ହାୟର ଇଣ୍ଡିଆ ପକ୍ଷରୁ ପ୍ରଥମ ଗ୍ଲାସ୍ ଫିନିସ୍ ଡାଇରେକ୍ଟ କୁଲ୍ ରେଫ୍ରିଜରେଟର୍ ଶୃଙ୍ଖଳର ଶୁଭାରମ୍ଭ


ଭୁବନେଶ୍ୱର: ଗୃହ ଉପକରଣ ଓ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ କ୍ଷେତ୍ରର ବିଶ୍ୱସ୍ତରରେ ଅଗ୍ରଣୀ ବ୍ରାଣ୍ଡ ହାୟର ପକ୍ଷରୁ ଭାରତର ପାରମ୍ପରିକ ରୋଷେଇଘରଗୁଡିକୁ ଷ୍ଟାଇଲ୍‌ର ଏକ ସ୍ପର୍ଶ ଦେଉଥିବା ଏହାର ନୂତନ ସିଙ୍ଗଲ ଡୋର୍ ଡାଇରେକ୍ଟ କୁଲ୍ ରେଫ୍ରିଜେରେଟର୍ ଶୃଙ୍ଖଳକୁ ଗ୍ଲାସ୍‌, ଫ୍ଲୋରାଲ ଓ ଷ୍ଟିଲ୍ ଫିନିସ୍‌ର ତିନୋଟି ନୂତନ ସ୍ଲିକ୍ ଷ୍ଟାଇଲରେ ଉନ୍ମୋଚନ କରାଯାଇଛି । ଏହି ନୂତନ ଶୃଙ୍ଖଳ ଏଚ୍‌ଆର୍‌ଡି-୧୯୨୩-ଇ, ଏଚ୍‌ଆର୍‌ଡି-୧୯୨୨-ଇ,ଏଚ୍‌ଆର୍‌ଡି-୧୭୧୨-ଇ ଓ ଏଚ୍‌ଆର୍‌ଡି-୧୮୨୨-ଇ ସଂସ୍କରଣରେ ଉପଲବ୍ଧ ହେବ, ଯାହାକି ଉପଭୋକ୍ତାଙ୍କ ପାଇଁ ଅର୍ଥସାପେକ୍ଷ ହେବା ସହ କୁଲିଙ୍ଗ୍ ଓ ସ୍ପେସ୍ ମ୍ୟାନେଜ୍‌ମେଣ୍ଟର ଏକ ଉପଯୁକ୍ତ ସନ୍ତୁଳନ ପ୍ରଦାନ କରିଥାଏ । ହାୟରର ଗ୍ଲାସ ରେଞ୍ଜ ରେଫ୍ରିଜରେଟର୍‌ଗୁଡିକର ମୂଲ୍ୟ ୧୭,୮୦୦ଟ. ରୁ ୧୯,୨୦୦ଟଙ୍କା ପର୍ଯ୍ୟନ୍ତ ରହିଥିବାବେଳେ ଫ୍ଲୋରାଲ ରେଞ୍ଜର ମୂଲ୍ୟ ୧୩,୬୦୦ଟଙ୍କା ରୁ ୧୮,୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି ।
ଏହି ନୂତନ ମଡେଲ୍‌ଗୁଡିକ ୧୭୧, ୧୮୨ ଓ ୧୯୨ ଲିଟର୍‌ର ଏକ ବ୍ୟାପକ ସଂରକ୍ଷଣ କ୍ଷମତା ଶୃଙ୍ଖଳାରେ ଉପଲବ୍ଧ ହେଉଥିବାବେଳେ, ୨ଷ୍ଟାର ଏବଂ ୩ଷ୍ଟାର ବିଶିଷ୍ଟ ଶକ୍ତି ରେଟିଙ୍ଗ ସହ ଆସିଛି । ଏହି ରେଫ୍ରିଜରେଟର୍‌ଗୁଡିକରେ ଶକ୍ତି ସଂଚୟକାରୀ ଉଜ୍ଜ୍ୱଳ ଏଲ୍‌ଇଡି ଲ୍ୟାମ୍ପ ରହିଛି ଯାହା ଉପଭୋକ୍ତାଙ୍କ ପାଇଁ ଉନ୍ନତ ଦୃଶ୍ୟମାନତା ସୁନିଶ୍ଚିତ କରିଥାଏ । ଏହି ନୂତନ ଶୃଙ୍ଖଳରେ ଷ୍ଟାବିଲାଇଜର୍ ମୁକ୍ତ ପରିଚାଳନା, ଡାଇମଣ୍ଡ ଏଜ୍ ଫ୍ରିଜିଙ୍ଗ୍ ଟେକ୍ନୋଲୋଜି (ଡିଇଏଫଟି), ଉନ୍ନତ ଉପଭୋକ୍ତା ଅଭିଜ୍ଞତା ପାଇଁ ବ୍ରାଇଟ୍ ଏଲ୍‌ଇଡି ଲାଇଟ୍ ଭଳି ବୈଶିଷ୍ଟ୍ୟ ରହିଛି । ଏହି ରେଫ୍ରିଜରେଟର୍‌ଗୁଡିକରେ ଥିବା ହେଭି ଡ୍ୟୁଟି କମ୍ପ୍ରେସରରେ ୧୦ ବର୍ଷର ୱାରେଣ୍ଟି ରହିଛି ।
ଏହି ଅବସରରେ ହାୟର ଆପ୍ଲାଏନ୍ସେସ୍ ଇଣ୍ଡିଆର ଅଧ୍ୟକ୍ଷ ଏରିକ୍ ବ୍ରାଗାଞ୍ଜା କହିଛନ୍ତି ଯେ, “ଆମେ ବିଶେଷ କରି ଏକ ଗ୍ଲାସ୍ ଫିନିସ୍ ସହ ସିଙ୍ଗଲ୍ ଡୋର୍ ଡିସି ରେଫ୍ରିଜରେଟର୍ ଶୃଙ୍ଖଳକୁ ଉନ୍ମୋଚନ କରିବା ଏବଂ ଉପଭୋକ୍ତାଙ୍କ ଦକ୍ଷତା ଓ ବିକଶିତ ଜୀବନଶୈଳୀକୁ ସୁହାଇବା ଭଳି ନୂତନ ଡିଜାଇନ୍‌ର ଉତ୍ପାଦ ଶୃଙ୍ଖଳକୁ ସମ୍ପ୍ରସାରିତ କରିବା ପାଇଁ ଖୁବ୍ ଉତ୍ସାହିତ ଅଛୁ ।”


Share It

Comments are closed.