କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର: ଆଗାମୀ ୨୪ ଘଣ୍ଟା ଗୁତୁତ୍ୱପୂର୍ଣ୍ଣ


ତାମିଲନାଡୁରର ଡିଏମକେ ନେତା ତଥା ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରେ ଲାଗିଛି । ସେ ଗତ ୧୪ ଦିନ ହେବ କରୁଣାନିଧ ଜ୍ୱର ଏବଂ ମୂତ୍ର ଜନିତ ସଂକ୍ରମଣରେ ପିଡୀତ ଥିବା ହେତୁ ତାଙ୍କୁ ଚେନ୍ନାଇସ୍ଥିତ କାବେରୀ ମେଡିକାଲରେ ଭର୍ତ୍ତି କରାଇଦିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଧିରେ ଧିରେ ସୁଧୁରିବାରେ ଲାଗୁଥିବାବେଳେ ବର୍ତ୍ତମାନ ହଠାତକରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି ।
ମିଳିଥିବା ସୂଚନା ମୁତାବକ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ପରଖିବା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରି ଦଳକୁ ନିୟୋଜିତ କରାଯାଇଛି । ପୂର୍ବରୁ ହସ୍ପିଟାଲରେ ତାଙ୍କ ପାଖରେ ଝିଅ ଉପସ୍ଥିତ ରହିଥିବା ବେଳେ ପ୍ରଥମକରି ତାଙ୍କ ସ୍ତ୍ରୀ ଦୟାଳୁ ଅମ୍ମାଲ କରୁଣାନିଧିଙ୍କୁ ଭେଟିଥିବାର ସୂଚନା ମିଳିଛି । ବର୍ତ୍ତମାନ ପୁଅଙ୍କ ସମେତ ପରିବାରର ଅନ୍ୟ ସଦସ୍ୟଙ୍କ ଓ ବରିଷ୍ଠ ନେତାମାନେ ହସ୍ପିଟାଲରେ ତାଙ୍କ ପାଖରେ ଉପସ୍ଥିତ ରହିଛନ୍ତି । ପୂର୍ବରୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କୁ ଭେଟି ସାରିଛନ୍ତି ।


Share It

Comments are closed.