ଶୀତ ଦିନେ ଉଜ୍ଜ୍ୱଳ ତ୍ୱଚା ପାଇଁ ଖାଆନ୍ତୁ ଏହି ଖାଦ୍ୟ


ଶୀତଦିନେ ସମସ୍ତେ ଶୁଷ୍କ ତ୍ୱଚା ପାଇଁ ଚିନ୍ତିତ ଥାନ୍ତି । ଶୀତ ଦିନେ ପବନ ବାଜିବା ଦ୍ୱାରା ଖରା ଏବଂ ବର୍ଷା ଦିନ ଅପେକ୍ଷା ତ୍ୱଚା ଅଧିକ ଶୁଷ୍କ ଲାଗିଥାଏ । ତେଣୁ ଶୀତ ଦିନେ ତ୍ୱଚା ଏବଂ ଶରୀରର ଅଧିକ ଯତ୍ନ ନେବାକୁ ପଡିଥାଏ । ଶୀତ ଦିନେ ସୂର୍ଯ୍ୟଙ୍କର ପ୍ରଭାବ କମ ଥିବାରୁ ଖାଦ୍ୟ ସଠିକଭାବେ ହଜମ ହୋଇନଥାଏ ତେଣୁ ତ୍ୱଚାରେ ସମସ୍ୟା ଦେଖାଯାଇଥାଏ । ତେଣୁ ଶୀତ ଦିନେ ଖାଦ୍ୟ ପେୟର ସଠିକ ଯତ୍ନ ନେବା ଆବଶ୍ୟକ । ଏପରି କିଛି ଖାଦ୍ୟ ପଦାର୍ଥ ରହିଛି ଯାହା ଶୀତ ଦିନେ ଖାଇବା ଦ୍ୱାରା ଶରୀରରକୁ ସଠିକ ପୋଷଣ ମିଳିବା ସହିତ ତ୍ୱଚାରେ ଉଜ୍ଜ୍ୱଳତା ଅସିଥାଏ । ଆସନ୍ତୁ ଜାଣିବା ସେହି କିଛିି ସୁପର ଫୁଡ ସମ୍ପର୍କରେ ……….

୧. କମଳା –

ଶୀତ ଦିନେ କମଳା ଖୁବ କମ ଦାମରେ ଏବଂ ବହୁଳ ଭାବେ ଉପଲବ୍ଧ ହୋଇଥାଏ । ପ୍ରତିଦିନ ଗୋଟିଏ କମଳା ଖାଇବା ଦ୍ୱାରା ଏହା ଶରୀରରେ ଭିଟାମିନ-ସିର ଅଭାବକୁ ଦୂର କରିବା ସହିତ ତ୍ୱଚାରେ ଚମକ ଆଣିବାରେ ସାହାଯ୍ୟ କରିଥାଏ । କମଳା ମଧ୍ୟ ଶରୀରରେ ଆବଶ୍ୟକ କରୁଥିବା ପ୍ରତିରୋଧକ ଶକ୍ତି ବୃଦ୍ଦି କରିଥାଏ । ଏଥିରେ ଥିବା ଏମିନୋ ଏସିଡ ତ୍ୱଚା ପାଇଁ ଖୁବ ଭଲ । କମଳାରେ ମଧ୍ୟ ପୋଟାସିୟମ ରହିଛି ଯାହା ତ୍ୱଚାକୁ କ୍ଷତିକାରକ ଅଲଟ୍ରା ଭାଓଲେଟ ତଥା ଅତି ବାଇଗଣୀ ରଶ୍ମୀରୁ ରକ୍ଷା ପ୍ରଦାନ କରିଥାଏ । ଆପଣ କମଳାକୁ ଜୁସ କିମ୍ବା ସାଲାଡ ଭାବେ ମଧ୍ୟ ଖାଇପାରିବେ ।

୨. ଗାଜର –

ଶୀତଦିନେ ଗାଜର ଖାଇବାକୁ ଭଲ ଲାଗିଥାଏ । ଏହାକୁ ସମସ୍ତ ସୁପର ଫୁଡ ମଧ୍ୟରେ ପ୍ରଥମ ସ୍ଥାନ ଦିଆଯାଇପାରିବ । ଆପଣ ଗାଜରର ହାଲୱା, ସାଲାଡ, ଜୁସ କିମ୍ବା ସ୍ନାକ୍ସ ଭାବେ ଖାଇପାରିବେ । ଭିଟାମିନ-ଏ ଥିବା ଏହି ଗାଜର ମଧ୍ୟରେ ବହୁ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି ଯାହା ସ୍କିନକୁ ଭଲ ରଖିବା ସହିତ ଆଖିକୁ ମଧ୍ୟ ଭଲ ରଖିଥାଏ । ଗାଜରରେ ଲାଇକୋପିନ ରହିଛି ଯାହା ତ୍ୱଚାକୁ ଶୀତ ଦିନେ ଆସୁଥିବା ଅତି ବାଇଗଣୀ ରଶ୍ମୀରୁ ସୁରକ୍ଷା ପ୍ରଦାନ କରିଥାଏ ।

୩. ଅଣ୍ଡା –

ଅଣ୍ଡାର ଧଳା ଅଂଶ ସବୁଠାରୁ ଅଧିକ ପ୍ରୋଟିନରେ ଭରପୁର । ଏହା ମଧ୍ୟ ଶରୀର ଆବଶ୍ୟକ କରୁଥିବା ସମସ୍ତ ଏମିନୋ ଏସିଡ ରହିଛି । ଅଣ୍ଡା ମଧ୍ୟ କ୍ୟାଲସିୟମ ଏବଂ ଆଇରନର ଗନ୍ତା ଘର । ଅଣ୍ଡାରେ ଥିବା ରୋଗ ପ୍ରତିରୋଧକ ଜୀବାଣୁ ଶୀତ ଦିନେ ହେଉଥିବା ଜ୍ୱର, ସର୍ଦ୍ଦି, ଥଣ୍ଡା କାସର ଜୀବାଣୁ ସହିତ ଲଢିବାରେ ଶକ୍ତି ପ୍ରଦାନ କରିଥାଏ । ଶୀତଦନେ ପ୍ରତ୍ୟେକ ଦିନ ଆପଣ ଗୋଟିଏ ଲେଖାଏଁ ଅଣ୍ଡା ସିଝା, ଅମ୍ବଲେଟ, ପୋଚ ଖାଇପାରିବେ ।

୪. ଗ୍ରିନ ଟି –

ଶୀତ ଦିନେ ପ୍ରାୟ ସମସ୍ତଙ୍କୁ ଚାହା ପିଇବାକୁ ଭଲ ଲାଗିଥାଏ । ଚାହା ମଧ୍ୟ ଶରୀରକୁ ଗରମ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ସାଧାରଣତଃ ଶୀତ ଦିନେ ଖୀର କିମ୍ବା ଲାଲ ଚାହା ପେଟ ଗରମ କରିଥାଏ । ତେଣୁ ଶୀତ ଦିନେ ଗ୍ରିନ-ଟି ପିଇବା ଖୁବ ଭଲ । ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ତ୍ୱଚାର କ୍ଷତି ଏବଂ ସ୍କିନ କ୍ୟାନସର ଦାଉରୁ ସୁରକ୍ଷା ପ୍ରଦାନ କରିଥାଏ । ଏହା ମଧ୍ୟ ଶୀତ ଦିନେ ହେଉଥିବା ତ୍ୱଚାର କ୍ଷତିକୁ ଭରଣ କରିଥାଏ । ତେଣୁ ଆପଣ ଶୀତ ଦିନେ ଚାହାକୁ ଗ୍ରିନ-ଟି ସହିତ ରିପ୍ଲେସ କରିପାରିବେ ।

୫. ୱାଲନଟ –

ଶୀତ ଦିନେ ତେଲଯୁକ୍ତ ଖାଦ୍ୟ ଶରୀର ପାଇଁ ଖୁବ ଭଲ । ଶୀତ ଦିନେ ଆପଣ ଓମେଗା-୩ ଯୁକ୍ତ ୱାଲନଟ ଖାଇବା ଦ୍ୱାରା ତ୍ୱଚାରେ ତେଲର ସଠିକ ସନ୍ତୁଳନ ରହିଥାଏ । ଏହାକୁ ଆପଣ ସ୍ନାକ୍ସ କିମ୍ବା ଖିରି ଏବଂ ହାଲୱାରେ ଖାଇପାରିବେ ।

୬. ବିଟ୍ ରୁଟ –

ଆପଣ ପ୍ରତିଦିନ ଆପଣଙ୍କ ଡାଏଟରେ ବିଟ୍ ରୁଟ ମିଶ୍ରଣ କରିପାରିବେ । ଏହା ମଧ୍ୟରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏହା ଯକୃତକୁ ଠିକ କରିବା ସହିତ ରକ୍ତ ଚାପ ସନ୍ତୁଳନ କରିଥାଏ । ଏହାକୁ ସାଲାଡ, ଜୁସ କିମ୍ବା ସୁପ କରି ପିଇପାରିବେ । ଏହାକୁ ମଧ୍ୟ ନିଜେ ଘରେ ଆଚାର କରି ଖାଇପାରିବେ ।


Share It

Comments are closed.