ହାୟର ପକ୍ଷରୁ ଭାରତରେ ଦ୍ୱିତୀୟ ଔଦୋଗିକ ପାର୍କ ପ୍ରତିଷ୍ଠା


ବିଶ୍ୱର ଅଗ୍ରଣୀ ଘରୋଇ ଓ ଗ୍ରାହକ ବୈଦୁତିକ ଉପକରଣ ନିର୍ମାଣକାରୀ ସଂସ୍ଥା, ହାୟର ଉତ୍ତର ପ୍ରଦେଶ ସରକାରଙ୍କ ସହିତ ଏକ ଚୁକ୍ତି ସ୍ୱାକ୍ଷରିତ କରିଛି, ଯେଉଁଥିରେ ସେ ଉତ୍ତର ପ୍ରଦେଶର ଗ୍ରେଟର୍ ନୋଏଡାରେ ତାହାର ଦ୍ୱିତୀୟ ଔଦୋଗିକ ପାର୍କର ସ୍ଥାପନ କରିବାକୁ ଯାଉଛିି । ଏହି ବିକାଶ ସହିତ ହାୟର କେନ୍ଦ୍ର ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପ ତଥା ସ୍ଥାନୀୟ ଉତ୍ପାଦନଗୁଡ଼ିକର ବୃଦ୍ଧି ଦିଗରେ ପ୍ରତିଶୃତିକୁ ସୃଦୁଢ କରିଛି । ଏହି ଚୁକ୍ତି ଉତ୍ତର ପ୍ରଦେଶର ସମ୍ମାନନୀୟ ମୂଖ୍ୟମନ୍ତ୍ରୀ, ଶ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ କରାଯାଇଥିଲା ।
ଏହି ଚୁକ୍ତି ଅନୁସାରେ, ହାୟର ଆସନ୍ତା ୪ ବର୍ଷ ପାଇଁ ରାଜ୍ୟରେ ଔଦୋଗିକ ପାର୍କ ସ୍ଥାପନ କରିବା ନିମନ୍ତେ ଦୁଇଟି ପର୍ଯ୍ୟାୟରେ ୩୦୬୯ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ । ଏହି ବିକାଶ ସହିତ କମ୍ପାନୀ ପ୍ରାୟ ୪୦୦୦ ନୂତନ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ୧୦,୦୦୦ରୁ ଉଦ୍ଧ୍ୱର୍ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବା ପାଇଁ ଆଶା ରଖିଛି । ଏହି ପାର୍କ ଆଇଆଇଟି – ଜିଏନ୍ଏଲ୍ (ଇଣ୍ଟିଗ୍ରେଟେଡ଼ ଇଣ୍ଡଷ୍ଟ୍ରିଆଲ୍ ଟାଉନ୍ସିପ୍ ଗ୍ରେଟର୍ ନଏଡା ଲିମିଟେଡ଼)ରେ ୧୨୩ ଏକର କ୍ଷେତ୍ରଫଳରେ ସ୍ଥାପିତ ହେବାକୁ ଯାଉଛି, ଯାହାର ପରିଚାଳନା ୨୦୨୦ ସୁଦ୍ଧା ଆରମ୍ଭ ହେବ ।
ଏବି ଅବସରରେ, ଶ୍ରୀଯୁକ୍ତ ଏରିକ୍ ବ୍ରାଗାଞ୍ଜା, ସଭାପତି, ହାୟର ଇଣ୍ଡିଆ କହିଛନ୍ତିଯେ, “କେନ୍ଦ୍ର ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପ ସହ ପ୍ରତିଶୃତିବଦ୍ଧ ହୋଇ ଏବଂ ଆମର ଦ୍ୱିତୀୟ ଔଦୋଗିକ ପାର୍କ ସ୍ଥାପନ ଘୋଷଣା କରି ଆମେ ଖୁବ୍ ଆନନ୍ଦିତ । ଏହି ଲକ୍ଷ୍ୟକୁ ହାସଲ କରିବା ନିମନ୍ତେ ବିଶାଳ ଭାବେ ସହମତି ପ୍ରଦାନ କରିଥିବାରୁ ଉତ୍ତର ପ୍ରଦେଶ ସରକାରଙ୍କ ଆମେ ଗଭୀର ଭାବେ କୃତଜ୍ଞତା ଜ୍ଞାପନ କରୁଛୁ ।”
ଗ୍ଲୋବାଲ୍ ଆପ୍ଲାଏନ୍ସ ହାୟର ଗ୍ରୁପ୍ର ଉପ ସଭାପତି ତଥା ହାୟର ଆପ୍ଲାଏନ୍ସ ଇଣ୍ଡିଆର, ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଂ ୟୁଜୁନ୍, ପ୍ରକାଶ କରିଛନ୍ତିଯେ, “ହାୟର ଗ୍ରୁପ୍ ପାଇଁ ଭାରତ ହେଉଛି ଏକ ଗତିଶୀଳ ଓ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ଦେଶରେ ଆମର ଶୃଙ୍ଖଳାଗତ ନିବେଶକୁ ଏହା ପ୍ରତିପାଦନ କରୁଛି । ଏକ ନୂତନ ଉତ୍ପାଦନ କେନ୍ଦ୍ର ସ୍ଥାପନ କରି ଆମେ କେବଳ ଦେଶରେ ଆମର ଉତ୍ତମ ଉପସ୍ଥିତି ସୃଷ୍ଟି କରୁନାହୁଁ, ବରଂ ଆମେ ଆମର ଭାରତୀୟ ଗ୍ରାହକମାନଙ୍କୁ ଆହୁରି ଅଭିନବତା ପ୍ରଦାନ କରୁଛୁ ଏବଂ ଏହା ସେମାନଙ୍କ ଜୀବନଶୈଳୀରେ ପରିପୂର୍ଣ୍ଣତା ଆଣିବା କ୍ଷେତ୍ରରେ ସମାଧାନ ପ୍ରଦାନ କରୁଛି ।”


Share It

Comments are closed.