ମହିଳା ଗୋଷ୍ଠୀଙ୍କୁ ସଶକ୍ତ କରିବା ସହ ଜୀବନରେ ପରିବର୍ତନ ଆଣିଛି ହେଫର୍ ଇଂଟରନ୍ୟାଶନାଲ ଓ କାର୍‌ଗିଲ୍‌ର ହ୍ୟାଚିଙ୍ଗ୍ ହୋପ୍ ଅଭିଯାନ


ବିଶ୍ୱ ଅଣ୍ଡା ଦିବସ ପାଳନ କରନ୍ତୁ: ଅଣ୍ଡା ଓ ପୋଲ୍‌ଟ୍ରି ବା କୁକୁଡା ଚାଷର ମୂଲ୍ୟ ଶୃଙ୍ଖଳାର କ୍ଷମତାକୁ ଉନ୍ମୋଚନ କରନ୍ତୁ

ଭୁବନେଶ୍ୱର,୧୨ ଅକ୍ଟୋବର ୨୦୨୩: ହେଫର୍ ଇଂଟରନ୍ୟାଶନାଲ ବିଶ୍ୱ ଅଣ୍ଡା ଦିବସ ଅବସରରେ ପୋଲ୍‌ଟ୍ରି ବା କୁକଡା ଚାଷ ଉପରେ କେନ୍ଦ୍ରିତ ଏହାର ପରିବର୍ତନଶୀଳ ଅଭିଯାନକୁ ଓଡିଶାରେ ଗର୍ବର ସହ ପ୍ରଦର୍ଶିତ କରିଛି । କାର୍‌ଗିଲ୍ ସହିତ ଓଡିଶାରେ ହେଫର୍‌ର ଫ୍ଲାଗ୍‌ସିପ୍ ଅଭିଯାନ, ଦ ହ୍ୟାଚିଙ୍ଗ୍ ହୋପ୍ ପ୍ରୋଜେକ୍ଟ କୁକୁଡା ଉତ୍ପାଦନ, ଉପଯୋଗ ଓ ପ୍ରୋତ୍ସାହନ ମାଧ୍ୟମରେ ୨୦୩୦ ସୁଦ୍ଧା ବିଶ୍ୱବ୍ୟାପୀ ୧୦୦ ମିଲିୟନ ଲୋକଙ୍କର ପୋଷଣ ଓ ଅର୍ଥନୈତିକ ଜୀବିକାକୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛି । ଭାରତରେ ଏହି ପ୍ରୋଗ୍ରାମ ଏହାର ୫ମ ବର୍ଷରେ ପରିଚାଳନା କରୁଛି ଏବଂ ଏହା କୁପୋଷଣକୁ ଦୂର କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି କରିଛି । ଏହା ଗ୍ରାମାଂଚଳର ମହିଳାମାନଙ୍କୁ ତାଲିମ୍ ଓ ସଂଶାଧନ ପ୍ରଦାନ କରି ସଶକ୍ତ କରୁଛି ଏବଂ କ୍ଷୁଦ୍ର ଚାଷୀମାନଙ୍କୁ ପରିବେଶ ପ୍ରଭାବକୁ ୍‌ହ୍ରାସ କରୁଥିବା ଦକ୍ଷ କୁକୁଡା ଉତ୍ପାଦନ ଅଭ୍ୟାସ ଶିଖାଉଛି ।

କାର୍‌ଗିଲ୍ ଦ୍ୱାରା ସମର୍ଥିତ ହ୍ୟାଚିଙ୍ଗ୍ ହୋପ୍ ଭାରତର ଓଡିଶା ଓ ଆନ୍ଧ୍ର ପ୍ରଦେଶରେ ପରିଚାଳିତ ହେଉଛି ଏବଂ ୨୦୧୮ରେ ଲଂଚ୍ ପରଠାରୁ ଉଲ୍ଲେଖନୀୟ ପ୍ରଗତି କରିଛି । ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ୩୦,୦୦୦ କ୍ଷୁଦ୍ର ଚାଷୀଙ୍କୁ ସଶକ୍ତ କରିଛି, ୧୦ଟି ହାଚେରି ଓ ୩୦ଟି ଫିଡ୍ ମିଲ୍‌କୁ ସହଯୋଗ କରିବା ସହିତ ୩୦୦୦ ମଡେଲ ପୋଲ୍‌ଟ୍ରି ହାଉସ୍‌ର ବିକାଶ ଏବଂ ଓଡିଶାରେ ୨୦୦ରୁ ଅଧିକ କମ୍ୟୁନିଟି ଆଗ୍ରୋ ଭେଟେନାରୀ ଏଂଟ୍ରପ୍ରେନ୍ୟୋର୍‌ଙ୍କ ଏକ ଗୋଷ୍ଠୀକୁ ପ୍ରଶିକ୍ଷିତ କରିବାରେ ସହଯୋଗ କରିଛି ।

କାର୍‌ଗିଲ୍‌ରେ କର୍ପୋରେଟ୍ ଦାୟିତ୍ୱ ଓ ସ୍ଥାୟୀ ବିକାଶ ବିଭାଗ (ଏସିଆ ପାସିଫିକ୍‌)ର ଆଂଚଳିକ ନିର୍ଦ୍ଦେଶକ ଦୀପନ୍ୱିତା କହିଛନ୍ତି, “କ୍ଷୁଦ୍ର ଚାଷି ମହିଳା ଗୋଷ୍ଠୀଙ୍କ ପାଇଁ ଆତ୍ମ-ନିର୍ଭରଶୀଳ ମଡେଲ ନିର୍ମାଣ ଦିଗରେ କାର୍ଗିଲ କିପରି ବିନିଯୋଗ କରୁଛି ତାହାର ଏକ ଉତମ ଉଦାହରଣ ହେଉଛି ହ୍ୟାଚିଙ୍ଗ ହୋପ ଭଳି ଗ୍ଲୋବାଲ ପଦକ୍ଷେପ କାର୍ଯ୍ୟକ୍ରମ । ଭାରତ ଏବଂ ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତରେ ହେଫର ସହିତ ଆମର ସହଭାଗୀତା କ୍ଷୁଦ୍ର ଚାଷିମାନଙ୍କୁ ସେମାନଙ୍କ ଜୀବନଧାରଣର ଆୟରେ ଉନ୍ନତି ଆଣିବାର ଲକ୍ଷ୍ୟ ସହିତ ସେମାନଙ୍କୁ ସ୍ଥାୟୀ କୁକୁଡ଼ା ପାଳନ ଅଭ୍ୟାସ ଉପରେ ପ୍ରଶିକ୍ଷଣ ପ୍ରଦାନ କରି ତଥା ବଜାର ପହଂଚ ପ୍ରଦାନ କରି ସେମାନଙ୍କର ସୁଗମତା ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରୁଛି । ଏହି ପଦକ୍ଷେପରେ ଗ୍ରାମୀଣ ମହିଳା କୃଷକମାନଙ୍କର ଯୋଗଦାନ ହେଉଛି ଏହି କାର୍ଯ୍ୟକ୍ରମର ଅନ୍ୟ ଏକ ପ୍ରମୁଖ ଉପାଦାନ ଏବଂ ଆମେ ଅତ୍ୟନ୍ତ ଆନନ୍ଦିତ ଯେ ଅର୍ଥନୈତିକ ସ୍ୱାଧିନତା ସହିତ ଅନେକ ମହିଳା କୃଷକ ନିଜ ପାଇଁ ଏବଂ ସେମାନଙ୍କ ପରିବାର ପାଇଁ ପୋଷଣ ଏବଂ ସେମାନଙ୍କର ପିଲାମାନଙ୍କ ପାଇଁ ଉନ୍ନତ ଶିକ୍ଷା ପାଇଁ ଉନ୍ନତ ବିକଳ୍ପ ଚୟନ କରିବାରେ ସକ୍ଷମ ହୋଇଛନ୍ତି ।”

ହେଫର୍ ଇଣ୍ଡିଆର କଂଟ୍ରି ଡାଇରେକ୍ଟର ରିନା ସୋନି କହିଛନ୍ତି, “ହେଫର୍ ଇଂଟରନ୍ୟାଶନାଲରେ ଆମର ଲକ୍ଷ୍ୟ ହେଉଛି ପୃଥିବୀର ଯତ୍ନ ନେବା ସହିତ କ୍ଷୁଧା ଓ ଦାରିଦ୍ର‌୍ୟତା ଦୂର କରିବା । ଦ ହ୍ୟାଚିଙ୍ଗ୍ ହୋପ୍ ଆନ୍ତର୍ଜାତୀୟ ଅଭିଯାନ ସୁନ୍ଦର ଭାବେ ଆମର ମୂଲ୍ୟ ସହ ଜଡିତ ରହିଛି । ଆମେ ଦୃଢତାର ସହ ବିଶ୍ୱାସ କରୁଛୁ ଯେ, ମହିଳାଙ୍କଠାରେ ନିବେଶ କରିବା କେବଳ ସେମାନଙ୍କର ଭବିଷ୍ୟତରେ ନୁହେଁ ବରଂ ଆମ ମହିଳା ଗୋଷ୍ଠୀଗୁଡ଼ିକର ଭବିଷ୍ୟତରେ ନିବେଶ ଅଟେ । ବ୍ୟାପକ ପ୍ରଶିକ୍ଷଣ ମାଧ୍ୟମରେ ଆମେ ହ୍ୟାଚିଙ୍ଗ ହୋପ୍ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଛୁ, କୃଷକମାନଙ୍କୁ କୁକୁଡା ଉତ୍ପାଦନ ଓ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆବଶ୍ୟକ ଦକ୍ଷତା ସହ ସୁସଜ୍ଜିତ କରିଛୁ ।”
ହେଫର୍ ଇଣ୍ଡିଆର ବରିଷ୍ଠ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବାହରନ୍ ରାଜାରଥିନମ୍ କହିଛନ୍ତି, “ଓଡିଶାରେ ମହିଳା ଗୋଷ୍ଠୀଗୁଡ଼ିକୁ ସଶକ୍ତ କରିବା ପାଇଁ ହେଫର୍‌ର ପ୍ରତିବଦ୍ଧତା ହ୍ୟାଚିଙ୍ଗ୍ ହୋପ୍ ଅଭିଯାନଠାରୁ ଆଗକୁ ବଢିଛି । ଆମେ ଓଡିଶା ସୋସିଓ-ଇକୋନୋମିକ୍‌ଲାଇଭ୍‌ଲିହୁଡ୍ ଡେଭ୍‌ଲପ୍‌ମେଂଟ୍ ପ୍ରୋଜେକ୍ଟ (ଓଏସ୍‌ଇଡି) ଗୋଟ୍ ଭାଲ୍ୟୁ ଚେନ୍ ପ୍ରୋଜେକ୍ଟ ଏବଂ ଟ୍ରାନ୍ସଫର୍‌ମେଶ୍‌ନାଲ ଷ୍ଟ୍ରାଟେଜିସ୍ ଫର୍ ଫାର୍ମ ଆଉଟ୍‌ପୁଟ୍ ରିସ୍କ ମ୍ୟାନେଜ୍‌ମେଂଟ୍ (ଟ୍ରାନ୍ସଫର୍ମ) ପ୍ରୋଗ୍ରାମ ଭଳି ପରିବର୍ତନଶୀଳ ପ୍ରକଳ୍ପଗୁଡିକୁ ଆଗକୁ ବଢାଇବା ପାଇଁ ତୃଣମୂଳ ସ୍ତରରେ ୧୦ଟି ଏନ୍‌ଜିଓ ଓ ବିଭିନ୍ନ ସରକାରୀ ବିଭାଗ ସହ ମିଶି କାର୍ଯ୍ୟ କରୁଛୁ । ଟ୍ରାନ୍ସଫର୍ମ ପ୍ରକଳ୍ପ କୃଷି ସ୍ତରରେ ଆଂଟିମାଇକ୍ରୋବାୟାଲ୍ ରେଜିଷ୍ଟାନ୍ସ (ଏଏମ୍‌ଆର୍‌) ଓ ଜୁନୋଟିକ୍ ରୋଗଗୁଡିକ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ବ୍ୟାପକତା, ଦୀର୍ଘାବଧି ପ୍ରଭାବ ଓ ସାର୍ଥକ ସହଭାଗିତା ସ୍ଥାପନ କରିବା ପ୍ରତି ଆମର ଅଟଳ ପ୍ରତିବଦ୍ଧତା ଆମକୁ ଆମର ଲକ୍ଷ୍ୟ ଦିଗରେ ଆଗକୁ ପରିଚାଳିତ କରିଛି ।”

ହେଫର୍ ଇଂଟରନ୍ୟାଶନାଲ ଓଡିଶାରେ ମହିଳା ଚାଷୀମାନଙ୍କ ପ୍ରେରଣାଦାୟକ ସଫଳ କାହାଣୀ ଏବଂ ଗ୍ରାମାଂଚଳ ମହିଳା ଗୋଷ୍ଠୀଗୁଡିକ ଉପରେ ଏହାର ପ୍ରକଳ୍ପଗୁଡିକର ଉଲ୍ଲେଖନୀୟ ପ୍ରଭାବର ଉତ୍ସବ ପାଳୁଛି, ଏଭଳି ଏକ ଭବିଷ୍ୟତ ନିର୍ମାଣ କରିଛି ଯେଉଁଠାରେ କ୍ଷୁଧା ଓ ଦାରିଦ୍ର‌୍ୟତା ଅତୀତର ସ୍ମୃତି ହୋଇଯାଇଛି ଏବଂ ସ୍ଥାୟୀ ଜୀବିକା ବିକଶିତ ହୋଇଛି ।

ଇଂଟରନ୍ୟାଶନାଲ ଏଗ୍ କମିଶନର ଅଧ୍ୟକ୍ଷ ସୁରେଶ ଚିଟ୍ଟୁରୀ କହିଛନ୍ତି, “ମୁଁ ସବୁବେଳେ ବିଶ୍ୱାସ କରେ ଯେ ଅଣ୍ଡାରେ ମଣିଷର ସ୍ୱାସ୍ଥ୍ୟକୁ ପରିବର୍ତନ କରିବାର ବୃହତ୍ ସମ୍ଭାବନା ରହିଛି ଏବଂ ଏହା ଗ୍ରାମୀଣ ଓ କ୍ଷୁଦ୍ର ଚାଷୀମାନଙ୍କ ପରିବର୍ତନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଅଟେ । ହ୍ୟାଚିଙ୍ଗ ହୋପ୍ ପ୍ରକଳ୍ପ ଉପରେ ହେଫର୍ ଇଂଟରନ୍ୟାଶନାଲର ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟ ପାଇଁ ଆମେ ଅତ୍ୟଧିକ କୃତଜ୍ଞ ।’


Share It

Comments are closed.