ପାଠପଢାରୁ ବଞ୍ଚିତ ହେବାରୁ ଆତ୍ମହତ୍ୟା କଲେ ନାବାଳିକା


ଉତ୍ତରପ୍ରଦେଶ କାନପୁର ଜିଲ୍ଲାରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଶନିବାର ଦିନ ବେକରେ ଓଢଣି ଲଗାଇ ଆତ୍ମହତ୍ୟା କରିଥିବାର ଏକ ଅଭାବନୀୟ ଘଟଣା ଶୁଣିବାକୁ ମିଳିଛି । ଛାତ୍ରୀ ଜଣଙ୍କର ନାମ ମହିମା ଥିବାବେଳେ ଏହି ସଂପର୍କରେ ଝିଅର ମା’ କହିଛନ୍ତି ଯେ, “ଝିଅ ୧୦ମ ପରେ ପାଠ ପଢିବାକୁ ଚାହୁଁଥିଲା । କିନ୍ତୁ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବା ହେତୁ ଝିଅର ପାଠପଢା ବନ୍ଦ କରାଇ ଦିଆଯାଇଥିଲେ । ଏହି କାରଣ ସେ ନିଜ ବେକରେ ଓଢଣି ଲଗାଇ ଆତ୍ମହତ୍ୟା କରିଛି ।”
ପୋଲିସ ପକ୍ଷରୁ ଏହି ଘଟଣାକୁ ନେଇ କୌଣସି ସ୍ପଷ୍ଟିକରଣ ଦିଆଯାଇନଥିବାବେଳେ ମୃତ ଶରୀରକୁ ବର୍ତ୍ତମାନ ପୋଷ୍ଟ ମର୍ଟମ ପାଇଁ ପଠାଇ ଦିଆଯାଇଛି । ଶବ ନିକଟରୁ ମୋବାଇଲ, ଇୟର ଲିଡ ଏବଂ ବ୍ଲେଡ ଜବତ କରାଯାଇଛି । ମହିମା, ଆତ୍ମହତ୍ୟା ପୂର୍ବରୁ ସେ ଶେଷ ଥରକ ପାଇଁ ତାଙ୍କ ଜିଜାଙ୍କୁ କଲ କରିଥିଲେ ।


Share It

Comments are closed.