ଓଡିଶାରେ ଚାଲିବ ପ୍ରଥମ ମେମୁ ଟ୍ରେନ


ପୂର୍ବତଟ ରେଳବାଇ ପକ୍ଷରୁ ଓଡିଶାରେ ପ୍ରଥମ ମେମୁ ଟ୍ରେନ (ମେନ ଲାଇନ ଇଲେକଟ୍ରିକ ମଲ୍ଟିପୁଲ ୟୁନିଟ)ର ଚାଳନା କରାଯିବାର ଯୋଜନା ରହିଛି । ଏହା ବ୍ରହ୍ମପୁର ଠାରୁ ଭଦ୍ରକ ପର୍ଯ୍ୟନ୍ତ ଚାଲିବ ବୋଲି ପୂର୍ବତଟ ରେଳପଥର ଜିଏମ ଉମେଶ ସିଂହ କହିଛନ୍ତି । ମେମୁ ଟ୍ରେନରେ ୧୨ଟି କୋଚ ଥିବା ବେଳେ ପ୍ରତ୍ୟେକ ୟୁନିଟରେ ଗୋଟିଏ ଲେଖାଏଁ ମୋଟର କାର ଏବଂ ତିନୋଟି ଟ୍ରାଭେଲିଙ୍ଗ କାର ରହିବ । ଏହି ୧୨ କୋଚରେ ପ୍ରତ୍ୟେକରେ ୧୧୦ ଯାତ୍ରୀ ତଥା ସର୍ବମୋଟ୍ ୧,୩୨୦ ଯାତ୍ରୀ ଯାତାୟତ କରିପାରିବେ । ଏହି ମେମୁ ଟ୍ରେନର ଉଭୟ ପାଶ୍ୱର୍ରେ ଇଞ୍ଜିନ ରହିଛିି ଯାହା ଦ୍ୱାରା ବାରମ୍ବାର ଇଞ୍ଜିନ ବଦଳାଇବାକୁ ପଡିବ ନାହିଁ ଏବଂ ଏହା ଖୁବ ଦ୍ରୁତ ଗତିରେ ମଧ୍ୟ ଚାଲିବ ।
ଆହୁରି ମଧ୍ୟ, ଯାତ୍ରୀଙ୍କ ପାଇଁ ଦୁଇଟି ନୂତନ ଟ୍ରେନ ତଥା ଭୁବନେଶ୍ୱର-କ୍ରିଷ୍ଣା ରାଜପୁରମ ସପ୍ତାହିକ ହମସଫର ଏବଂ ସମ୍ବଲପୁର ମଧ୍ୟ ଦେଇ ଭୁବନେଶ୍ୱର- ନୂଆ ଦିଲ୍ଲୀ ଟ୍ରେନର ଶୁଭାରମ୍ଭ କରାଯାଇଛି । ସୂଚନା ଅନୁଯାୟୀ ପୂର୍ବତଟ ରେଲବାଇକୁ ଚଳିତ ବର୍ଷ ୭,୦୦୦ କୋଟି ଟଙ୍କା ମିଳିଛି ଯାହା ପୂର୍ବ ବର୍ଷ ଅପେକ୍ଷା ୪୦ ପ୍ରତିଶତ ଅଧିକ । ଭୁବନେଶ୍ୱର ରେଳ ଷ୍ଟେସନର ଆଧୁନିକରଣ ପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ କରାଯିବ ବୋଲି ଆଶା କରାଯାଉଛି ।


Share It

Comments are closed.