ଦିଲ୍ଲୀ ଡେୟାରଡେଭିଲ୍ସର ଅଧିନାୟକ ଛାଡ଼ିଲେ ଗମ୍ଭୀର


ଚଳିତ ଆଇପିଏଲ୍ରେ ଦିଲ୍ଲୀ ଡେୟାର୍ଡେଭିଲ୍ସର ଅଧିନାୟକ ଗୌତମ ଗମ୍ଭୀର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ତାଙ୍କ ଦଳର ଖରାପ ପ୍ରଦର୍ଶନ ପାଇଁ ତାଙ୍କ ପାଇଁ ଧାର୍ଯ୍ୟ କରାଯାଇଥିବା ୨.୮ କୋଟି ଦରମାକୁ ନେବେନାହିଁ ବୋଲି ମଧ୍ୟ ଘୋଷଣା କରିଛନ୍ତି । ତାଙ୍କ ବଦଳରେ ଶ୍ରେୟସ ଆୟର୍ ଏହି ଅଧିନାୟକ ପଦ ଗ୍ରହଣ କରିଛନ୍ତି । ଶୁକ୍ରବାର କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷରେ ଶ୍ରେୟସଙ୍କ ନେତୃତ୍ୱରେ ଦିଲ୍ଲୀ ତା’ର ସପ୍ତମ ମ୍ୟାଚ୍ ଖେଳିବ ।
ସୂଚନାଯୋଗ୍ୟ, ଦୀଲ୍ଲି ଡେୟାର୍ ଡେବିଲ୍ସ ନିଜର ଖରାପ ପ୍ରଦର୍ଶନ ଯୋଗୁଁ ପଏଣ୍ଟ ଟେବୁଲର ସବୁଠାରୁ ନିମ୍ନରେ ରହିଛି । ଏହି ଦଳ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍ ଖେଳୀ ୫ଟି ମ୍ୟାଚ୍ରେ ପରାଜୟ ବରଣ କରିଛି । ଏହି ବୃହତ୍ ପରାଜୟ ସହ ଦିଲ୍ଲୀ ପଏଣ୍ଟ ଟେବୁଲରେ ୨ଟି ପଏଣ୍ଟ ସହ -୧.୦୯୭ ଏନ୍ଆର୍ଆର୍ ହାସଲ କରିପାରିଛି । ତେବେ ଦଳର ଏପରି ଶୋଚନୀୟ ପ୍ରଦର୍ଶନ ଯୋଗୁଁ ଗୌତମ ଏଭଳି ପଦକ୍ଷେପ ନେଇଛନ୍ତି । ପୂର୍ବରୁ ଗମ୍ଭୀର କୋଲ୍କାତା ନାଇଟ୍ ରାଇଡର୍ସକୁ ଦୁଇଥର ଚାମ୍ପିୟନ୍ କରାଇଥିଲେ । ସେ ଆଇପିଏଲ୍ରେ ୧୫୨ଟି ଇନିଂସରୁ ୪୨୧୭ରନ୍ ସଂଗ୍ରହ କରି ୪ର୍ଥ ସ୍ଥାନରେ ରହିଥିଲେ ମଧ୍ୟ ଚଳିତ ଆଇପିଏଲ୍ରେ ତାଙ୍କର ନୈରାଶଜନକ ପ୍ରଦର୍ଶନ ଦିଲ୍ଲୀ ପ୍ରଶଂସକମାନଙ୍କୁ ନିରାଶ କରିଛି । ଗମ୍ଭୀର ଗଣମାଧ୍ୟମରେ ଏକ ସ୍ତମ୍ଭ ଲେଖି ପ୍ରଶଂସକମାନଙ୍କୁ ଧୈର୍ଯ୍ୟହରା ନହେବାକୁ କହିଥିବାବେଳେ ପ୍ରଶଂସକମାନେ ତାଙ୍କୁ ସୋସିଆଲ୍ ମିଡିଆରେ ତୀବ୍ର ସମାଲୋଚନା କରିଛନ୍ତି ।


Share It

Comments are closed.