ରିଲିଜ ହେଲା ‘ହାପି ଫିର ଭାଗ ଯାଏଗି’ର ଟ୍ରେଲର


୨୦୧୬ରେ ହାପି ଭାଗ ଯାଏଗିର ସଫଳତା ପରେ ଏହାର ପ୍ରସ୍ତୁତ କର୍ତ୍ତର୍ାମାନେ ଏହାର ସିକ୍ୱେଲ ହାପି ଫିର ଭାଗ ଯାଏଗିର ପ୍ରସ୍ତୁତି କରିଛନ୍ତି । ଏହାର ଟ୍ରେଲର ରିଲିଜ ହେବା ପରେ ଖୁବ କମ ଦିନ ମଧ୍ୟରେ ଏହା ଖୁବ ଲୋକପ୍ରିୟତା ହାସଲ କରିପାରିଛି । ଏହି ଫିଲ୍ମରେ ନୂତନ ମୁହଁ ସୋନାକ୍ଷୀ ସିହ୍ନା ଏବଂ ଜିମି ସେଗଲ ନଜରରେ ଆସିବେ । ଏହା କମେଡି ଫିଲ୍ମ ଯାହା ଆପଣଙ୍କୁ ହସରେ ଲୋଟପୋଟ ହେବା ପାଇଁ ବାଧ୍ୟ କରିବ । ଏହି ଫିଲ୍ମର ନିର୍ଦ୍ଦେଶନା ମୁଦସର ଅଜିଜ ନେଇଥିବା ବେଳେ ଆନନ୍ଦ ଏଲ.କୁଲ୍ଲା ଏବଂ କ୍ରିଷିକା ଲୁଲ୍ଲା ପ୍ରଡ୍ୟୁସ କରିଛନ୍ତି । ଫିଲ୍ମଟିରେ ସୋହେଲ ସେନ ସଂଗୀତ ପ୍ରଦାନ କରିଛନ୍ତି । ଏହି ଫିଲ୍ମଟି ଅଗଷ୍ଟ ୨୪ରେ ପରଦାକୁ ଆସିବ ।

ସୋନାକ୍ଷୀ ଏହି ଫିଲ୍ମରେ ହରପ୍ରିତ କୌର ଓରଫ ହାପି ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ହାପିଙ୍କୁ କିଛି ଲୋକ ଅପହରଣ କରୁଛନ୍ତି । କିନ୍ତୁ ପ୍ରକୃତରେ ସେ ଅନ୍ୟ ଏକ ହାପିକୁ ଭୁଲରେ ଅପହରଣ କରିନେଉଛନ୍ତି । ଏହି ଫିଲ୍ମରେ ଜିମି ସୌଗଲ, ଅଲି ଫୈ÷ଜଲ, ଅଭୟ ଦେଓଲ, ଜସି ଗିଲ ଏବଂ ଅପରାଶକ୍ତି ଖୁରାନା ପ୍ରମୁଖ ନଜରରେ ଆସିବେ । ଡାଏନା ପ୍ୟାଣ୍ଟି ଏହି ଫିଲ୍ମରେ ଏକ ସ୍ୱତନ୍ତ୍ର ଆପିରାଏନ୍ସରେ ହାପି ଭୂମିକାରେ ନଜରରେ ଆସିବେ ।


Share It

Comments are closed.