ହିରୋ ସୁପର କପର ବିଜେତା ମୁକୁଟ ପିନ୍ଧିଲା ବେଙ୍ଗାଲୁରୁ ଏଫସି


ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହିରୋ ସୁପର କପ ଫୁଟବଲର ଗ୍ରାଣ୍ଡ ଫାଇନାଲରେ ଇଷ୍ଟ୍-ବେଙ୍ଗଲକୁ ୪-୧ ଗୋଲରେ ହରାଇଲା ବେଙ୍ଗାଲୁରୁ ଏଫସି ଟିମ । ଟିମ ପକ୍ଷରୁ ୨ଟି ଗୋଲ କରି ହିରୋ ଅଫ ଦ ମ୍ୟାଚ ରହିଛନ୍ତି ସୁନୀଲ ଛେତ୍ରୀ । ମ୍ୟାଚର ପ୍ରାରମ୍ଭରୁ ହିଁ ବେଙ୍ଗାଲୁରୁ ଟିମ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ ଏବଂ ପ୍ରତିବଦଳରେ ଇଷ୍ଟ-ବେଙ୍ଗଲ ଗୋଟିଏ ମାତ୍ର ଗୋଲ କରିପାରିଥିଲେ ।
ଏହି ପରିପ୍ରେକ୍ଷୀରେ ବେଙ୍ଗାଲୁରୁ ଟିମର କୋଚ୍ ଅର୍ଲବଟ ରୋକା କହିଛନ୍ତି ଯେ, ଆମ୍ଭେ କେବଳ ଆମ୍ଭମାନଙ୍କର ପ୍ରଶଂସକଙ୍କ ପାଇଁ ମ୍ୟାଚଟି ଜିତିଲୁ । ମୁଁ ମୋର ଟିମ ଏବଂ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ପାଇଁ ଗର୍ବିତ ।


Share It

Comments are closed.