ଶିବାନୀଙ୍କୁ ବିବାହ କରିବେ ଫରହାନ, ଦୁଇ ବର୍ଷ ହେବ ପରସ୍ପରକୁ କରୁଥିଲେ ପ୍ରେମ


ବଲିଉଡ ଅଭିନେତା ଫରହାନ ଅଖତର ଗତ କିଛି ଦିନ ହେବ ଫିଲ୍ମ ତୁଳନାରେ ସିଏଏକୁ ବିରୋଧ କରି ବେଶ ଚର୍ଚ୍ଚାରେ ରହିଥିବାବେଳେ ସେ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଶିବାନୀ ଦାଣ୍ଡେକରଙ୍କୁ ବିବାହ କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ମୁତାବକ, ବିଗତ ୨ ବର୍ଷ ହେବ ଶିବାନୀଙ୍କୁ ଡେଟ୍ କରିବା ପରେ ଶେଷରେ ଫରହାନ ତାଙ୍କୁ ୨୦୨୦ରେ ବିବାହ କରିବା ପାଇଁ ନିଷ୍ପତି ନେଇଛନ୍ତି ।
ମିଳିଥିବା ସୂଚନା ମୁତାବକ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବାବେଳେ ଦୁହେଁ ଫରହାନଙ୍କ ଫିଲ୍ମ ‘ତୁଫାନ’ ରିଲିଜ ହୋଇସାରିବା ପରେ ବିବାହ କରିବେ ବୋଲି ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ନେଇ ଫରହାନ ଏବଂ ଶିବାନୀଙ୍କ ପକ୍ଷରୁ କୌଣସି ଔପଚାରିକ ଘୋଷଣା ହୋଇନଥିବାବେଳେ ଏହା ମଧ୍ୟ ହୋଇପାରେ ଯେ, ଉଭୟ କୌଣସି ସରପ୍ରାଇଜ ଉଦ୍ଦେଶ୍ୟରେ ଥିବେ । ଯଦି ଏଭଳି ହୁଏ ତେବେ ଏହା ନିଶ୍ଚିତ ରୂପରେ ଉଭୟଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଟେ ।


Share It

Comments are closed.