭଳି ଡାର୍କ ରହିଛି । ନୂଆ ପିଢ଼ିର ଗ୍ରାହକମାନଙ୍କୁ ନଜରରେ ରଖି ପ୍ରସ୍ତୁତ କରାଯାଇଥିବା ଆକ୍ଟିଭା ଲିମିଟେଡ୍ ଏଡିସନ୍‌ରେ ମ୍ୟାଟ୍ ଷ୍ଟିଲ୍ ବ୍ଲାକ୍ ମେଟାଲିକ୍ ଓ ପର୍ଲ ସାଇରନ୍ ବ୍ଲୁ ଭଳି ଦୁଇଟି ଆକର୍ଷଣୀୟ ରଙ୍ଗ ରହିଛି । ଏହାର ଡିଏଲ୍‌ଏକ୍ସ ଭାରିଆଂଟ୍‌ରେ ଆଲୟ ହ୍ୱିଲ୍ ଥିବା ବେଳେ ଟପ୍ ଭାରିଆଂଟ୍‌ରେ ହୋଣ୍ଡାର ବୈପ୍ଳବିକ ସ୍ମାର୍ଟ କି ରହିଛି ।

ଏହି ସ୍କୁଟରରେ ୧୦୯.୫୧ ସିସିର ବିଏସ୍‌-୬ ଓବିଡି୨ ନିୟମ ପାଳନ କରୁଥିବା ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନ ରହିଛି ।ଏହା ଉପରେ କଂପାନି ୧୦ ବର୍ଷର ୱାରେଂଟି ପ୍ୟାକେଜ୍ (୩ ବର୍ଷ ସାଧାରଣ ସହ ସାତ ବର୍ଷର ବର୍ଦ୍ଧିତ ବିକଳ୍ପ) ପ୍ରଦାନ କରୁଛି । ଏହା ଡିଏଲ୍‌ଏକ୍ସ ଓ ସ୍ମାର୍ଟ ଲିମିଟେଡ୍ ଭଳି ଦୁଇଟି ଭାରିଆଂଟ୍‌ରେ ଉପଲବ୍ଧ ହେବ ।


Share It

Comments are closed.