୬୬ ବର୍ଷରେ ବାହା ହେବେ ପୂର୍ବତନ କ୍ରିକେଟର ଅରୁଣ ଲାଲ


ପୂର୍ବତନ କ୍ରିକେଟର ତଥା ବାଂଲାର ବର୍ତ୍ତମାନର କୋଚ ଅରୁଣ ଲାଲ ପୁଣି ବିବାହ କରିବାକୁ ଯାଉଛନ୍ତି । ସ୍କୁଲ ଶିକ୍ଷୟତ୍ରୀ ବୁଲବୁଲ ଶାହାଙ୍କୁ ମେ ୨ ରେ ସେ ବିବାହ କରିବେ । ବୁଲବୁଲଙ୍କୁ ୩୭ ବର୍ଷ ହୋଇଥିବାବେଳେ ଅରୁଣ ଲାଲଙ୍କୁ ୬୬ବର୍ଷ । ଉଭୟଙ୍କ ବିବାହ କୋଲକାତାର ଏକ ନାମୀ ହୋଟେଲରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଏହି ବିବାହ ଉତ୍ସବରେ ଭାରତୀୟ କ୍ରିକେଟ ଟିମ୍ ପୂର୍ବତନ କ୍ୟାପ୍‌ଟେନ ଶୌରଭ ଗାଙ୍ଗୁଲି ଓ ପୂର୍ବତନ କୋଚ ରବି ଶାସ୍ତ୍ରୀ ଯୋଗ ଦେବେ । ତେବେ ବିବାହା ପୂର୍ବରୁ ଉଭୟଙ୍କ ରେଜିଷ୍ଟ୍ରି ମ୍ୟାରେଜ ହୋଇଯାଇଛି । ଅରୁଣ ଓ ବୁଲବୁଲଙ୍କ ମଧ୍ୟରେ ଗତ ୩ ବର୍ଷ ହେଲା ସମ୍ପର୍କ ଗଢ଼ି ଉଠିଛି । ହେଲେ ବୁଲବୁଲଙ୍କ ସହ ଶୌରଭ ଗାଙ୍ଗୁଲିଙ୍କ ଭଲ ସମ୍ପର୍କ ରହିଛି । ଅରୁଣଙ୍କ ପ୍ରଥମ ପତ୍ନୀ ରିନା ଲାଲ ଅସୁସ୍ଥ ଥିବାରୁ ସେ ଦ୍ୱିତୀୟ ବିବାହ କରୁଥିବା କୁହାଯାଉଛି । ଏପରିକି ରୀନାଙ୍କ ସହମତିରେ ବିବାହ କରୁଥିବା ଶୁଣିବାକୁ ମିଳୁଛି । ଏବେ ଅରୁଣଙ୍କ ଘରେ ରହୁଛନ୍ତି ବୁଲବୁଲ ।


Share It

Comments are closed.