ସ୍ୱାଧୀନତା ଦିବସରେ ମିଳିବ ନାହିଁ ପ୍ଲାଷ୍ଟିକରେ ତିଆରି ତ୍ରିରଙ୍ଗା


ଆଉ କିଛି ଦିନ ପରେ ଆସୁଛି ସ୍ୱାଧୀନତା ଦିବସ । ବିଭିନ୍ନ ସ୍ଥାନମାନଙ୍କରେ ତ୍ରିରଙ୍ଗା ଉଡୁଥିବାର ମଧ୍ୟ ନଜର ଆସିବ । ତେବେ ସ୍ୱାଧୀନତା ଦିବସ ପୂର୍ବରୁ କେନ୍ଦ୍ର ସରକାର ଭାରତର ସମସ୍ତ ନାଗରିକ ମାନଙ୍କୁ ପ୍ଲାଷ୍ଟିକରେ ପ୍ରସ୍ତୁତ ହୋଇଥିବା ତ୍ରିରଙ୍ଗା ପତକାର ବ୍ୟବହରା ନ କରିବା ପାଇଁ ଉପଦେଶ ଦେଇଛନ୍ତି । ଏହା ସହ କେନ୍ଦ୍ର ସରକାର ଆଉ ଏକ ଆଡଭାଇଜରି ମଧ୍ୟ ଜାରୀ କରିଛନ୍ତି ।
ରାଷ୍ଟ୍ରିୟ ଧ୍ୱଜ ଭାରତୀୟ ଜନତାଙ୍କର ଆଶା ଓ ଆଂକାକ୍ଷାର ପ୍ରତିନିଧିତ୍ୱ କରିଥାଏ ଏବଂ ଏହାକୁ ସମ୍ମାନର ପଥ ମିଳିବା ଆବଶ୍ୟକ ବୋଲି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ପଠାଯାଇଥିବା ଏକ ଆଡଭାଇଜରି ଜରୀଆରେ ସୂଚନା ଦେଇଛନ୍ତି ।
ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରୀ କରାଯାଇଥିବା ଏହି ଆଡଭାଇଜରିରେ ଏହା ମଧ୍ୟ କୁହାଯାଇଛି ଯେ, ଅନେକ ସ୍ଥାନାମାନଙ୍କରେ ପ୍ଲାଷ୍ଟିକରେ ତିଆରି ତ୍ରିରଙ୍ଗାର ବ୍ୟବହାର ହୋଇଥିବା, ଯାହାକି ପ୍ରାକୃତିକ ଉପାୟରେ ନଷ୍ଟ ହୋଇନଥାଏ । ଏଥିପାଇଁ ଏହାକୁ ବ୍ୟବାହର କରିବା ସମ୍ପୂର୍ଣ୍ଣ ନିଷେଧ ଅଟେ । ଆଇନ ଅନୁଯାୟୀ ରାଷ୍ଟ୍ରିୟ ସମ୍ମାନର ଅପମାନ ଅଧୀନରେ ୧୯୭୧’ର ଧାରା ୨ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ରାଷ୍ଟ୍ରିୟ ସମ୍ମାନ ପ୍ରତି ଅପମାନ ପ୍ରକଟ କରିଥାନ୍ତି ତେବେ ତାଙ୍କୁ ଜେଲ ଦଣ୍ଡ ହୋଇପାରେ । ଏଥିରେ ଦଣ୍ଡବିଧାନ ସ୍ୱରୁପ ଉକ୍ତ ବ୍ୟକ୍ତିକୁ ଜେଲ କିମ୍ବା ଉଭୟ ଜେଲ ସହ ଜୋରିମାନ ଦଣ୍ଡ ହୋଇପାରେ । ମନ୍ତ୍ରଳାୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ସ୍ୱାଧୀନତା ଦିବସରେ କେବଳ କାଗଜ ତିଆରି ତ୍ରିରଙ୍ଗା ବ୍ୟବହାର ଉଚିତ । ସ୍ୱାଧୀନତା ଦିବସ ଶେଷରେ ପତକାକୁ ସମ୍ମାନ ଦେବା ପାଇଁ ଏହାକୁ ତଳେ ପକାଇବା ଉଚିତ ନୁହେଁ ।


Share It

Comments are closed.