ଚାମଚ ବଦଳରେ ହାତରେ ଖାଦ୍ୟ ଖାଇବା କାହିଁକି ଏକ ସୁସ୍ଥ ଅଭ୍ୟାସ ଜାଣନ୍ତୁ


ହାତରେ ଖାଦ୍ୟ ଖାଇବାର ଅଭ୍ୟାସ ଅତ୍ୟନ୍ତ ପ୍ରାଚୀନ କାଳରୁ ଚାଲିଆସୁଛି । କିନ୍ତୁ ଦୁନିଆ ଆଗକୁ ବଢିବା ସହିତ ଏହି ଅଭ୍ୟାସ ଧିରେ ଧିରେ କମିବାକୁ ଲାଗିଲାଣି । ମାତ୍ର ଚାମଚରେ ଖାଦ୍ୟ ଖାଇବା ପରିବର୍ତ୍ତେ ହସ୍ତରେ ଭୋଜନ କରିବାର ଅନେକ ସ୍ୱାସ୍ଥ୍ୟଜନିତ ଉପକାର ରହିଛି। ହାତରେ ଭୋଜନ କରିବା ଚାମଚରେ ଖାଇବା ତୁଳନାରେ ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ ବୋଲି କୁହାଯାଏ। ପାଚନ ତନ୍ତ୍ର ସୁସ୍ଥ ତଥା ସୂଚାରୁ ରୂପେ କାର୍ଯ୍ୟ କରିବା ପାଇଁ ହାତରେ ଭୋଜନ ଅଧିକ ଲାଭଦାୟକ। ଆୟୁର୍ବେଦ ଅନୁଯାୟୀ, ହାତରେ ଖାଦ୍ୟ ଖାଇବା ଦ୍ୱାରା ଭୋଜନ ଖୁବ୍‌‌ ଶୀଘ୍ର ହଜମ ହୋଇଥାଏ। ଏହାସହ ହାତରେ ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟ ଅଧିକ ସ୍ୱାଦିଷ୍ଟ ଲାଗିବା ସହ ବେଶ୍‌‌ ଖୁସିର ସହ ଖାଇଥାଆନ୍ତି। ଜାଣନ୍ତୁ..

ଏକ ଅଧ୍ୟୟନ ଅନୁଯାୟୀ, ହାତରେ ଭୋଜନ କରିବା ଦ୍ୱାରା ହାତର ମାଂସପେଶୀ ସଠିକ ଭାବେ କାର୍ଯ୍ୟ କରିଥାଏ। ହାତରେ ଖାଦ୍ୟ ଖାଇବାର ପରମ୍ପରା ବହୁ ପୂରାତନ କାଳରୁ ଆସିଅଛି। ସେଭଳି କିଛି ଲୋକେ ଚାମଚରେ ଖାଇବାକୁ ପସନ୍ଦ କରୁଥିଲେ, କିଛି ହାତରେ ଖାଇବାକୁ ପସନ୍ଦ କରିଥାଆନ୍ତି।

ଆୟୁର୍ବେଦ ଅନୁଯାୟୀ,ଅଙ୍ଗୁଳିର ଶୀର୍ଷ ଭାଗରେ ଶିରାପ୍ରଶିରା ମଧ୍ୟ ପାଚନ ତନ୍ତ୍ରକୁ ଅଧିକ କାର୍ଯ୍ୟ କରିବାକୁ ସାହାଯ୍ୟ କରିଥାଏ। ବାସ୍ତବରେ ହାତରେ ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟର ସ୍ୱାଦ,ସୁଗନ୍ଧ ଉପରେ ଅଧିକ ଗୁରୁତ୍ୱ ଦେଇଥାଆନ୍ତି। କାରଣ ହାତ ଓ ଆଙ୍ଗୁଠିକୁ ଭୋଜନ ପାଇଁ ବ୍ୟବହାର କରିଥାଆନ୍ତି।

ହାତରେ ଭୋଜନ କରିବା ଦ୍ୱାରା ରକ୍ତ ସଞ୍ଚାଳନ ମଧ୍ୟ ସୁଚାରୁ ରୂପେ ହୋଇଥାଏ। ହାତର ଚଳପ୍ରଚଳ ଦ୍ୱାରା ରକ୍ତ ସଞ୍ଚାଳନ ଅଧିକ ଭଲ ଓ ମଜଭୂତ ହୋଇଥାଏ। ଯେଉଁ ସମୟରେ ଆପଣ ଭାତ,ଡାଲି, ତରକାରୀ ଏକାସହ ଖାଇଥାଆନ୍ତି କିମ୍ବା ହାତରେ ଆଙ୍ଗୁଳିରେ ରୁଟି ଖଣ୍ଡ କରି ଖାଇଥାଆନ୍ତି ହାତର ଶିରା ପ୍ରଶିରା ,ହାଡ ମଧ୍ୟ ସଠିକ ଭାବେ କାର୍ଯ୍ୟ କରିଥାଏ।

ସେହିପରି ଶରୀରରେ ଅନେକ ବ୍ୟାକ୍ଟେରିଆ ରହିଛନ୍ତି। ଯାହା ହାତ, ମୁହଁ, ଗଳା, ପେଟ ଆଦିରେ ରହିଥାଆନ୍ତି। ଏହି ବ୍ୟାକ୍ଟେରିଆ ହାନିକାରକ ବ୍ୟାକ୍ଟେରିଆକୁ ନଷ୍ଟ କରିଥାଆନ୍ତି। ଯେଉଁ ସମୟରେ ହାତରେ ଭୋଜନ କରିଥାଆନ୍ତି, ସେହି ସମୟରେ ଉପସ୍ଥିତ ଥିବା ବ୍ୟାକ୍ଟେରିଆ ପାଚନ ତନ୍ତ୍ରକୁ ହାନୀକାରକ ଜୀବାଣୁ ସମ୍ପର୍କରେ ଆସିବାକୁ ରକ୍ଷା କରିଥାଆନ୍ତି। ମାତ୍ର ହସ୍ତରେ ଭୋଜନ କରିବା ପୂର୍ବରୁ ହାତକୁ ଭଲ ଭାବେ ଧୁଅନ୍ତୁ।

ଅନ୍ୟ ଏକ ଅଧ୍ୟୟନ ଅନୁଯାୟୀ, ଯେଉଁ ସମୟରେ ଲୋକେ ଟିଭି ଦେଖି କିମ୍ବା ଖବରକାଗଜ ପଢି ଖାଦ୍ୟ ଖାଇଥାଆନ୍ତି, ସେମାନେ ଜଳଖିଆରେ କମ ଖାଦ୍ୟ ଖାଇଥାଆନ୍ତି। ହାଲକା ଭୋଜନ ମଧ୍ୟ କରିଥାଆନ୍ତି। ସେହି ସମୟରେ ମୁଖ୍ୟତଃ ଚାମଚ ତୁଳନାରେ ହାତରେ ଖାଇବା ଦ୍ୱାରା ଅଧିକ ଶାନ୍ତି ମିଳିଥାଏ।

ଅନ୍ୟ ଏକ ଅଧ୍ୟୟନ ଅନୁଯାୟୀ, ଲୋକେ ଚାମଚରେ ଖୁବ ଜୋରରେ ଖାଦ୍ୟ ଖାଆନ୍ତି, ଯାହା ଶରୀରରେ ରକ୍ତ-ଶର୍କରାର ଅସନ୍ତୁଳନ ସହ ଜଡିତ ହୋଇ ରହିଛି। ଯାହାକି ଆଗକୁ ମଧୁମେହ ରୋଗର ଅଧିକ ସମ୍ଭାବନା ସୃଷ୍ଟି କରିଥାଏ। ତେଣୁ ଚାମଚରେ ଖାଦ୍ୟ ଖାଇବା ଅଭ୍ୟାସକୁ ବଦଳାଇ ହାତରେ ଖାଦ୍ୟ ଖାଆନ୍ତୁ।

ଯେଉଁ ସମୟରେ ଚାମଚରେ ଖାଦ୍ୟ ଖାଇଥାଆନ୍ତି, ତାହା କେତେ ଗରମ ଜଣାପଡିନଥାଏ। ଫଳରେ ଗରମ ଖାଦ୍ୟ ପାଟିକୁ ନେବା ମାତ୍ରେ ପାଟିରେ ପୋଡ଼ିବା ଭଳି କଷ୍ଟ ହୋଇଥାଏ। ଗରମ ଖାଦ୍ୟକୁ ଚାମଚରେ ଖାଇବା ଦ୍ୱାରା ଚାମଚର ତାପମାତ୍ରା ମଧ୍ୟ ଭିନ୍ନ ହୋଇଥାଏ। ତେଣୁ ହସ୍ତରେ ଭୋଜନ କରିବା ଦ୍ୱାରା ଖାଦ୍ୟର ସଠିକ ତାପମାତ୍ରା ଜଣାପଡିଥାଏ। ଏହା ଦ୍ୱାରା ଶରୀରକୁ ଯେତିକି ଆବଶ୍ୟକ, ସେତିକି ତାପମାତ୍ରାର ଖାଦ୍ୟ ସେବନ କରି ହୋଇଥାଏ।

ଚାମଚ ତୁଳନାରେ ହାତରେ ଖାଦ୍ୟ ଖାଇବା ଦ୍ୱାରା କେଉଁ ଖାଦ୍ୟ କେତେ ପରିମାଣରେ ଖାଇଥାଆନ୍ତି, ତାହା ସଠିକ ଭାବେ ଜଣାପଡିଥାଏ। ଆବଶ୍ୟକତା ଠାରୁ ଅଧିକ ଭୋଜନ ଖାଇବା ଦ୍ୱାରା ଓଜନ ବୃଦ୍ଧି ହେବାର ସମ୍ଭାବନା ଅଧିକ ହୋଇଥାଏ। ଓଜନ ନିୟନ୍ତ୍ରଣ ପାଇଁ ସଠିକ୍‌‌ ପରିମାଣର ଖାଦ୍ୟ ଖାଇବା ନିତାନ୍ତ ଆବଶ୍ୟକ। ଏହାସହ ହସ୍ତରେ ଭୋଜନ କରିବା ଦ୍ୱାରା ଭୋଜନ ସଠିକ ପରିମାଣ ଓ ଖୁସିରେ ଖାଇଥାଆନ୍ତି।


Share It

Comments are closed.