ଅନୁଷ୍କା ଓ ଆଥିଆଙ୍କୁ କମେଣ୍ଟ କରି ଟ୍ରୋଲ ହେଲେ ହରଭଜନ ସିଂ, ଦେଖନ୍ତୁ ଭିଡ଼ିଓ
ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍ ରେ (Narendra Modi Stadium) ଭାରତ ଓ ଅଷ୍ଟ୍ରେଲିଆ (India vs Australia) ମଧ୍ୟରେ ଖେଳାଯାଇଥିବା ବିଶ୍ବକପ ଫାଇନାଲରେ (World Cup 2023 Final) ବିଜୟୀ ହୋଇଛି କଙ୍ଗାରୁ ଦଳ । ୬ ୱିକେଟରେ ଭାରତୀୟ ଦଳକୁ ହରାଇ ଟିମ୍ ଇଣ୍ତିଆର ବିଶ୍ବକପ ସ୍ବପ୍ନକୁ ଚୂରମାର କରିଛି ଅଷ୍ଟ୍ରେଲିଆ । ତେବେ ମ୍ୟାଚ୍ ବେଳେ ହରଭଜନ ସିଂ (Harbhajan singh) ଦେଇଥିବା ଏକ ବୟାନକୁ ନେଇ ଚର୍ଚ୍ଚା ଲାଗି ରହିଛି । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍ ରେ (Narendra Modi Stadium) ଭାରତ ଓ ଅଷ୍ଟ୍ରେଲିଆ (India vs Australia) ମଧ୍ୟରେ ଖେଳାଯାଇଥିବା ବିଶ୍ବକପ ଫାଇନାଲରେ (World Cup 2023 Final) ବିଜୟୀ ହୋଇଛି କଙ୍ଗାରୁ ଦଳ । ୬ ୱିକେଟରେ ଭାରତୀୟ ଦଳକୁ ହରାଇ ଟିମ୍ ଇଣ୍ତିଆର ବିଶ୍ବକପ ସ୍ବପ୍ନକୁ ଚୂରମାର କରିଛି ଅଷ୍ଟ୍ରେଲିଆ । ତେବେ ମ୍ୟାଚ୍ ବେଳେ ହରଭଜନ ସିଂ (Harbhajan singh) ଦେଇଥିବା ଏକ ବୟାନକୁ ନେଇ ଚର୍ଚ୍ଚା ଲାଗି ରହିଛି ।
@harbhajan_singh What do you mean that the ladies understand cricket or not?? Please apologise immediately. @AnushkaSharma@theathiyashetty@klrahul@imVkohli#INDvsAUSfinal #INDvAUS #ICCWorldCupFinal pic.twitter.com/8gKlG8WvJP
— Arunodaya Singh (@ArunodayaSingh3) November 19, 2023
ସୂଚନା ଅନୁଯାୟୀ, ଫାଇନାଲ ମ୍ୟାଚ୍ ରେ କେମେଣ୍ଟ୍ରି କରିବା ବେଳେ ହରଭଜନ ସିଂ (Harbhajan singh) ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା (Anushka Sharma) ଓ କେ.ଏଲ ରାହୁଲଙ୍କ ପତ୍ନୀ ଆଥିଆ ସେଟ୍ଟୀଙ୍କୁ (Athiya shetty) ନେଇ ଏକ ବିବାଦୀୟ ବୟାନ ଦେଇଥିଲେ । ଯାହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ, ଅନୁଷ୍କା ଓ ଆଥିଆ ମ୍ୟାଚ୍ ବେଳେ ଏକାଠି ବସିଥିଲେ। ଯେତେବେଳେ ଦୁଇ ଅଭିନେତ୍ରୀଙ୍କ ଉପରେ କ୍ୟାମେରା ଫୋକସ କରିଥିଲା ସେମାନେ ପରସ୍ପର ସହ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳିଥିଲା । ଏହା ଦେଖି କମେଣ୍ଟ୍ରୀ କରି ହରଭଜନ ସିଂ କହିଥିଲେ, ମୁଁ ଭାବୁଛି ଯେ ଉଭୟ କ୍ରିକେଟ୍ ନା ଫିଲ୍ମ ବିଷୟରେ କଥା ହେଉଛନ୍ତି, କାରଣ ଦୁହେଁ କ୍ରିକେଟ୍ ବିଷୟରେ ଅଧିକ ଜାଣନ୍ତି ନାହିଁ। ହରଭଜନ ସିଂଙ୍କ ଏହି ବୟାନ ପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡ଼ିଛି ।
ତେବେ ହରଭଜନ ସିଂଙ୍କ ଏହି ବୟାନ ପରେ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି ।
ଜଣେ ୟୁଜର୍ସ ଲେଖିଛନ୍ତି ଯେ, ‘ହରଭଜନ ସିଂ ଆପଣଙ୍କ ମତରେ ମହିଳାମାନେ କ୍ରିକେଟ୍ ବୁଛନ୍ତି ନାହିଁ?? ଦୟାକରି ତୁରନ୍ତ କ୍ଷମା ମାଗନ୍ତୁ’ ।
ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ମୁଁ ପୂର୍ବରୁ ଏପରି କଥା ଶୁଣି ନାହିଁ, ଏହା ବହୁତ ଖରାପ ଅଟେ । ପ୍ରକାଶ ଥାଉ କି, ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ଅନୁଷ୍କା ଶର୍ମା, ଆଥିଆ ସେଟ୍ଟୀଙ୍କ ବ୍ୟତୀତ ଶାହାରୁଖ ଖାନ, ଗୌରୀ ଖାନ, ରଣଭୀର ସିଂ, ଦୀପିକା ପାଦୁକୋନ, ଆୟୁଷ୍ମାନ ଖୁରାନା, ସୁହାନା ଖାନ୍, ଆର୍ଯ୍ୟନ ଖାନ୍, ଶାନୟା କପୁର, ଆଶା ଭୋସଲେଙ୍କ ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା ଷ୍ଟାଡ଼ିୟମରେ ଉପସ୍ଥିତ ଥିଲେ।
Comments are closed.