ଫ୍ଲିପକାର୍ଟ ଲଞ୍ଚ କଲା ନୂଆ ୱେବସାଇଟ, ଅଳ୍ପ ଟଙ୍କାରେ ମିଳିବ ବ୍ରାଣ୍ଡେଡ ଇଲେକ୍ଟ୍ରୋନିକ ସାମଗ୍ରୀ


ସବୁଠାରୁ ଶସ୍ତା ମୋବାଇଲ ଫୋନର ଅପେକ୍ଷରେ ଅଛନ୍ତି କି,? କାରଣ ଫ୍ଲିପକାର୍ଟ ଆଣୁଛି ଆପଣଙ୍କ ପାଇଁ ସାଓମିର ସବୁଠାରୁ ଲୋକପ୍ରିୟ ସ୍ମାର୍ଟଫୋନ ରେଡମି ନୋଟ ୪କୁ ମାତ୍ର ୬,୨୯୯ ଟଙ୍କାରେ । ଏହା ସମେତ ମୋଟୋ ଜି ୫ ପ୍ଲସକୁ ଫ୍ଲିପକାର୍ଟ ୮,୭୯୯ରେ ପ୍ରଦାନ କରୁଥିବାବେଳେ ତେବେ ଆସନ୍ତୁ ଜାଣିବା ଏହାର ଅଫର ସମ୍ବନ୍ଧରେ କିଛି ତଥ୍ୟ ।
ସବୁଠାରୁ ପୂର୍ବରୁ ଆପଣଙ୍କୁ ଆମେ କହି ରଖିବାକୁ ଚାହିଁଛୁ ଯେ, ଫ୍ଲିପକାର୍ଟ ଏକ ନୂଆ ୱେବସାଇଟ ଲଞ୍ଚ କରିଛି, ଯାହାର ନାମ ରହିଛି 2GUD.COM । ଏହି ୱେବ ସାଇଟରେ ଫ୍ଲିକକାର୍ଟ ପୁରୁଣା ସାମାଗ୍ରୀ ନୂଆ କରି ବିକୁଛି । ଏହାର ଅର୍ଥ ଏହା ହେଉଛି ଯେ, ଫ୍ଲିପକାର୍ଟ ରେଫରାଇଜଡ ସାମଗ୍ରୀକୁ ବିକିବା ପାଇଁ ଏହି ୱେବସାଇଟର ଶୁଭାରମ୍ଭ କରିଛି । ବର୍ତ୍ତମାନ ଏହି ୱେବ ସାଇଟକୁ କେବଳ ମୋବାଇ ଫୋନରେ ହିଁ ଖୋଲା ଯାଇପାରିବ । ଯେଉଁଥିପାଇଁ ଆପଣଙ୍କୁ ଗୁଗୁଲରେ ଯାଇ 2GUD.COM ଟାଇପ କରିବାକୁ ପଡିବ । ଏହି ୱେବ ସାଇଟ ମାଧ୍ୟମରେ ଗ୍ରାହକମାନେ ଖୁବ କମ ଟଙ୍କାରେ ବ୍ରାଣ୍ଡେଡ ସ୍ମାର୍ଟଫୋନ, ଲାପଟଫ, ଟ୍ୟବଲେଟ ଏବଂ ଇଲେକ୍ଟ୍ରୋନିକ ସାମାଗ୍ରୀ ପାଇପାରିବେ ।
ତେବେ ଆସନ୍ତୁ ନଜର ପକାଇବା ଏହି ୱେବସାଇଟରେ କେଉଁ ଜିନିଷ ଉପରେ କେଉଁ ଅଫର ଉପଲବ୍ଧ ରହିଛି ।
ଏହି ୱେବସାଇଟ ମାଧ୍ୟମରେ ସାଓମି ନୋଟ ୪ର ୩ଜିବି ଏବଂ ୩୨ ଜିବି ଷ୍ଟୋରେଜ ଥିବା ସ୍ମାର୍ଟଫୋନର ମୂଲ୍ୟ ରହିଛି ୬,୪୯୯ ଏବଂ ୬,୨୯୯ ଟଙ୍କା । ଏହି ଫୋନଟି ସମ୍ପୂର୍ଣ୍ଣ ଠିକ ଅଛି ବୋଲି ଫ୍ଲିପକାର୍ଟ ପକ୍ଷରୁ ସୂଚନା ଦିଆଯାଇଛି । ଏହାର ୬୪ ଜିବି ଷ୍ଟୋରେଜ ଥିବା ଭ୍ୟାରିଏଣ୍ଟର ମୂଲ୍ୟ ୭,୭୯୯ ଟଙ୍କା ରହିଛି ।
ଏହା ସହ ଏମଆଇର ୬୪ ଜିବି ଷ୍ଟୋରେଜ ଏବଂ ୪ ଜିବି ରାମ ଥିବା ସ୍ମାର୍ଟଫୋନର ଏମଆଇ ଏ୧ର ମୂଲ୍ୟ ରହିଛି ୧୦,୩୯୯ ଟଙ୍କା । ସେହିଭଳି ଏମଆଇ ମିକ୍ସ ୨ର ୬ ଜିବି ରାମ ଏବଂ ୧୨୮ ଜିବି ଷ୍ଟୋରେଜ ଥିବା ସ୍ମାର୍ଟଫୋନର ମୂଲ୍ୟ ରହିଛି ୧୯,୪୯୯ ଟଙ୍କା ।
ସେହିଭଳି ଆଇଫୋନର ୮ଜିବି ଷ୍ଟୋରେଜ ୪ଏସ ମୂଲ୍ୟ ୯,୯୦୦ ଟଙ୍କା ରହିଥିବାବେଳେ ଆଇ ୫ ଏସର ୧୬ ଜିବି ଭ୍ୟାରିଏଣ୍ଟର ମୂଲ୍ୟ ରହିଛି ୧୦,୭୯୯ ଟଙ୍କା


Share It

Comments are closed.