ବୋହୂର କାରନାମା ପାଇଁ ମଲା ଶଶୂର


ଉତ୍ତରପ୍ରଦେଶର ଶାହଜାହାନପୁରରେ ଏକ ଅଭାବନୀୟ ଘଟଣା ଘଟିଥିବାର ଶୁଣିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ଜିଲ୍ଲାରେ ଜଣେ ୬୦ ବର୍ଷୀୟ ବୃଦ୍ଧ ଜନଆକ୍ରୋଶର ଶୀକାର ହୋଇ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବୃଦ୍ଧଙ୍କ ବୋହୂ ଘରର ଅଳିଆ ଡଷ୍ଟବିନରେ ନପକାଇ ରାସ୍ତାରେ ଆଣି ଫିଙ୍ଗିଥିଲେ । ଉକ୍ତ ବୋହୂ ଜଣକ ଅଳିଆ ପିଙ୍ଗିବା ସମୟରେ ସେହି ରାସ୍ତାରେ ଯାଉଥିବା ତିନି ଜଣ ଲୋକଙ୍କ ଉପରେ ଅଳିଆ ପଡିଥିଲା । ଯାହାଫଳରେ ଉକ୍ତ ତିନି ଜଣ ବ୍ୟକ୍ତ ଏବଂ ବୋହୂର ଶଶୂରଙ୍କ ମଧ୍ୟରେ ବଚସା ଘଟିଥିଲା ।
ଉଭୟଙ୍କ ମଧ୍ୟରେ ବଚସା ଏତେ ବଢିଯାଇଥିଲା ଶେଷରେ ହାତାହାତି ହେବାକୁ କେହି ପଛେଇ ନଥିଲେ । ଯାହାଫଳରେ ଘଟଣାସ୍ଥଳୀ ହିଁ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ବୃଦ୍ଧଙ୍କର ମୃତ୍ୟୁ ମାଡ ଯୋଗୁଁ ନହୋଇ ହୃଦଘାତ ଯୋଗୁଁ ଘଟିଛି । ମୃତ୍ୟୁବରଣ କରିଥିବା ଉକ୍ତ ବୃଦ୍ଧଙ୍କର ନାମ ସୀତାରାମ ଏବଂ ତାଙ୍କ ବୋହୂଙ୍କ ନାମ ଝୁମକା ଦେବୀ ।
ଗିରଫ ହୋଇଥିବା ତିନି ଜଣ ଯୁବକ ହେଲେ ଅଙ୍କିତ ଯାଦବ, ବୀରବଲ ଯାଦବ, ବିଶ୍ୱନାଥ ଯାଦବ । ଏମାନେ ସୀତାରାମଙ୍କୁ ମାରିବା ସହ ତାଙ୍କ ସଂପର୍କୀୟମାନଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ ।


Share It

Comments are closed.