ଦୁର୍ଘଟଣାଗ୍ରସ୍ଥ ହେଲା ଲଢୁଆ ବିମାନ: ଅଳ୍ପକେ ବର୍ତ୍ତିଲେ ପାଇଲଟ ଏବଂ ସହ-ପାଇଲଟ


ରାଜସ୍ଥାନ ଯୋଧପୁର ଜିଲ୍ଲାସ୍ଥିତ ଦେୱାଲିୟା ଗ୍ରାମ ନିକଟରେ ଭାରତୀୟ ବାୟୁସେନାର ଲଢୁଆ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ମୁତାବକ ବିମାନଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ବେଳେ ଦୁର୍ଘଟଣାସ୍ଥଳରେ ବର୍ତ୍ତମାନ ଯବାନ ମାନେ ଆସିକି ପହଞ୍ଚଛନ୍ତି । ଏହି ବିମାନଟି ନିିଜର ରୁଟିନ ମିଶନରେ ଥିଲା । ଘଟଣାଟି ଘଟିବା ପୂର୍ବରୁ ପାଇଲଟ ସୁରକ୍ଷିତ ଭାବେ ସେଥିରୁ ବାହାରୁ ଆସିଥିଲେ । କେଉଁ କାରଣରୁ ଏବଂ କିପରି ଭାବରେ ଏପରି ଦୁର୍ଘଟଣା ହେଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡୁନଥିବାବେଳେ ଘଟଣାଟିର ତଦନ୍ତ କରିବା ପାଇଁ ସେନା ପକ୍ଷରୁ କୋର୍ଟ ଅଫ ଇନକ୍ୱାରିକୁ ଆଦେଶ ଦିଆଯାଇଛି ।
ଏହା ପୂର୍ବରୁ ୬ ଜୁଲାଇ ୨୦୧୭ରେ ଭାରତୀୟ ବାୟୁସେନାର ମିଗ-୨୩ ଟ୍ରେନର ଏୟାରକ୍ରାଫ୍ଟ ଯୋଧପୁରର ବୋଲେସର ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଯାଇଥିଲା । ବାରମ୍ବାର ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ଥ ହେଉଥିବାବେଳେ ତାହା ବର୍ତ୍ତମାନ ବାୟୁ ସେନା ପାଇଁ ଚିନ୍ତାର କାରଣ ସାଜିଛି । ଏହି ଘଟଣାରେ ପାଇଲଟ ଏବଂ ସହ-ପାଇଲଟ ଅଳ୍ପକେ ବର୍ତ୍ତିଯାଇଥିବାବେଳେ କୋର୍ଟ ଅଫ ଇନକ୍ୱାରିକୁ ତଦନ୍ତ ପାଇଁ ଆଦେଶ ଦିଆଯାଇଛି ।


Share It

Comments are closed.