ରିଲିଜ ହେଲା ‘ଫନେ ଖାନ’ର ନୂତନ ପୋଷ୍ଟର


ଅନିଲ କପୁର, ଐଶର୍ଯ୍ୟା ରାୟ ବଚ୍ଚନ ଏବଂ ରାଜ କୁମାର ରାଓଙ୍କ ଫିଲ୍ମ ‘ଫନେ ଖାନ’ର ନୂତନ ପୋଷ୍ଟର ରିଲିଜ ହୋଇଛି । ‘ଫନେ ଖାନ’ର ଏହି ନୂତନ ପୋଷ୍ଟରରେ ଅନିଲ କପୁର ସୁପରଷ୍ଟାର ରଜନୀକାନ୍ତଙ୍କ ମୁଖା ପିନ୍ଧିଥିବାର ଦେଖିବାକୁ ମିଳିଥିବାବେଳେ ଅନ୍ୟ ପକ୍ଷରେ ଐଶର୍ଯ୍ୟା ରାୟଙ୍କ ଚେହେରା ଉପରେ ନଜର ପକାଇବା ତେବେ ଐଶର୍ଯ୍ୟା ଅନିଲଙ୍କ ଏହି ଅବତାର ଦେଖି ଆଶ୍ଚର୍ଯ୍ୟ ହୋଇ ଥିବାର ଦେଖିବାକୁ ମିଳିଛି । ରାଜକୁମାର ମଧ୍ୟ ଏହି ପୋଷ୍ଟରରେ ଅଛନ୍ତି ଯିଏକି ନିଜର ମୁହଁକୁ ଅଧା କପଡାରେ ଢାଙ୍କିଥିବାର ଦେଖିବାକୁ ମିଳିଛି ।
ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଥିବାବେଳେ କାଲି ଫିଲ୍ମରେ ଟ୍ରେଲର ରିଲିଜ ହୋଇଯାଇଛି । ଏହା ପୂର୍ବରୁ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇଥିଲା । ସେହି ପୋଷ୍ଟରରେ ଅନିଲ ହାତରେ ଟିଫିନ, ଟ୍ରମ୍ପପେଟ ଏବଂ କାନ୍ଧରେ ବ୍ୟାଗ ଓହଳାଇବାର ନଜର ଆସିଥିଲେ ।
‘ଫନେ ଖାନ’ ହେଉଛି ଏକ ମ୍ୟୁଜିକାଲ ଡ୍ରାମା ଫିଲ୍ମ, ଯାହାର ନିର୍ମାତା ହେଉଛନ୍ତି ରାକେଶ ଓମ ପ୍ରକାଶ ମେହେର । ଏହି ଫିଲ୍ମର କାହଣୀ ଏଭଳି ଏକ ପିତା ଉପରେ ନିର୍ମିତ ହୋଇଛି, ଯିଏକି ନିଜର ଝିଅକୁ ପ୍ରତିଯୋଗୀତାରେ ଜିତାଇବା ପାଇଁ ନାମୀ ଦାମୀ ସିଙ୍ଗରଙ୍କର ଅପହରଣ କରୁଛି । ଏହା ଡଚ ଫିଲ୍ମ “ଏଭ୍ରିବଡ ଫେମସ”ର ରିମେକ ଅଟେ । ଏହାର ନିର୍ଦ୍ଦେଶକ ହେଉଛନ୍ତି ଅତୁଲ ମଞ୍ଜରେକର । ବଡ ପରଦାରେ ପ୍ରାୟ ଦୁଇ ଦଶନ୍ଧି ପରେ ଏହି ଦୁହେଁ ବଡ ଷ୍ଟାରଙ୍କୁ ଦେଖିବାକୁ ମିଳିବ । ଏହା ପୂର୍ବରୁ ୨୦୦୦ ମସିହାରେ ‘ହମାରା ଦିଲ ଆପକେ ପାସ ହେ’ ଏବଂ ୧୯୯୯ ରେ ‘ତାଲ ’ ଫିଲ୍ମ ରେ ଦେଖିବାକୁ ମିଳିଥିଲା ।


Share It

Comments are closed.