ଭୁବନେଶ୍ୱରରେ ଗୋସାଇ ଫର୍ଣ୍ଣିଚର୍ ର ନୂଆ ଷ୍ଟୋର୍ ଉନ୍ମୋଚିତ


ଭୁବନେଶ୍ୱର, ୨୦ ମେ’ ୨୦୨୨: ଏକ ଅଗ୍ରଣୀ ଫର୍ଣ୍ଣିଚର ସଲ୍ୟୁଶନ୍ସ ବ୍ରାଣ୍ଡ, ଗୋସାଇ ଫର୍ଣ୍ଣିଚର୍ ପକ୍ଷରୁ ଭୁବନେଶ୍ୱରରେ ଏହାର ନୂତନ ଷ୍ଟୋର୍‌ର ଶୁଭାରମ୍ଭ କରାଯାଇଛି । ଏହି ଷ୍ଟୋର୍ ଶୁଦ୍ଧ ଶିଶୁ କାଠରୁ ନିର୍ମିତ ଏହାର ଅଭିନବ ଓ ସ୍ୱତନ୍ତ୍ର ଫର୍ଣ୍ଣିଚର ଡିଜାଇନ୍‌ଗୁଡିକ ମାଧ୍ୟମରେ ଲୋକମାନଙ୍କୁ ଆକର୍ଷିତ କରିବାକୁ ଲକ୍ଷ୍ୟ ରଖିଛି । ନିଜ ଗ୍ରାହକଙ୍କୁ ଘରେ ତଥା ଅଫିସ୍‌ରେ ଏକ ବିଳାସପୂର୍ଣ୍ଣ ଅନୁଭବ ପ୍ରଦାନ କରିବା ଲାଗି ତଥା ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ପାନୀ ନିଜର ଉତ୍ପାଦଗୁଡିକୁ ଅତ୍ୟନ୍ତ ଯତ୍ନର ସହ ଡିଜାଇନ୍ କରିଛି । ଏହି ନୂଆ ଷ୍ଟୋର୍ ୫୦୦୦ ବର୍ଗଫୁଟ୍ ସ୍ଥାନରେ ପରିବ୍ୟାପ୍ତ ରହିଛି । ଏହି ଷ୍ଟୋର୍ ମାଧ୍ୟମରେ ଭୁବନେଶ୍ୱରର ଗ୍ରାହକମାନେ ରାଜସ୍ଥାନୀ ଶୈଳୀର ଫର୍ଣ୍ଣିଚର କିଣିବାକୁ ସକ୍ଷମ ହେବେ । ଏହି ଅବସରରେ ଓଲିଉଡ ଚଳଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ପୁନମ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଷ୍ଟୋର୍‌ର ଉଦ୍ଘାଟନ କରିଛନ୍ତି । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସୀତା ରାମ ଓ ପୱନ କୁମାର ପ୍ରମୁଖ ମଧ୍ୟ ଉପସ୍ଥିତ ରହିଛନ୍ତି ।
ଗୋସାଇ ଫର୍ଣ୍ଣିଚର ଉତ୍ପାଦଗୁଡିକ ଶିଶୁ କାଠରେ ନିର୍ମାଣ ହୋଇଥିବା ବେଳେ ଅନ୍ୟ ବ୍ରାଣ୍ଡଗୁଡିକ ପ୍ଲାଏଉଡ୍ ଉପରେ ନିର୍ଭର କରୁଛନ୍ତି । ଆମର ଉତ୍ପାଦ ପୋର୍ଟଫୋଲିଓରେ ବେଡ୍‌, ଡାଇନିଂ, ସୋଫା, ବୁକ୍‌ସେଲ୍‌ଫ, ସାଇଡ୍ ବୋର୍ଡ, ୱାର୍ଡରୋବ୍‌, ଷ୍ଟଡି ଟେବୁଲ୍ ଆଦି ବିସ୍ତୃତ ଶୃଙ୍ଖଳାର ଉତ୍ପାଦ ସାମିଲ ରହିଛି ଯେଉଁଥିରୁ ଗ୍ରାହକମାନେ ଚୟନ କରିପାରିବେ । ଏହା ପ୍ଲାଏଉଡ୍ ସହ କାମ କରେନାହିଁ, ଏହାର ସମସ୍ତ ଉତ୍ପାଦ ମଜଭୁ୍‌ତ କାଠରେ ନିର୍ମିତ । ଏହା ନିଜର ମୂଲ୍ୟବାନ ସହଯୋଗୀଙ୍କ ସହିତ ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ବିଜୟୱାଡାରେ ମଧ୍ୟ ଉପସ୍ଥିତ ରହିଛି ।
ଏହି ଅବସରରେ ଗୋସାଇ ଫର୍ଣ୍ଣିଚର୍‌ର ମାଲିକ ଶ୍ରୀଯୁକ୍ତ ସୀତାରାମ କହିଛନ୍ତି, “ ଆମେ ଭୁବନେଶ୍ୱରରେ ଆମର ନୂଆ ଷ୍ଟୋର୍ ଖୋଲି ଅତ୍ୟଧିକ ଖୁସି ଅନୁଭବ କରୁଛୁ, ଯେଉଁଠାରେ ଆମ ଭଳି ଖେଳାଳୀଙ୍କ ପାଇଁ ଉନ୍ନତ ସମ୍ଭାବନା ରହିଛି । ହାଉସିଂ ଓ ରିୟଲ ଇଷ୍ଟେଟ୍ ସେକ୍ଟରର ଦ୍ରୁତ ଅଭିବୃଦ୍ଧି ସହିତ ଆମେ ଏହି ଅଂଚଳରେ ବିଶାଳ ଅଭିବୃଦ୍ଧି ସୁଯୋଗ ଦେଖୁଛୁ ଆମର ଉତ୍ପାଦଗୁଡିକ ଉଚ୍ଚ ମାନର ଅଟେ ଏବଂ ମଜଭୁତ କାଠରେ ନିର୍ମିତ, ଯାହା ଲିଭିଂ ରୁମ୍ ଓ ଅଫିସ୍ ସ୍ପେଶ୍‌ରେ ଚମକ ଆଣିବ । ଉତ୍ପାଦଗୁଡିକର ପ୍ରକୃତି ସ୍ୱତନ୍ତ୍ର ଓ ଅନନ୍ୟ ଅଟେ । ଆମେ ଆଶା କରୁଛୁ ଯେ, ଏହି ନୂଆ ଷ୍ଟୋର୍ ଭୁବନେଶ୍ୱରର ସଦା-ବିକଶିତ ଚାହିଦାକୁ ପୂରଣ କରିବ ଏବଂ ଆମେ ଆମର ଗ୍ରାହକଙ୍କୁ ସେବା ପ୍ରଦାନ କରିବା ପାଇଁ ଅପେକ୍ଷା କରି ରହିଛୁ ।”

 


Share It

Comments are closed.