ଡଟ୍ ଫେଷ୍ଟରେ ‘ସେବେ ଓ ଏବେ’ ଫଟୋ ପ୍ରଦର୍ଶନୀ ଭୁବନେଶ୍ୱରର ସାଂସ୍କୃତିକ ଐତିହ୍ୟ ଯାତ୍ରାକୁ ପ୍ରଦର୍ଶିତ କରିବ


ଭୁବନେଶ୍ୱର : ଡଟ୍ ଫେଷ୍ଟ୍‌ର ୨ୟ ସଂସ୍କରଣ ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ୧୫ ରୁ ୨୯ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଏକାଧିକ କାର୍ଯ୍ୟକ୍ରମ ଦ୍ୱାରା ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମ ଗୁଡିକ ମଧ୍ୟରୁ ପ୍ରଥମକରି ଆୟୋଜିତ ‘ସେବେ ଓ ଏବେ’ (ଦେନ୍ ଆଣ୍ଡ ନାଓ) ଫଟୋ ପ୍ରଦର୍ଶନୀ ଯାହା ବିସ୍ତୃତଭାବେ ଭୁବନେଶ୍ୱର ସହରର ଅତିତ ଏବଂ ରୂପାନ୍ତରଣକୁ ପ୍ରଦର୍ଶନ କରିବ । ଏହି ପ୍ରଦର୍ଶନୀ ଭୁବନେଶ୍ୱରର ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ । ଏହା ଦର୍ଶକମାନଙ୍କୁ ଭୁବନେଶ୍ୱରର ଅତୀତ ଓ ବର୍ତମାନର ସ୍ମୃତିଚାରଣ କରିବାରେ ସାହାଯ୍ୟ କରିବ ଏବଂ ବର୍ତମାନ ସେମାନେ ରହୁଥିବା ସହରର ଯାତ୍ରାକୁ ପ୍ରଦର୍ଶିତ କରିବ ।

ଆଗାମୀ ‘ସେବେ ଓ ଏବେ’ (ଦେନ୍ ଆଣ୍ଡ୍ ନାଓ) କାର୍ଯ୍ୟକ୍ରମ ସ୍ୱାଧୀନ ଭାରତର ପ୍ରଥମ ଯୋଜନା ଯାହା ସିଟି ମଧ୍ୟରୁ ଅନ୍ୟତମ, ଭୁବନେଶ୍ୱରର ବିକାଶ ଓ ଇତିହାସକୁ ଆଲୋକିତ କରିବ । ଏହି ପ୍ରଦର୍ଶନୀରେ ଗତ ୭ ବର୍ଷ ମଧ୍ୟରେ ନିଆଯାଇଥିବା ଶହ ଶହ ଚମତ୍କାର ଫଟୋଗୁଡିକୁ ପ୍ରଦର୍ଶିତ କରାଯିବ, ଏହାମଧ୍ୟରୁ କିଛି ୧୫୦ ବର୍ଷରୁ ଅଧିକ ପୁରୁଣା ଯାହା ସହରୀ ପରିଦୃଶ୍ୟର ବିବର୍ତନକୁ ଦୃଶ୍ୟ ମାଧ୍ୟମରେ ଦେଖାଇବ । ଏହି କାର୍ଯ୍ୟକ୍ରମ ଓଡିଶାରେ ଏହି ଧରଣର ପ୍ରଥମ କାର୍ଯ୍ୟକ୍ରମ ହେବ ଏବଂ ଏଥିରେ ଓଲ୍ଡ ଟାଉନ୍‌, ମେକିଙ୍ଗ୍ ଅଫ୍ ନ୍ୟୁ କ୍ୟାପିଟାଲ, ଦେନ୍ ଆଣ୍ଡ୍ ନାଓ, ଭିଲେଜ୍‌, ଷ୍ଟ୍ରୀଟ୍ ଲାଇଫ୍‌, ଆଜିର ସହର, ହାପେନିଙ୍ଗ୍‌ସ, ଟେକ୍ସଟ୍ ଅନ୍ ସିଟି, ଇଂଟରାକ୍ଟିଭ୍ ଏରିଆ ସମେତ ଏକ ବିସ୍ତୃତ ଶୃଙ୍ଖଳାର ବିଷୟବସ୍ତୁକୁ କଭର୍ କରୁଥିବା ୫୦୦ ଫଟୋଗ୍ରାଫ ସାମିଲ ରହିବ । ଆଇଆଣ୍ଡ୍‌ପିଆର୍ ବିଭାଗ, ରାଜ୍ୟ ସଂଗ୍ରହାଳୟ ଓ ଅଭିଲେଖାଗାର ଭଳି ସରକାରୀ ସଂସ୍ଥାଗୁଡିକ ଏହି ଫଟୋଗୁଡିକ ପାଇଁ ଉତ୍ସ ରହିଆସିଛନ୍ତି । ଏଥିସହିତ ଏହି ଫଟୋଗୁଡିକ ବିଗତ ବର୍ଷଗୁଡିକରେ ଭୁବନେଶ୍ୱରକୁ ଆସିଥିବା ଏକାଧିକ ଅନୁସନ୍ଧାନକାରୀ, ମାନବବିଜ୍ଞାନୀ, ସ୍ୱାଧୀନ ଫଟୋଗ୍ରାଫର୍‌, ସ୍ଥାନୀୟ ଲୋକ ଓ ପରିଦର୍ଶକମାନଙ୍କ ଦ୍ୱାରା ସଂଗୃହୀତ ଫଟୋଗୁଡିକର ଏକ ସଂଗ୍ରହ ହେବା ପାଇଁ ଉଦ୍ଦିଷ୍ଟ ।

ଏହି କାର୍ଯ୍ୟକ୍ରମକୁ କଳାକାର, ଲେଖକ ଓ ଗବେଷକମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି, ଯେଉଁମାନେ ସାମୂହିକ ଭାବେ ପ୍ରକାଶ କରିଛନ୍ତି ଯେ, ‘ଏହି ଫଟୋଗ୍ରାଫଗୁଡିକ ସହର, ଏହାର ଲୋକ, ସମୁଦାୟ ଓ ବାସିନ୍ଦାଙ୍କର ଏକ ଅନ୍ତରଙ୍ଗ ଚିତ୍ର ପ୍ରଦାନ କରିବ । ଏହି ଫଟୋଗୁଡିକ ଏଥ୍‌ନୋଗ୍ରାଫିକ୍ ଆର୍ଟିକ୍ରାଫ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଏହା ଭୁବନେଶ୍ୱରର ଏକ ପ୍ରକୃତ ଦୃଶ୍ୟମାନ ଅଭିଲେଖାଗାର ଗଠନ କରୁଛି ।’

ତାରିଖ: ୧୫ ଜାନୁଆରୀରୁ ୨୯ ଜାନୁଆରୀ ୨୦୨୩
ସମୟ: ସକାଳ ୧୦ଟାରୁ ସନ୍ଧ୍ୟା ୭ଟା
ସ୍ଥାନ: ଇଡ୍‌କୋ ପ୍ରଦର୍ଶନୀ ପଡିଆ


Share It

Comments are closed.