ଏକାଠି ଦାନ୍ତ ଘଷି ବିଶ୍ୱ ରେକର୍ଡ କଲେ ଓଡ଼ିଶାର ଛାତ୍ରଛାତ୍ରୀ


ଭାରତରେ ଓରାଲ କେୟାରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ନିମନ୍ତେ ଓରାଲକେୟାରରେ ଅଗ୍ରଣୀ କୋଲଗେଟ ପାମୋଲିଭ (ଭାରତ) ଲିମିଟେଡ, ଇଣ୍ଡିଆନ ଆସୋସିଏସନ ଅଫ ପବ୍ଲିକ ହେଲ୍ଥ ଡେଣ୍ଟିଷ୍ଟ୍ର୍ରି (ଆଇଏପିଏଚଡି) ଏବଂ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ(କିସ) ସହିତ ମିଶି ଗୋଟିଏ ସ୍ଥାନରେ ଏକା ସମୟରେ ଅଧିକ ସଂଖ୍ୟକ ଲୋକ ସେମାନଙ୍କ ଦାନ୍ତ ଘଷି ଏକ ନୂତନ ଗିନିଜ ବିଶ୍ୱ ରେକର୍ଡ ସ୍ଥାପନ କରିଛି । ଏହି ନୂତନ ଗିନିଜ ବିଶ୍ୱ ରେକର୍ଡ ସୃଷ୍ଟି କରିବା ପାଇଁ କିସଠାରେ ଛାତ୍ରଛାତ୍ରୀ, ଅନୁଷ୍ଠାନର କର୍ମଚାରୀ ଏବଂ ଜନଜାତିର ପିଲାମାନଙ୍କ ସମେତ ୨୬,୩୮୨ ସଂଖ୍ୟକ ଲୋକ କୋଲଗେଟ ଷ୍ଟ୍ରଙ୍ଗ ଟିଥ ଟୁଥପେଷ୍ଟ ଏବଂ କୋଲଗେଟ ଟୁଥବ୍ରଶରେ ଏକା ସମୟରେ ଦାନ୍ତ ଘଷିବା ପାଇଁ ଏକତ୍ରୀତ ହୋଇଥିଲେ ।

ଏହି ସଫଳତା ଉପରେ କୋଲଗେଟ ପାମୋଲିଭ (ଭାରତ)ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାମ ରାଘବନ କହିଛନ୍ତି ଯେ, ଆପଣଙ୍କ ସହ ଆଜି ଏଠାରେ ଉପସ୍ଥିତ ରହି ଭାରତ ଏବଂ ଭାରତୀୟତାର ଉତ୍ସାହ ପାଳନକରି ମୁଁ ଅତ୍ୟନ୍ତ ଆନନ୍ଦିତ । କୋଲଗେଟ ପକ୍ଷରୁୁ ମୁଁ ପ୍ରଥମେ ସୁଦାମ ମାରାଣ୍ଡୀ, ସମ୍ମାନନୀୟ ମନ୍ତ୍ରୀ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା, ଶ୍ରୀ ରଘୁ ନନ୍ଦନ ଦାସ୍, ସମ୍ମାନନୀୟ ମନ୍ତ୍ରୀ ଜଳସମ୍ପଦ, ସୂଚନା ଏବଂ ଲୋକ ସମ୍ପକ,ର୍ ଓଡିଶା ଏବଂ ଗିନିସ ୱାର୍ଲଡ ରେକର୍ଡ ପ୍ରୟାସରେ ଆମର ସହଯୋଗୀ କିସର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ଏବଂ ଇଣ୍ଡିଆନ ଆସୋସିଏସନ ଅଫ ପବ୍ଲିକ ହେଲଥ ଡେଣ୍ଟିଷ୍ଟ୍ରି ସମ୍ପାଦକ ଡ. ସବ୍ୟସାଚୀ ଶାହାଙ୍କୁ ଧନ୍ୟବାଦ ଜଣାଉଛି । ଆପଣମାନଙ୍କୁ ଭାରତରେ ଓରାଲ ହେଲଥ ଗୁରୁତ୍ୱ ବୃଦ୍ଧି ନିମନ୍ତେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମର୍ଥନ ଦେଇଥିବାରୁ ଧନ୍ୟବାଦ ଜଣାଉଛି ।
ମୋର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ପ୍ରତିଭାଗୀ ମାନଙ୍କୁ ଅନ୍ତରରୁ ଶୁଭେଚ୍ଛା । ଆପଣମାନଙ୍କର ସର୍ବାଧିକ ଲୋକଙ୍କ ଦ୍ୱାରା ଏକାଠି ଦାନ୍ତ ଘଷି ୱାର୍ଲ୍ଡ ରେକର୍ଡ କରିବାର ପ୍ରୟାସ ନିଜ ମଧ୍ୟରେ ଏକ କୀର୍ତ୍ତମାନ  ଏବଂ ସମ୍ପୂର୍ଣ୍ଣ ଭାରତ ପାଇଁ ଏକ ଗର୍ବର ବିଷୟ ।
କୋଲଗେଟରେ ଆମେ ବିଶ୍ୱାସକରୁ ସମସ୍ତେ ଏକ ହସଭରା ଭବିଷ୍ୟତର ଯୋଗ୍ୟ । ଆମେ ଆମର କିପ୍ ଇଣ୍ଡିଆ ସ୍ମାଇଲିଂ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶରେ ଓରାଲ ହେଲଥରେ ଉନ୍ନତି ଆଣିବା ପାଇଁ ପ୍ରୟାସରତ ।
ଆମର ବ୍ରାଇଟ ସ୍ମାଇଲ୍ସ, ବ୍ରାଇଟ ଫ୍ୟୁଚରର୍ସ କାର୍ଯ୍ୟକ୍ରମ ଯାହା ବିଗତ ୪୦ ବର୍ଷରେ ୧୬୨ ନିୟୁତ ଛୋଟ ପିଲାଙ୍କୁ ସ୍ପର୍ଷ କରିଛି ଏହାର ଏକ ବଡ ଉଦାହରଣ । ଏବେ ପର୍ଯ୍ୟନ୍ତ ବହୁତ କିଛି ହାସିଲ କରାଯାଇଥିଲେ ମଧ୍ୟ ଅନେକ କିଛି ବାକି ମଧ୍ୟ ରହିଛି । ଏବଂ ମୁଁ ଭାବୁଛି ଆଜି ଭଳି ଏହି ଭବ୍ୟ ଅବସର ଓରାଲ ହେଲଥର  ଆବଶ୍ୟକତା ଏବଂ ସକରାତ୍ମକ ପ୍ରଭାବ ବିଷୟରେ ଆମକୁ ଜଣାଇଦେଉଛି । ମୁଁ ସଭିଙ୍କୁ ଉତ୍ତମ ଓରାଲ ହେଲଥ ଅଭ୍ୟାସକୁ ବଜାୟ ରଖିବା ପାଇଁ ଅନୁରୋଧ କରୁଛି ଏବଂ କୋଲଗେଟରେ ଯେମିତିକି ଆମେ କହିଲା ଭଳି ଗୋଟିଏ ହସରୁ ଆରମ୍ଭ କରନ୍ତୁ ।”
କିସର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ କହିଛନ୍ତି ଯେ, “କିସ ଏବଂ କିଟରେ ଆମର ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ପିଲାମାନଙ୍କୁ ଏକ ସୁସ୍ଥ ପରିବେଶର ପ୍ରଦାନ ମାଧ୍ୟମରେ ସେମାନଙ୍କର କ୍ଷମତାରେ ବିକାଶ କରିବା ଏବଂ ପାଠପଢା, କ୍ରୀଡ଼ା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଉକ୍ରୃଷ୍ଠତା ଆଣିବା । ଏହି ଚତୁର୍ଥ ଗିନିଜ ବିଶ୍ୱ ରେକର୍ଡ ପିଲାଙ୍କ ଉଚିତ୍ ଶିକ୍ଷା ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ସଠିକ୍ ଦନ୍ତ ଯତ୍ନ ଅଭ୍ୟାସ ତାଙ୍କ ସହ ଜୀବନସାରା ରହିବା ସହ ସେମାନଙ୍କର ସ୍ୱାସ୍ଥ୍ୟ ବିକାଶରେ ସହାୟକ ହେବ । ”
ଏହି ଅବସରରେ ଆଇଏପିଏଚଡିର ସଚିବ ଡ. ସବ୍ୟବାଚୀ ଶାହ କହିଛନ୍ତି ଯେ, “ପ୍ରତ୍ୟେକ ବର୍ଷର ୭ ନଭେମ୍ବରକୁ ଆମେ ଆନ୍ତର୍ଜାତୀୟ ଟୁଥବ୍ରଶିଂ ଦିବସ ରୂପେ ପାଳନ କରିଥାଉ । ପ୍ରତ୍ୟେକ ଭାରତୀୟଙ୍କୁ ଗୋଟିଏ ଟୁଥବ୍ରଶର ବ୍ୟବହାର କରାଇବା ନିମନ୍ତେ ଦେଶରେ ଓରାଲ ସ୍ୱାସ୍ଥ୍ର‌୍ୟରକ୍ଷା ସମ୍ପର୍କରେ ସଚେତନତା ତଥା ବିକାଶ କରିବା ପାଇଁ ଏହି ବର୍ଷ ଆମେ ଏହାକୁ ଏକ ନୂତନ ଗିନିଜ ବିଶ୍ୱ ରେକର୍ଡ ସ୍ଥାପନ କରି ପାଳନ କରିବା ପାଇଁ ନିଷ୍ପତି ନେଇଛୁ । ଇଣ୍ଡିଆନ ଆସୋସିଏସନ ଅଫ ପବ୍ଲିକ ହେଲ୍ଥ ଡେଣ୍ଟିଷ୍ଟ୍ରି ର ରୌପ୍ୟ ଜୟନ୍ତୀ ଅବସରରେ ଏହି ରେକର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ।”
ଜୀବନବ୍ୟାପୀ ସୁସ୍ଥ ଓରାଲ କେୟାର ଅଭ୍ୟାସର ପ୍ରାରମ୍ଭ ନିମନ୍ତେ କୋଲଗେଟ ୧୯୭୬ ମସିହା ଠାରୁ ଏହାର ଆଗଧାଡ଼ିର ସର୍ବଭାରତୀୟ ଅଭିଯାନ ବ୍ରାଇଟ ସ୍ମାଇଲ, ବ୍ରାଇଟ ଫ୍ୟୁଚର(ବିଏସବିଏଫ) କାର୍ଯ୍ୟକ୍ରମ ଜାରି ରଖିଛି , ଯାହାକି ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ବିଦ୍ୟାଳୟର ପିଲାମାନଙ୍କୁ ଓରାଲ ହେଲଥ କେୟାର ସମ୍ପର୍କରେ ଶିକ୍ଷା ପ୍ରଦାନ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୬୨ ନିୟୁତ ପିଲାଙ୍କ ନୀକଟରେ ପହଞ୍ଚି ପାରିଛି । ୨୦୦୪ରେ ଆରମ୍ଭ ହୋଇଥିବା ଅନ୍ୟ ଏକ କାର୍ଯ୍ୟକ୍ରମ-ଓରାଲ ହେଲ୍ଥ ମନ୍ଥ (ଓଏଚଏମ) ସମଗ୍ର ଦେଶରେ ଲୋକମାନଙ୍କୁ ମାଗଣା ଦନ୍ତ ପରୀକ୍ଷା ଯୋଗାଇଦେଉଛି ଏବଂ ୪୦ ନିୟୁତରୁ ଉଦ୍ଧ୍ୱର୍ ଲୋକଙ୍କୁ ସାହାଯ୍ୟ କରିଛି ।

Share It

Comments are closed.