ଭୁବନେଶ୍ୱରରେ ଫର୍ଡ ଫ୍ରିଷ୍ଟାଇଲର ଶୁଭାରମ୍ଭ


ଫର୍ଡ ପକ୍ଷରୁ ଏହାର ପ୍ରଥମ ୟୁଟିଲିଟି ଯାନ ଫର୍ଡ ଫ୍ରିଷ୍ଟାଇଲକୁ ଭୁବନେଶ୍ୱରରେ ଶୁଭାରମ୍ଭ କରାଯାଇଛି । ଦୁଇଟି ଇନ୍ଧନ ବିକଳ୍ପ ଏବଂ ୬ଟି ନୂଆ ରଙ୍ଗରେ ଏହି ସିୟୁଭି ଚାରୋଟି ଭାରିଆଣ୍ଟରେ ଉପଲବ୍ଧ ହେଉଛି । ଫର୍ଡ଼ ଫ୍ରିଷ୍ଟାଇଲ ପେଟ୍ରୋଲ ଭାରିଆଣ୍ଟର ପ୍ରାରମ୍ଭିକ ମୂଲ୍ୟ ମାତ୍ର ୫୦୯,୦୦୦ ଟଙ୍କା ରହିଥିବାବେଳେ ଏହାର ଡ଼ିଜେଲ ଭାରିଆଣ୍ଟର ମୂଲ୍ୟ ମାତ୍ର ୬୦୯,୦୦୦ ଟଙ୍କା ରହିଛି ।
ଏସୟୁଭି ଭଳି ଯାନର ମାଲିକ ହେବାକୁ ଚାହୁଁଥିବା ଯୁବ, ନୂତନ ପିଢ଼ି ଓ ଉଦୀୟମାନ ଭାରତୀୟଙ୍କ ପାଇଁ ଏକ କୁଲ୍-ନୂଆ କାର୍ ହେଉଛି ସମ୍ପୂର୍ଣ୍ଣ ନୂଆ ଫର୍ଡ ଫ୍ରିଷ୍ଟାଇଲ୍ ବୋଲି ଅନୁରାଗ ମେହରୋତ୍ରା, ସଭାପତି ଓ ପରିଚାଳନା ନିର୍ଦେଶକ, ଫର୍ଡ ଇଣ୍ଡିଆ କହିଛନ୍ତି । ଫ୍ରିଷ୍ଟାଇଲ୍ ଗ୍ରାହକଙ୍କ ଅପୂରଣୀୟ ଚାହିଦାକୁ ପୂରଣ କରିବ ଓ ସେମାଙ୍କୁ ଏକ ଗାଡ଼ିର ମାଲିକ କରିବ ଯେଉଁଥିରେ ଉଭୟ ଏସ୍ୟୁଭି ଷ୍ଟାଇଲ୍ ଓ ଦକ୍ଷତାର ସମିଶ୍ରଣ ରହିଛି, ଯାହାକୁ ସେମାନେ ଚାହୁଁଥିବା ମୂଲ୍ୟରେ ପାଇବେ ।
ଫ୍ରିଷ୍ଟାଇଲରେ ରହିଛି ଫର୍ଡର ନୂତନ ତିନି ସିଲିଣ୍ଡର ୧.୨ ଟିଆଇ ଭିସିଟି ପେଟ୍ରୋଲ୍ ଇଞ୍ଜିନ୍ ଯାହା କ୍ଷୁଦ୍ର, ହାଲୁକା, ଦୃଢ଼ ଓ ଏବଂ ଆକର୍ଷଣୀୟ ଇନ୍ଧନ ମିତବ୍ୟୟିତା ପ୍ରଦାନ କରୁଛି । ପ୍ରାକୃତିକଭାବେ ଗଠନ କରାଯାଇଥିବା ଏହି ଇଞ୍ଜିନ ଶ୍ରେଣୀର ଶ୍ରେଷ୍ଠ ୯୬ ପିଏସ୍ର ଶୀର୍ଷ ଶକ୍ତି ଓ ୧୨୦ ଏନ୍ଏମ୍ର ଟର୍କ ସୃଷ୍ଟି କରି ଫର୍ଡର ଫନ୍-ଟୁ-ଡ୍ରାଇଭ୍ ଡିଏନ୍ଏ ପ୍ରଦାନ କରୁଛି । ଗ୍ରାହକମାନେ ଫର୍ଡର ବିଶ୍ୱାସନୀୟ ୧.୫ ଏଲ୍ ଟିଡିସିଆଇ ଡିଜେଲ୍ ଇଞ୍ଜିନ୍ ବିକଳ୍ପ ମଧ୍ୟ ହାସଲ କରିପାରିବେ ଯାହା ଶ୍ରେଣୀର ଅଗ୍ରଣୀ ୧୦୦ ପିଏସ୍ ଶୀର୍ଷ ଶକ୍ତି ଓ ୨୧୫ ଏନ୍ଏମ୍ ଟର୍କ ଉତ୍ପନ୍ନ କରୁଛି ।
ଉଭୟ ଇଞ୍ଜିନ୍ରେ ସମ୍ପୂର୍ଣ୍ଣ ନୂଆ, ପାଞ୍ଚ ସ୍ପିଡ ମାନୁଆଲ୍ ଟ୍ରାନମିସନ୍ ରହିଛି ଯାହା ସ୍ପୋର୍ଟିୟର, ଦ୍ରୁତ ଏବଂ ଫନ୍-ଟୁ-ଡ୍ରାଇଭ୍ ଦକ୍ଷତାକୁ ବଢ଼ାଉଛି । ନୂଆ ମାନୁଆଲ୍ ଟ୍ରାନ୍ସମିସନ୍ ପାଖାପାଖି ୧୫% ହାଲୁକା ଓ ଏନ୍ଭିଏଚ୍କୁ ହ୍ରାସ କରି ଏହା ଇନ୍ଧନ ମିତବ୍ୟୟତା ବଢ଼ାଇବାରେ ସହାୟକ ହେଉଛି । ପୂର୍ବଜ ତୁଳନାରେ ଏହା ୪୦% କମ୍ ଗିୟର ଅଏଲ୍ ଆବଶ୍ୟକ କରୁଛି । ଗାଡ଼ିଚାଳନା ବେଳେ ଡ୍ରାଇଭର୍ ଅଧିକ ପ୍ରତିକ୍ରିୟାଶୀଳ ଗିୟର ସିଫ୍ଟ ହାସଲ କରିବେ, ଫ୍ରିଷ୍ଟାଇଲର ସ୍ପୋର୍ଟି ଅନୁଭୂତି ବଢ଼ିବ ।

ସମ୍ପୂର୍ଣ୍ଣ ନୂଆ ବୈଶିଷ୍ଟ୍ୟ ଓ ପ୍ରଯୁକ୍ତିକୁ ଆଗକୁ ବଢ଼ାଇ, ଫ୍ରିଷ୍ଟାଇଲ୍ରେ ଫର୍ଡ ଉପସ୍ଥାପନ କରିଛି ଅଭିନବ ଓ ଶ୍ରେଣୀର ଶ୍ରେଷ୍ଠ ଇଣ୍ଟେଲିଜେଣ୍ଟ ପ୍ରଯୁକ୍ତି ଆକ୍ଟିଭ୍ ରୋଲର୍ ପ୍ରିଭେନସନ୍ (ଏଆର୍ପି) । ଏହି ବ୍ୟବସ୍ଥା ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି କଣ୍ଟ୍ରୋଲର କାମ କରେ ଓ ଇଞ୍ଜିନ୍ ଟର୍କକୁ କମାଇବା ପାଇଁ ଉପଯୁକ୍ତ ଚକରେ ବ୍ରେକ୍ ଲଗାଏ ଓ କୌଣସି ସମ୍ଭାବ୍ୟ ରୋଲଓଭର୍ ସ୍ଥିତିକୁ ଏଡ଼ାଇବାରେ ସହାୟକ ହୋଇଥାଏ ।
ଏହି ସିୟୁଭିର ଇଣ୍ଟେରିୟରରେ ରହିଛି ସ୍ପୋର୍ଟି, ଡୁଆଲ୍ ଟୋନ୍ ଇଣ୍ଟେରିଅର୍ । ସମସ୍ତ ଫର୍ଡ ଭଳି ଏଥିରେ ୨୦ ଷ୍ଟୋରେଜ୍ ସ୍ଥାନ କ୍ୟାବିନରେ ଏବଂ ୨୫୭ ଲିଟର୍ର ବୁଟ୍ କ୍ଷମତା ରହିଛି ଯେଉଁଥିରେ ସହଜରେ ଦୁଇଟି ସୁଟକେସ୍ ରହିପାରିବ । ପଛ ଲେଗ୍ ରୁମ୍ ୮୭୧ ଏମଏମ୍ ଓ ହେଡ୍ରୁମ୍ ୯୫୯ ଏମଏମର ଯାହା ହାଚବ୍ୟାକ୍ ସେଗମେଣ୍ଟରେ ଶ୍ରେଷ୍ଠ ।
ଫର୍ଡ ଫ୍ରିଷ୍ଟାଇଲ୍ରେ ରହିଛି ଫର୍ଡର ଇନ୍-କାର୍ ଇନ୍ଫୋଟେନମେଣ୍ଟ ବ୍ୟବସ୍ଥା ସିଙ୍କ୍ ୩ ସହିତ ୬.୫ ଇଞ୍ଚର ଟଚସ୍କ୍ରିନ୍ ଯାହା ଡ୍ରା ଇଭରଙ୍କୁ ଇନ୍ଫୋଟେନମେଣ୍ଟ ଏବଂ ସେମାନଙ୍କର ସଂଯୋଗରେ ଥିବା ସ୍ମାର୍ଟଫୋନକୁ ପରିଚାଳନା କରିବା ସହିତ ବାର୍ତାଳାପ ଭଏସ୍ କମାଣ୍ଡ୍ ମଧ୍ୟ ରହିଛି ।
ଫ୍ରିଷ୍ଟାଇଲ୍ରେ ଏକ ରିଭର୍ସ ପାର୍କିଂ କ୍ୟାମେରା, କିଲେସ୍ ଏଣ୍ଟ୍ରି ଓ ପୁସ୍ ଷ୍ଟାର୍ଟ ରହିଛି । ଫ୍ରିଷ୍ଟାଇଲରେ ଥିବା ସ୍ୱୟଂଚାଳିକ ପାଣିପାଗ ନିୟନ୍ତ୍ରକ ଶ୍ରେଣୀର ଶ୍ରେଷ୍ଠ ଯାହା କ୍ୟାବିନ୍ର ତାପମାତ୍ରାକୁ ୫୦ ଡିଗ୍ରିରୁ ମାତ୍ର ୧୫ ମିନିଟ୍ ଭିତରେ ୨୫ ଡିଗ୍ରିକୁ ହ୍ରାସ କରିପାରିବ ।
ଗୁଜରାଟର ସାନନ୍ଦଠାରେ ଥିବା ଫର୍ଡ ଇଣ୍ଡିଆର କାରଖାନାରେ ସମ୍ପୂର୍ଣ୍ଣ ନୂଆ ଫ୍ରିଷ୍ଟାଇଲ୍କୁ ଭାରତ, ୟୁରୋପ ଓ ଆଫ୍ରିକାର କିଛି ଅଂଶ ସହିତ ସମଗ୍ର ବିଶ୍ୱର ଗ୍ରାହକଙ୍କ ପାଇଁ ଉତ୍ପାଦନ କରାଯାଉଛି । ଏହି ସିୟୁଭିଟି ନୂଆ ହ୍ୱାଇଟ୍ ଗୋଲ୍ଡ, କାନୟନ୍ ରିଜ୍, ମୁନଡଷ୍ଟ ସିଲଭର୍, ଅକ୍ସଫୋର୍ଡ ହ୍ୱାଇଟ୍, ସ୍ମୋକ୍ ଗ୍ରେ ଓ ଆବ୍ସୋଲ୍ୟୁଟ ବ୍ଲାକ୍ ଭଳି ୬ଟି ରଙ୍ଗରେ ଉପଲବ୍ଧ ହେଉଛି ।


Share It

Comments are closed.